BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ଖବର – ତାରିଖ:୧୪/୦୨/୨୫, ଶନିବାର

୧-ଭୁବନେଶ୍ୱର:୧୪ଟି ରୁଟ୍ ରେ ୧୦୮ ଷ୍ଟ୍ରଙ୍ଗରୁମ୍ କୁ ଗଲା +୨ ପ୍ରଶ୍ନ ପତ୍ର। ଗାଡ଼ିରେ ଲାଗିଛି ଜିପିଏସ୍।

୨-ଏ ବର୍ଷ ଶିଘ୍ର ହେବ ଯୁକ୍ତ ତିନି,ପିଜି ନାମଲେଖା,ଜୁଲାଇ ୧୦ରୁ ପାଠପଢ଼ା ଆରମ୍ଭ।

୩-ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା; ୨୦୨୭ ସୁଦ୍ଧା ରାଜ୍ୟର ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକରେ ହେବ କମନ ଇକୋନୋମିକ୍‌ ଜୋନ୍‌।

୪-ନବରଙ୍ଗପୁର:’ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ, ଭକ୍ତର ସନ୍ତୋଷ ହିଁ ହେବ ସର୍ବଶ୍ରେଷ୍ଠ ପୁରସ୍କାର: ମୁଖ୍ୟମନ୍ତ୍ରୀ

୫-ମଞ୍ଚେଶ୍ୱର, ସତ୍ୟବିହାର:ପୂଜାର୍ଚ୍ଚନା ପାଇଁ ଯାଇଥିବା ଜଣେ ମହିଳା ଦୀପ ନିଆଁ ସଂସ୍ପର୍ଶରେ ଆସି ପୋଡିହୋଇ ଗୁରୁତର ଆହତ।

୬-ପୁରୀ:ବୋର୍ ୱେଲରେ ପଡି ଚାଲିଗଲା ଶିଶୁ କନ୍ୟାର ଜୀବନ, ମାମୁଁ ଘରକୁ ଆସିଥିଲା ବୁଲିବାକୁ।

୭-ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ।

୮-ରାଜ୍ୟସଭାରେ ଉଠିଲା ରାଜନଗର ଅଙ୍ଗନବାଡ଼ି ଅଛୁଆଁ ପ୍ରସଙ୍ଗ, ଜାତୀୟସ୍ତରରେ ଉଦବେଗ ସୃଷ୍ଟି।

୯-ବାଲେଶ୍ବର : ନବ ବିବାହିତା ପତ୍ନୀଙ୍କୁ ଏସିଡ ପକାଇ ମାରିବା ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଅଦାଲତ।

୧୦-ବଲାଙ୍ଗିର : ସଦର ଓ ଲୋଇସିଂହା ବ୍ଲକ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ୨ ସାଇବର ଠକଙ୍କୁ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୁଲିସ।

୧୧-ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।

୧୨-ଫେବ୍ରୁଆରୀ ୨୦ରୁ ଆନ୍ଦୋଳନକୁ ଓହ୍ଲାଇବ ଠିକାଦାର ସଂଘ, ଠପ୍ ହୋଇଯାଇପାରେ ସରକାରୀ କାମ।

୧୩-ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ଘଟିଛି। ୮୬ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି କାହ୍ନୁଚରଣ ଲେଙ୍କା।

୧୪-ମୁମ୍ବାଇ:ପୁଞ୍ଜିବଜାରରେ ହାହାକାର,ଦିନକରେ ଉଡିଗଲା ୭ଲକ୍ଷ କୋଟି।୧,୦୪୮ ପ ଏ ଣ୍ଟ ଖସିଲା ସେନସେକ୍ସ୍।

୧୫-କଲମ୍ବୋ: ବିଶ୍ବକପ୍ ରେ ବଡ଼ ବିପର୍ଯ୍ୟୟ, ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାୱେ।

୧୬-ନୂଆ ଦିଲ୍ଲୀ:ୟୁଏଇ ର ପ୍ରଥମ ବିଜୟ, କାନାଡ଼ା ୫ ଓ୍ବିକେଟ୍ ରେ ପରାସ୍ତ।

୧୭-କଲମ୍ବୋ:ଆଜି ଭାରତ -ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା। ଅଭିଷେକଙ୍କ ଖେଳିବା ନେଇ ଏବେ ବି ଦ୍ୱନ୍ଦ୍ୱ।

୧୮-ଇରାନକୁ ମାନଚିତ୍ରରୁ ହଜାଇ ଦେବ ଆମେରିକା। ଇରାନ ଅଭିମୁଖେ ପଠାଇଲା ବିରାଟ ଯୁଦ୍ଧ ଜାହାଜ। କୌଣସି ମୁହୂର୍ତ୍ତରେ ଆରମ୍ଭ ହୋଇପାରେ ମହାଯୁଦ୍ଧ।

୧୯-ରୁଷଠାରୁ ଏସ୍-୪୦୦ ପାଇଁ ଆଉ ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ।

୨୦-ବାଂଲାଦେଶ ନିର୍ବାଚନ: ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ତାରିକ୍ ରହମାନ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏