BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ଖବର – ତାରିଖ:୧୩/୦୨/୨୬, ଶୁକ୍ରବାର

୧-ଦିନ ତାପମାତ୍ରା ୩୪ ଛୁଇଁଲା,୧୫ରେ ୩୭ ଡିଗ୍ରୀ ହେବ।ଆଗକୁ ଏଲ- ନିନୋ ଆଣିବ ପ୍ରଚଣ୍ଡ ତାତି।

୨-ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାର ଓଡିଶାରେ ପ୍ରଭାବ : ଗଡିଲାନି ଗାଡି, ଠପ୍ ହୋଇଗଲା ଯାତାୟତ,କାଁ ଭାଁ ପ୍ରଭାବ।

୩-ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ।ପେପର୍-୧ରେ ୭୧.୧୬ ପ୍ରତିଶତ ପାସ୍ ହାର ରହିଥିବାବେଳେ ପେପର୍-୨ରେ ୬୮.୦୬ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୪-ଭୁବନେଶ୍ୱର: ଆସନ୍ତା ମେ ତୃତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟିର ପରବର୍ତ୍ତୀ ପରୀକ୍ଷା ଅନୁଷ୍ଠିତ ହେବ ।

୫-କିଟରେ ହେବ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ, ସୁରକ୍ଷା କରିବ କିଟ୍‍ ଓ କିସ୍।

୬-ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ପାଇଁ ଫେବୃଆରୀ ୧୬ରେ ବସିବ ସର୍ବଦଳୀୟ ବୈଠକ।

୭-ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ; ଆସିବ ନୂଆ କ୍ୟୁଆର କୋର୍ଡ ପଟ୍ଟା।

୮-ଭଞ୍ଜନଗର: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ସମେତ ଆଉ ତିନି ଜଣ ରାଜସ୍ୱ ନିରୀକ୍ଷକ।

୯-ମୁନିଗୁଡ଼ା : ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତର ଡିମିରିଗୁଡା ଗ୍ରାମ ନିକଟରେ ବାଘ ପାଦଚିହ୍ନ,ଲୋକେ ଭୟଭୀତ।

୧୦-ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗ; ୩ ମାସରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

୧୧-କଟକରେ ଲେଜର୍ ଲାଇଟ୍ ବ୍ୟବହାର ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ; ରାତି ୧୦ଟା ପରେ ରୋଷଣୀ ମନା।

୧୨-ମୟୂରଭଞ୍ଜ,ଠାକୁର ମୁଣ୍ଡା:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ ୩ ଗୁରୁତର।

୧୩-T20 ବିଶ୍ବକପ୍:ନେପାଳକୁ ହରାଇଲେ ଇଟାଲିର ଦୁଇଭାଇ ଜଷ୍ଟିନ ମୋସ୍କା (୬୦) ଓ ଆନ୍ଥୋନି ମୋସ୍କା (୬୨) ।

୧୪-ନୂଆ ଦିଲ୍ଲୀ:ଭାରତର କ୍ରମାଗତ ଦ୍ୱିତୀୟ ବିଜୟ,ନାମିବିୟାକୁ ୯୩ ରନ୍ ରେ ହରାଇଲା।

୧୫-ନୂଆ ଦିଲ୍ଲୀ:ସଂସଦରେ ପାରିତ ହେଲା ଶିଳ୍ପ ସଂହିତା ସଂଶୋଧନ ବିଲ୍।

୧୬-ନୂଆ ଦିଲ୍ଲୀ: ରାହୁଲଙ୍କ ସାଂସଦ ରଦ୍ଦ ପାଇଁ ବିଜେପି ପକ୍ଷରୁ ପ୍ରସ୍ତାବ ଆଗତ।

୧୭-ନୂଆ ଦିଲ୍ଲୀ:ସବୁଠୁ ବଡ ପ୍ରତିରକ୍ଷା ଡିଲକୁ ଡିଏସିର ମଞ୍ଜୁରୀ, କିଣାଯିବ ୧୧୪ ରାଫେଲ୍ ଜେଟ୍ ଓ ଏୟାରକ୍ରାଫ୍ଟ।

୧୮-ଫୁଡ୍ ଡେଲିଭରି ମାର୍କେଟ୍‌ରେ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, ବଢ଼ିଲା ସ୍ୱିଗି-ଜମାଟୋର ଚିନ୍ତା।

୧୯-ଭୋଟ ଦେଲା ବାଂଲାଦେଶ,ବିଏନପି ୧୧୫ ଆସନରେ ଆଗୁଆ।

୨୦-ପୁଟିନଙ୍କ ବଡ଼ ନିଷ୍ପତ୍ତି: ରୁଷରେ ‘WhatsApp’ ବ୍ୟାନ୍।ମେଟା କମ୍ପାନୀ ରୁଷିଆ ଆଇନକୁ ଅନୁସରଣ କରୁନଥିଲା।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏