BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ଖବର – ତାରିଖ: ୦୭/୦୨/୨୦୨୬, ଶନିବାର

୧-U19 World Cup: ଇଂଲଣ୍ଡକୁ ହରାଇ ଷଷ୍ଠ ଥର ବିଶ୍ୱକପ୍ ଜିତିଲା ଭାରତ, ହିରୋ ସାଜିଲେ ବୈଭବ ସୂର୍ଯ୍ୟବଂଶୀ।

୨-‘ପରୀକ୍ଷା ପେ ଚର୍ଚ୍ଚା’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ: ପାଠ ପଢ଼ିବାକୁ ଇଚ୍ଛା ଥିଲେ ସବୁ ପରିବେଶ ଆରାମ ଦାୟକ।ପ୍ରେସର ନୁହେଁ ପେସେନ୍ସେ ରଖି ପଢ଼ିବା ଉଚିତ୍।

୩-ଆଜି ଟ୍ରିବ୍ୟୁନାଲରେ ହେବ ମହାନଦୀ ବିବାଦର ୫୦ତମ ଶୁଣାଣି, ତଥାପି ନ୍ୟାୟ ମିଳିବା ସମ୍ଭାବନା କ୍ଷୀଣ।

୪-“ଓଡ଼ିଶା ଏହାର ପାରମ୍ପରିକ ଶକ୍ତିକୁ ଡିଜିଟାଲ୍ ଇଣ୍ଟେଲିଜେନ୍ସରେ କରୁଛି ପରିବର୍ତ୍ତନ”; ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ।

୫-ବାଟବଣା ସ୍କୁଲ ପିଲାଙ୍କ ପୋଷାକ ବଣ୍ଟନ, ଆଜି ସୁଦ୍ଧା ପୋଷାକ ବଣ୍ଟନର ରିପୋର୍ଟ ଦେବାକୁ ଡିଇଓଙ୍କୁ ଚିଠି ଲେଖିଛି ଓସେପା।

୬-ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାର ଅବଧି; ଆବେଦନ କରିବାର ୧୫ ଦିନ ଭିତରେ ମିଳିବ ଟଙ୍କା।

୭-ବ୍ଲାକ୍ ସ୍ୱାନ୍ ସମ୍ମିଳନୀରେ ସାମିଲ ହେଲେ ମହାମହିମ; ଡିଜିଟାଲ୍, ଆର୍ଥିକ ଏବଂ ବୀମା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭବିଷ୍ୟତ ପାଇଁ ଓଡ଼ିଶାର ପଦକ୍ଷେପକୁ କଲେ ପ୍ରଶଂସା।

୮-ମାସେ ନପୂରୁଣୁ ପୁଣି ରାଜ୍ୟର ଏକାଧିକ କୋର୍ଟକୁ ଆସିଲା ବୋମା ଧମକ : କଟକ, ପୁରୀ, ଫୁଲବାଣୀ ଓ ଯାଜପୁରରେ ଭୟର ବାତାବରଣ।

୯-KIIT- KISS ଓ ଦକ୍ଷିଣ କୋରିଆର ହାନ୍‍ସିଓ ବିଶ୍ୱବିଦ୍ୟାଳୟ ଶୈକ୍ଷିକ ସହଭାଗିତାକୁ ନେଇ ପୁନଃ ବୁଝାମଣା ସ୍ୱାକ୍ଷରିତ।

୧୦-ଆନନ୍ଦପୁର:ଗଞ୍ଜେଇ ମାଫିଆଙ୍କୁ ମାହାଙ୍ଗା ପଡ଼ିଲା ମଟନ ଖାଇବା। ହୋଟେଲରେ ମାଡିବସିଲା ପୁଲିସ୍।

୧୧-କନ୍ଧମାଳ:୧୫ ମାଓବାଦୀଙ୍କ ଆତ୍ମସମର୍ପଣ, ବୌଦ୍ଧ ଜିଲ୍ଲା ହେଲା ମାଓ ମୁକ୍ତ।

୧୨-ରାଜଧାନୀରେ ପୋଲିସ SI ଚାକିରି ଆଶାୟୀ, ଭୁବନେଶ୍ୱର ଲୋୟର ପିଏମଜିରେ ଦେଲେ ଧାରଣା।

୧୩-ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଆସ୍ୱସ୍ତି, ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ହାଇକୋର୍ଟରୁ ଆଗୁଆ ଜାମିନ ମଞ୍ଜୁର।

୧୪-ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ।

୧୫-ଦିଲ୍ଲୀ ସଫଦରଜଙ୍ଗ ଫ୍ଲାଏଓଭର ନିକଟରେ NDMC ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ,୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

୧୬-ମହିଳାଙ୍କ ବିନା ଇଚ୍ଛାରେ ପିଲା ଜନ୍ମ କରିବାକୁ ବାଧ୍ୟ କରିପାରିବେ ନାହିଁ ଅଦାଲତ: ସୁପ୍ରିମକୋର୍ଟ।

୧୭-ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ସନ୍ଧ୍ୟା ୭ଟାରେ ମୁମ୍ବାଇରେ ଆମେରିକାକୁ ଭେଟିବ ଭାରତ।

୧୮-ମନୋଜ ବାଜପେୟୀଙ୍କ ଫିଲ୍ମକୁ ନେଇ ବିବାଦ, ଚଳଚିତ୍ର “ଘୁଷଖୋର’ ପଣ୍ଡିତର ଟାଇଟଲ୍ ଓ ଟିଜରକୁ ନେଇ ଉତ୍ତରପ୍ରଦେଶରେ ଜନ ଅସନ୍ତୋଷ।

୧୯-ଉତ୍ତରାଖଣ୍ଡ:୨୦୦ ମିଟର ଖାଇକୁ ଖସିଲା ବରଯାତ୍ରୀ ବସ୍; ୧୩ ମୃତ,୩୪ ଆହତ।

୨୦-ଚଳିତମାସ ତୃତୀୟ ସପ୍ତାହରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି, ୧୮ ରେ ନୂଆଦିଲ୍ଲୀରେ ଏଆଇ ସମ୍ମିଳନୀରେ ଯୋଗଦେବା ସମ୍ଭାବନା।

୨୧-ଇସଲାମାବାଦ: ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ, ଚାରିଆଡେ ଛିଟିକି ପଡ଼ିଲା ମୃତଦେହ,୨୫ ମୃତ,୮୦ରୁ ଅଧିକ ଗୁରୁତର।