BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ଖବର – ତାରିଖ:୧୧/୦୨/୨୬, ବୁଧବାର

  1. ଆଜିଠୁ ବଢ଼ିବ ରାତି ତାପମାତ୍ରା। କାଲି ଥିଲା ଜି. ଉଦୟଗିରି ୪.୮ ଡିଗ୍ରି, ସେମିଳିଗୁଡ଼ା ୭.୪, ଫୁଲବାଣୀ ୭.୮, ରାଉରକେଲା ୯.୬ ଡିଗ୍ରି।
  2. ରାଜ୍ୟରେ ୪,୧୧୨ କୋଟି ଟଙ୍କାର ୨୩ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କହିଲେ ସରକାର।
  3. ରାଜ୍ୟରେ ଗଡ଼ିଲା ୨୫୦ ନୂଆ ଆମ୍ବୁଲାନ୍ସ। ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ଘୋଷଣା।
  4. ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ ବୋଲି କହିଲେ ହାଇକୋର୍ଟ।
  5. ଆୟୁଷ ଡାକ୍ତରଙ୍କ ପାଇଁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ବଢ଼ାଇଲେ ସରକାର।
  6. ରାଜ୍ୟରେ ଭୟଙ୍କର ରୂପ ନେଉଛି ଜରାୟୁ କର୍କଟ। ବାଜିରେ ଲାଗିଛି ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ।
  7. କାଲି ୧୨ ତାରିଖ ଧର୍ମଘଟକୁ ବାମପନ୍ଥୀ ଦଳଙ୍କ ସମର୍ଥନ। ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ ହେବ।
  8. ପୁରୀ ଶ୍ରୀମନ୍ଦିରରେ ଆଜି ବନକ ଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ।
  9. ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ।
  10. ପୁରୀ ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା। ବାଲିରେ ବୁଲିକରି ସକାଳୁ ସମୁଦ୍ରକୁ ଫେରି ଯାଉଛନ୍ତି।
  11. ଭୁବନେଶ୍ବରରେ ଟାଟା ଟିଏସ୍‌ଏଫ୍‌ ପକ୍ଷରୁ ୨୯୪ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର୍‌ ହସ୍ପିଟାଲ ନିର୍ମାଣ ହେଉଛି।
  12. କଟକ ବଡ ମେଡ଼ିକାଲ ଆଇସିୟୁ ବେଡରୁ ରୋଗୀ ଖସି ପଡିଲେ, ଭିଡିଓ ଭାଇରାଲ। ପ୍ରଫେସର ଓ ୩ ନର୍ସିଂ ଅଫିସର ବଦଳି ହେଲେ।
  13. ପାଣିକୋଇଲି ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟରେ କୃମିନିରୋଧ ଦିବସରେ କୃମି ଔଷଧ ଖାଇ ୩୮ ଛାତ୍ରଛାତ୍ରୀ ଅସୁସ୍ଥ।
  14. ଢେଙ୍କାନାଳରେ ପୁଣି ହାତୀପଲଙ୍କ ଦୌରାତ୍ମ୍ୟ। ୩ ଜଣଙ୍କୁ ଦଳିଦେଲେ ହାତୀପଲ।
  15. ବାଲେଶ୍ଵର ବାଗୁଡ଼ି ପଥର ଖାଦାନ ପୂର୍ବରୁ ନିଲାମ ଦେଇ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ନେଉଥିଲେ। ଏବେ ଏହା ମାଫିଆ ନିୟନ୍ତ୍ରଣରେ।
  16. କୋରାପୁଟ କୋଟିଆ ପରେ ସୀମାନ୍ତ ରାଇପାହାଡ଼ରେ ସମର୍ଥନ ଜୁଟାଉଛି ଆନ୍ଧ୍ର। ମାଗଣା ଯୋଜନାକୁ ଢାଲ କରି ଲୋକଙ୍କୁ ନିଜ ସପକ୍ଷକୁ ନେଉଛି ଆନ୍ଧ୍ର। ଓଡିଶା ପ୍ରଶାସନ ନୀରବ।
  17. ଟେଣ୍ଡର ନିୟମରେ ଠିକାଦାର ଚୟନ ଲାଗି ଅଧିକାରୀମାନଙ୍କୁ ଦିଆଯାଇଥିବା ବିଶେଷ କ୍ଷମତାରେ ଦୁର୍ନୀତି ଓ ଟେଣ୍ଡର ଫିକ୍ସିଂ ହେବ ବୋଲି ଥିବା ଆଶଙ୍କା ସତ ହେଉଛି।
  18. ମଣିପୁରରେ ୩୦ରୁ ଅଧିକ ଘରେ ଲଗାଇଲେ ନିଆଁ, ଆଖିବୁଜା ଗୁଳିଚାଳନା ପରେ କର୍ଫ୍ୟୁ ଜାରି।
  19. ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ, ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ।
  20. ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ବିରୋଧୀ କଂଗ୍ରେସ ସହିତ ୧୧୮ ସାଂସଦଙ୍କ ଦସ୍ତଖତ।
  21. ନିୟମ କୋହଳ କଲା ରିଜର୍ଭ ବ୍ୟାଙ୍କ, ବିନା ବନ୍ଧକରେ ଏମଏସଇଙ୍କୁ ମିଳିବ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ।
  22. ବାଣିଜ୍ୟ ଚୁକ୍ତି ନୁହେଁ, ଆମେରିକା ନିକଟରେ ଆତ୍ମସମର୍ପଣ କଲା ଭାରତ, କହିଲେ ପି. ଚିଦାମ୍ବରମ
  23. ବାଂଲାଦେଶ ସହ ଆମେରିକାର ବନ୍ଧୁତା। ନୂଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା, ୧୯ ପ୍ରତିଶତ ଟାରିଫ ହ୍ରାସ କଲା ଆମେରିକା।
  24. ବିଶ୍ଵକପରେ ଆମେରିକାକୁ ୩୨ ରନରେ ହରାଇଲା ପାକିସ୍ତାନ। ନାମିବ୍ୟାକୁ ୭ ଓ୍ବିକେଟ୍‌ରେ ପରାସ୍ତ କଲା ନେଦରଲାଣ୍ଡସ୍‌।
  25. କଲମ୍ୱୋରେ ପାକିସ୍ତାନ ଟିମ ସହ ଭାରତୀୟ ଖେଳାଳି ହାତ ମିଶାଇବେ ବୋଲି ପାକିସ୍ତାନର ଦାବିକୁ ମାନିଲା ଆଇସିସି।
  26. ଇସଲାମାବାଦରୁ ଔଷଧ ଆମଦାନି ଉପରେ ରୋକ୍ ଲଗାଇଲା ଆଫଗାନିସ୍ତାନ।
  27. ଆପତ୍ତିଜନକ ପୋଷ୍ଟ୍‌ ଓ କଣ୍ଟେଣ୍ଟ୍‌ଗୁଡ଼ିକ ଜଣାଇବାର ତିନି ଘଣ୍ଟା ଭିତରେ ହଟାଇବାକୁ ସୋସିଆଲ ମିଡିଆ କମ୍ପାନିଙ୍କୁ ନିର୍ଦ୍ଦେଶ ଦେଲେ ଭାରତ ସରକାର।
  28. ନିର୍ବାଚନର ୩ ଦିନ ପୂର୍ବରୁ ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା।
  29. ଆମେରିକାରେ ୫୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଧର୍ମଘଟ, ରାଜରାସ୍ତାକୁ ଓହ୍ଲାଇଲେ ୬ ହଜାର ଶିକ୍ଷକ।
  30. ଗତବର୍ଷ ଏଇ ସମୟରେ
  31. ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଡ଼କାଠ ସାମ୍ନାରେ ସେବାୟତ ଓ ଭକ୍ତ ବାଡ଼ାବାଡି ହୋଇଥିଲେ।
  32. ବିଧାୟକଙ୍କ ଦରମା ବଢ଼ାଇବା ପାଇଁ ବିଲ ଆଣିବେ ସଙ୍କେତ ଦେଇଥିଲେ ସରକାର।

====================

ଆଜି ବିଶ୍ୱ ଅସୁସ୍ଥ ଦିବସ
ବିଜ୍ଞାନରେ ମହିଳା ଆନ୍ତର୍ଜାତୀୟ ଦିବସ
ଜାତୀୟ ସମର୍ପଣ ଦିବସ

ଆଜି ଜନ୍ମଦିନ: ତିଲକା ମାଂଝୀ, ଟିନା ଅମ୍ବାନୀ, ଶେରଲୀନ ଚୋପ୍ରା, ଅପରାଜିତା ଗୋଛିକର (ପୁରୀ), ସୁରେନ୍ଦ୍ର ଦ୍ବିବେଦୀ (କଟକ)

ଆଜି ତିରୋଧାନ: ଯମୁନା ଲାଲ ବଜାଜ, ଦୀନଦୟାଲ ଉପାଧ୍ୟାୟ, ରାଧାନାଥ ରଥ

ଇତିହାସରେ ଆଜି: (୧୬୧୩) ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ସୁରଟରେ କମ୍ପାନୀ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ ଜାହାଙ୍ଗୀର/ (୧୮୧୪) ନରୱେ ସ୍ବାଧୀନତା ଘୋଷଣା କଲା/ (୧୯୩୩) ମହାତ୍ମା ଗାନ୍ଧୀ ହରିଜନ ସାପ୍ତାହିକ ପ୍ରକାଶିତ/ (୧୯୯୦) ନେଲସନ ମାଂଣ୍ଡେଲା 27 ବର୍ଷ ପରେ ଜେଲରୁ ବାହାରିଲେ/ (୧୯୯୭) ଜୟନ୍ତ ନାରଲିକର ପାଇଲେ ୟୁନେସ୍କୋ କଳିଙ୍ଗ ପୁରସ୍କାର/ (୨୦୦୭) ଆମେରିକା ଆଲୁମିନିୟମ କମ୍ପାନୀ ନୋଭେଲିସ କୁ କିଣିଲା ହିଣ୍ଡାଲକୋ
====================
ବନ୍ଦେ ଉତ୍କଳ ଜନନୀ