ଆଜିର ଖବର – ତାରିଖ:୧୦/୦୨/୨୬, ମଙ୍ଗଳବାର
୧-ପ୍ରଶ୍ନପତ୍ର ପ୍ରଘଟ,କପି ରୋକିବାକୁ କଡ଼ା ସୁରକ୍ଷା,ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର।
୨-୧୨ରେ ପାଚିକା ଓ ସହାୟିକାଙ୍କ ଧର୍ମଘଟ, ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ।
୩-ଗତକାଲି ଥିଲା ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି, ୯୪ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି :ମୁଖ୍ୟମନ୍ତ୍ରୀ
୪-ରାଜଧାନୀରେ ଅନଲାଇନ ଅଟୋ ଓ ଟାକ୍ସି ସଂଘର ଆନ୍ଦୋଳନ; ଯାତ୍ରୀ ହନ୍ତସନ୍ତ।
୫-ଶିଶୁଭବନ ଛକ, ଭୁବନେଶ୍ୱର:ରାଜଧାନୀରେ ଦୁର୍ଘଟଣା ସହ ମର୍ଡର ଲିଙ୍କ, ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ପଳାଉଥିବା ବେଳେ ବ୍ରିଜ ତଳକୁ ଖସିଥିଲା କାର।
୬-ପୁରୀ ସ୍ବର୍ଗଦ୍ବାର ସମୁଦ୍ରବେଳାରେ ଅଘଟଣ ରୋକିଲେ ଲାଇଫଗାର୍ଡ। ସମୁଦ୍ରରେ ଭାସି ଯାଉଥିବା ୫ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର।
୭-ବାସୁଦେବପୁର:ଷ୍ଟାର୍ଟ ବେଳେ ହୁତୁ ହୁତୁ ହୋଇ ଜଳିଗଲା ବାଇକ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ।
୮-ବାଙ୍କୀ, କିଆପଲା ପଞ୍ଚାୟତ କୁମୁସର ଗାଁ:ଆଇସକ୍ରିମ ଖାଇବା ପରେ ୧୮ରୁ ଅଧିକ ପିଲା ଅସୁସ୍ଥ।
୯-ଆଠଗଡ଼ ମଣ୍ତିରେ ଅବ୍ୟବସ୍ଥା, ୫ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି।
୧୦-ଧାନ କିଣାରେ ଅବ୍ୟବସ୍ଥା, ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା।
୧୧-ବ୍ରହ୍ମପୁର:ପୀତବାସ ପଣ୍ଡା ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇ।
୧୨-ରାଜ୍ୟସଭା ନିର୍ବାଚନ, ନବୀନଙ୍କ ପାଇଁ ଅଗ୍ନିପରୀକ୍ଷା; ସମୟ ମାଗି ଭକ୍ତ ନିରାଶ, ନିରବ ବିଜେଡି ସୁପ୍ରିମୋ !
୧୩-ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ମାରିଦେବାକୁ ଧମକ। ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ବିବାଦ। ସୃଷ୍ଟି ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି।
୧୪-ଭୁବନେଶ୍ୱର:ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ,କଟକ-ସମ୍ବଲପୁର NH-୫୫ କୁ ୬ ଲେନ୍ କରିବା ନେଇ ହେବ ସର୍ଭେ।
୧୫-କାଲିମେଳା:କୋଟିଏ ଟଙ୍କାର ନୀଳ ଜହର, ଜଙ୍ଗଲ ଭିତରୁ ଜବତ ହେଲା ୫୪ଟି ବ୍ୟାଗ୍।
୧୬-ମାଲକାନଗିରିରେ ଗଞ୍ଜେଇ ତେଲ ପ୍ରସ୍ତୁତ କାରଖାନା ଠାବ, ୪ ଗିରଫ।
୧୭-ସ୍ପଷ୍ଟ କଲେ ସୁପ୍ରିମକୋର୍ଟ: ବନ୍ଦ ହେବ ନାହିଁ ଏସ୍ଆଇଆର୍, ସମସ୍ତ ରାଜ୍ୟ ବୁଝିଯିବା ଦରକାର।
୧୮-ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ , ଗୃହରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ଅନୁମତି ଦିଆଯାଉନଥିବାରୁ ହଙ୍ଗାମା, ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ସଂସଦ ମୁଲତବୀ
୧୯-ୟୁ’ ଟର୍ଣ୍ଣ ମାରିଲା ପାକିସ୍ତାନ, ଫେବ୍ରୁଆରି ୧୫ରେ ଭାରତ ସହ କଲମ୍ବୋଠାରେ ଖେଳିବ।ICC ଚାପରେ PCB ଚେପା।
୨୦-ଓ୍ବାଲ୍ଡକପ୍ କ୍ରିକେଟ:ନବାଗତ ଓମାନକୁ ୮ ଓ୍ବିକେଟ୍ ରେ ହରାଇଲା ଜିମ୍ବାୱେ।
୨୧-କଲମ୍ବୋ:ଆଜି ପାକିସ୍ତାନ -ଆମେରିକା ମ୍ୟାଚ୍ ଉପରେ ସଭିଙ୍କ ନଜର।