BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ଖବର – ତାରିଖ:୦୩/୦୨/୨୦୨୬, ମଙ୍ଗଳବାର

୧-IFS ସନତ କୁମାର ଏନ୍ ହେଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ।

୨-ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳାର ଉଦଘାଟନ; ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୦୦ କୋଟିର ଋଣ ପ୍ରଦାନ, ୫୫୦ କୋଟି ଟଙ୍କାର ପ୍ରକଳ୍ପ କଲେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୩-ଭୁବନେଶ୍ୱର:୧୫ ଯାଏଁ ଘୁଞ୍ଚିଲା ଇଗ୍ନୋର ନାମ ଲେଖା ଓ ପୁନଃ ପଞ୍ଜିକରଣ ପ୍ରକ୍ରିୟା।

୪-ଭୁବନେଶ୍ୱର:ଘୁ.ଉଦୟଗିରିରେ ପାରଦ ୯.୪ ଡିଗ୍ରୀ ସେଲସିୟସ। ଭୁବନେଶ୍ୱରରେ ୧୫.୮ ଡିଗ୍ରୀ ସେଲସିୟସ।

୫-ଆଜି ବନ୍ଦ ରହିବ ଯାଜପୁର ପୌରାଞ୍ଚଳର ସମସ୍ତ ସ୍କୁଲ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ବିଇଓ।

୬-ନବୀକରଣ ହେବ ଭଞ୍ଜକଳା ଓ ରବିନ୍ଦ୍ର ମଣ୍ଡପ, ବଢ଼ିବ ଗ୍ରୀନ୍ ରୁମ୍ ଓ ବିଶ୍ରାମ କକ୍ଷ।

୭-ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି।

୮-ଭୁବନେଶ୍ୱର:ନୂଆ ରୂପ ପାଇବ ମିଶନ ଶକ୍ତି, ବଦଳିବ ଡ୍ରେସ୍ କୋର୍ଡ, ମିଳିବ ସ୍ମାର୍ଟଫୋନ ଓ ଆଇଡି କାର୍ଡ ।

୯-ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ନୂତନ ପ୍ରକଳ୍ପର ଶିଳାନ୍ୟାସ, ୨୪୦ କୋଟି ଟଙ୍କାରେ ୨୬୩ ଫୁଟ୍ ଉଚ୍ଚତାର ମନ୍ଦିର ନିର୍ମାଣ ହେବ।

୧୦-ଆଇନଜୀବୀ ପୀତବାସ ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ।

୧୧-ଭୁବନେଶ୍ୱର:କିନ୍ନରଙ୍କୁ ହତ୍ୟା ମାମଲା; ତୁରନ୍ତ ହତ୍ୟାକାରୀଙ୍କୁ ଧରିବା ଦାବି ସହ ଗର୍ଜିଛି କିନ୍ନର ସଂଘ।

୧୨-ରାଉରକେଲା:ଦୁର୍ଦ୍ଦାନ୍ତ ଗୋ ମାଫିଆ ମୁଞ୍ଜାମିଲ ଅନଶାରୀକୁ ଗିରଫ, ୩ଟି ଦେଶୀ ବନ୍ଧୁକ ଜବତ।

୧୩-ଓଡ଼ିଶାକୁ ରେକର୍ଡ ରେଳ ବଜେଟ୍‌; ଓଡ଼ିଶାର ଭାଗ୍ୟ ବଦଳାଇବ ପୂର୍ବ-ପଶ୍ଚିମ ପରିବହନ କରିଡର।

୧୪-ବ୍ରାହ୍ମଣୀ ନଦୀରେ ଜାହାଜରେ ହେବ ଖଣିଜ ପରିବହନ। ତାଳଚେରରୁ ଧାମରା-ପାରାଦୀପକୁ ଯିବ ଖଣିଜ ପଦାର୍ଥ। ଖର୍ଚ୍ଚ ସହ କମିବ ଟ୍ରାଫିକ୍ ଓ ପ୍ରଦୂଷଣ।

୧୫-ଗୋଆ:QS ଇଣ୍ଡିଆ ସମ୍ମିଳନୀର ସ୍ବତନ୍ତ୍ର ଅଧିବେଶନରେ ଯୋଗଦେଲେ ଅଚ୍ୟୁତ ସାମନ୍ତ।

୧୬-ଟ୍ରେଡିଂ ନାଁରେ ୬ କୋଟିରୁ ଉର୍ଦ୍ଧ୍ୱ ଠକେଇ, ଆନ୍ଧ୍ରରୁ ଜଣେ ସାଇବର ଠକ ଗିରଫ।

୧୭-ଦିନକରେ ବହୁତ ଖସିଲା ସୁନା-ରୁପା ଦର, ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୩୭ ହଜାର ୧୭୦ ଟଙ୍କା ରହିଛି, ରୂପା ମୂଲ୍ୟ କିଲୋ ପିଛା ୨.୨୫ ଲକ୍ଷ ଅଛି।

୧୮-ଭଦୋଦରା, WPL: ଦିଲ୍ଲୀ -ଗୁଜୁରାଟ ଏଲିମିନେଟର ଆଜି, ଫେବୃଆରୀ ୫ରେ ଫାଇନାଲ।

୧୯-ପାକିସ୍ତାନ ବିରୁଦ୍ଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଚେତାବନୀକୁ ବିସିସିଆଇର ସମର୍ଥନ।

୨୦-ମସ୍କୋ:ରୁଷ୍ ର ସେଣ୍ଟ ପିଟରସବର୍ଗ ସହରରେ ୪ ଚନ୍ଦ୍ର ଦୃଶ୍ୟମାନ। ଏହି ଘଟଣାବଳୀକୁ ପାରାସେଲେନାଇ ଆଖ୍ୟା ଦିଆଯାଇଛି।