BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିର ଖବର, ୨୦ ଜାନୁଆରୀ ୨୦୨୬, ମଙ୍ଗଳବାର

  1. ରାଜ୍ୟର ଶୀତ କମିବା ପ୍ରକ୍ରିୟା ଆରମ୍ଭ। ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରି ୩.୨ ଡିଗ୍ରି, ସେମିଳିଗୁଡ଼ା ୫.୭, ଫୁଲବାଣୀ ୬.୮, ରାଉରକେଲା ୭.୫, ଝାରସୁଗୁଡ଼ା ୮.୪, ନବରଙ୍ଗପୁର ୯ ଓ ଭବାନୀପାଟଣା ୯.୫ ଡିଗ୍ରି।
  2. ରାଜ୍ୟରେ ସରକାର ଆଣିବେ ନୂଆ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ। ଜମି ସମସ୍ୟାର ସମାଧାନ ହେବ।
  3. ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ନିର୍ଦ୍ଦେଶ
  4. ଛାତ୍ରଛାତ୍ରୀଙ୍କ ପାଇଁ କଟକ ମ୍ୟୁନିସିପାଲର ନୂଆ କାର୍ଯ୍ୟକ୍ରମ। ‘ଗୋଟିଏ ଦିନ କମିଶନରଙ୍କ ସହ’ କାର୍ଯ୍ୟକ୍ରମ ଆରମ୍ଭ ହେବ।
  5. ରାୟଗଡ଼ାରେ ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ମିଳିଲା ୧କୋଟି ୫ଲକ୍ଷ ୫୨ହଜାର, ୨କିଲୋ ୧୫୦ ଗ୍ରାମ ରୂପା ଓ ୩୦ ଗ୍ରାମ ସୁନା। ବିଦେଶୀ ଓ ଅଚଳ ଟଙ୍କା ସାମିଲ।
  6. ଚିଲିକାରେ ୩ଦିନ ଚାଲିବ ଡଲଫିନ୍ ଗଣନା। ସକାଳୁ ଦିନ ୧୨ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରହିବ।
  7. ଭିତରକନିକାରେ କୁମ୍ଭୀର ଗଣନା ସରିଲା। ଗତବର୍ଷ ଅପେକ୍ଷା ୩୨ଟି କୁମ୍ଭୀର ଅଧିକ ଅଛନ୍ତି।
  8. ଏବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ବିଦେଶାଗତ ପକ୍ଷୀ।
  9. ଜଗନ୍ନାଥଙ୍କ ସହ ଖେଳ। ମହାପ୍ରଭୁଙ୍କ ଏଆଇ ଦୃଶ୍ୟ ଭାଇରାଲ। କ୍ରେନ୍‌ରେ ଦୁଗ୍ଧ ସ୍ନାନର ଭିଡ଼ିଓ।
  10. କେନ୍ଦୁଝର ବଡ଼ବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ସଶସ୍ତ୍ର ଡକାୟତି, ୭ କୋଟିର ସୁନାଗହଣା ନେଇଗଲେ
  11. କଟକ ସିଡିଏରେ ଗେଲ ଇଣ୍ଡିଆର ଗ୍ୟାସ୍ ପାଇପ୍ ଫାଟିବାରୁ ଲୋକେ ଆତଙ୍କିତ। ମରାମତି ଚାଲିଛି।
  12. ଭୁବନେଶ୍ୱର ପଳାଶୁଣୀ ଛକରେ କାର୍ ଉପରେ ଚଢ଼ିଗଲା କାର୍, ଚାଳକ ଆହତ।
  13. ନୂଆପଡ଼ାରେ ସଦର ବ୍ଲକରେ ବିଡ଼ିଓଙ୍କୁ ମାଡ଼, ଜଣେ ଗିରଫ, ୩ ଅଟକ।
  14. ଭୁବନେଶ୍ୱରରେ ରାତିଅଧରେ ଏକ ନମ୍ବର ହାଟରେ ଜଳିଗଲା ୫୦ରୁ ଅଧିକ ଦୋକାନ।
  15. ବଲାଙ୍ଗିର ସୁକତେଲ ବ୍ରିଜ୍ ନଦୀପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଓ କଙ୍କାଳ ଠାବ, ପୋଲିସର ତଦନ୍ତ ଜାରି।
  16. ଯାଜପୁର କାଳିଆପାଣିରେ ଧରାପଡ଼ିଲା ଚୋରା ଗୋଚାଲାଣ ଭ୍ୟାନ୍‌। ୯ ଗୋରୁ ଉଦ୍ଧାର, ୩ ଅଭିଯୁକ୍ତ ଚମ୍ପଟ୍
  17. ଓମଫେଡ ଉତ୍ପାଦ ବଣ୍ଟନ ଗାଡିରେ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ
  18. କଳାହାଣ୍ଡି ଜିଲ୍ଲାକୁ ୮୯୧ .୩୯ କୋଟି ଟଙ୍କାର ୩,୬୧୨ଟି ପ୍ରକଳ୍ପ ଭେଟିଦେଲେ ସରକାର।
  19. ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ସର୍ବଭାରତୀୟ ଯୋଗ୍ୟତା ମିଳିଲା।
  20. ଇଜିପ୍ଟ ପାରା ବ୍ୟାଡ୍‌ମିଣ୍ଟନରେ ଓଡ଼ିଶାର ପ୍ରମୋଦଙ୍କୁ ଦ୍ବିମୁକୁଟ, ପୂଜ୍ୟମ ଓ ନୁରୁଲଙ୍କୁ ବ୍ରୋଞ୍ଜ।
  21. ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅଯୋଧ୍ୟା ଗଲା ଓଡ଼ିଆଙ୍କ ଶ୍ରଦ୍ଧା ଓ ଭକ୍ତିର ‘ଧନୁ’
  22. ଛତିଶଗଡ଼ ବିଜାପୁର ଏନକାଉଣ୍ଟରରେ ୬ ମାଓବାଦୀ ମୃତ। ଅନେକ ବନ୍ଧୁକ ଜବତ।
  23. କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନରେ ଜଣେ ଯବାନ ସହିଦ।
  24. ନିତିନ ନବୀନ ହେଲେ ସର୍ବକନିଷ୍ଠ ବିଜେପି ରାଷ୍ଟ୍ରୀୟ ସଭାପତି।
  25. ଡେରିରେ ଚେତିଲେ। ସମୁଦ୍ରତଟ ସୁରକ୍ଷା ପାଇଁ ସିଆଇଏସଫ ଆରମ୍ଭ କରିବ କୋଷ୍ଟାଲ ସାଇକ୍ଲୋଥନ।
  26. ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ। ବ୍ରିକ୍ସ କାରବାରରେ ଡିଜିଟାଲ୍‌ ମୁଦ୍ରା ଆପଣାଅ
  27. ଦେଶରେ ସନ୍ଦେହଜନକ ନିପା ଭାଇରସ ମାମଲା ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି।
  28. ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବକପ୍‌ରୁ ଓହରି ଯାଇପାରେ ପାକିସ୍ତାନ। ବାଂଲାଦେଶ ସହ ମିଶି ରଚୁଛି ନୂଆ ଷଡ଼ଯନ୍ତ୍ର।
  29. ଆମେରିକୀୟ ଡଲାର ତୁଳନାରେ ଟଙ୍କା ପୁଣି ଥରେ ଦୁର୍ବଳ ହୋଇ ୯୧ ଟଙ୍କା ଅତିକ୍ରମ କରିଛି।
  30. ସ୍ପେନରେ ଦୁଇ ଟ୍ରେନ ମୁହାଁମୁହିଁ। ୩୯ ମୃତ ୧୨୦ରୁ ଅଧିକ ଆହତ।
  31. ଆମେରିକା ଭର୍ଜିନିଆରେ ସେକ୍ସ ଓ ଡ୍ରଗ୍‌ ରାକେଟ ଚଳାଉଥିବା ଭାରତୀୟ ବଂଶୋଦ୍ଭବ ଦମ୍ପତି ଗିରଫ
  32. ମୋତେ ନୋବେଲ ପୁରସ୍କାର ମିଳିଲେ ହିଁ ଶାନ୍ତିର ଗ୍ୟାରେଣ୍ଟି ମିଳିବ, ଲେଖିଛନ୍ତି ଟ୍ରମ୍ପ
  33. ଗତବର୍ଷ ଏଇ ସମୟରେ
    ୨୦୦୦ ଟ୍ରାଫିକ ପୋଲିସ ନିଯୁକ୍ତି ପାଇବେ, ପ୍ରତି ଜିଲ୍ଲାରେ ସାଇବର ପୁଲିସ ଥାନା ହେବ, କହିଥିଲେ ସରକାର
  34. ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସାଢ଼େ ୩ ମାସରେ ୭୯ ବିଲିଅନ ଡଲାର କମିଥିଲା

ଆଜି ଜନ୍ମଦିନ: ଚାଖି ଖୁଣ୍ଟିଆ, ଅଜିତ ଡୋଭାଲ, ରତନଜୀ ଟାଟା, ଅକ୍ଷର ପଟେଲ

ଆଜି ତିରୋଧାନ: ସୀମାନ୍ତ ଗାନ୍ଧୀ ଗଫୁର ଖାନ

ଇତିହାସରେ ଆଜି: (୧୮୯୨) ବିଶ୍ୱର ପ୍ରଥମ ବାସ୍କେଟବଲ ମ୍ୟାଚ ଅନୁଷ୍ଠିତ/ (୧୯୫୭) ଦେଶର ପ୍ରଥମ ପରମାଣୁ ରିଆକ୍ଟର ଟ୍ରମ୍ବେ ରେ ଉଦଘାଟିତ/ (୧୯୬୧) ଜନ କେବେଡି ଆମେରିକାର ୩୫ତମ ରାଷ୍ଟ୍ରପତି ହେଲେ/ (୧୯୭୧) ମିଜରାମ ଓ ଅରୁଣାଚଳ ନୂଆ କେନ୍ଦ୍ରଶାସିତ ଅଂଚଳ ହେଲେ/ (୧୯୭୨) ମେଘାଳୟ ରାଜ୍ୟର ଜନ୍ମ/ (୨୦୧୦) ମୋବାଇଲ ନମ୍ବର ପୋର୍ଟାବିଲିଟି ସୁବିଧା ଆରମ୍ଭ
=======================
*ବନ୍ଦେ ଉତ୍କଳ ଜନନୀ*