ଆଜିର ଖବର , ୧୯ ଜାନୁଆରୀ ୨୦୨୬, ସୋମବାର
- ଆଜିଠାରୁ ଶୀତ କମିବ। ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ।
- ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’। ଖୋଲିବ ଆଧୁନିକ ରୋଷେଇ ଗୃହ।
- ଆସନ୍ତା ୨୨ତାରିଖରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିବେ ସରକାର। ଆହୁରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳା ସାମିଲ ହେଲେ।
- ଚିଲିକାରେ ପକ୍ଷୀ ସଂଖ୍ୟା ବଢ଼ିଛି। ଏଥର ୪ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଆସିଛନ୍ତି।
- ଛତିଶଗଡ଼ର ଦାଦାଗିରି ପାଇଁ ମହାନଦୀ ଉପରେ ଓଡ଼ିଶାର ୫ ଟି ବଡ଼ ପ୍ରକଳ୍ପ ବାତିଲ ହେଲା।
- ମୁଖ୍ୟମନ୍ତ୍ରୀ ବସ୍ ସେବା’ ର ଦ୍ୱିତୀୟ ପର୍ଯ୍ୟାୟ ବିରୋଧରେ ଆଜିଠୁ ପାରାଦୀପରେ ଘରୋଇ ବସ୍ ଗଡ଼ିବନି।
- ଜାଲିଆତି ବିବାଦରେ ଚୌଦ୍ବାର ଜେଲ୍ ଜେଲ୍ ଅଧୀକ୍ଷକ ଓ ପୂର୍ବତନ ଜେଲର୍ ମୁହାଁମୁହିଁ।
- ଅଶାନ୍ତ ରାଜଧାନୀରେ ଏସି କମ୍ପ୍ରେସର ଚୋରି ଗ୍ୟାଙ୍ଗ ଧରାପଡିଲେ।
- ଖୋର୍ଦ୍ଧା ବାଳକାଟି ବଜାରରେ ମଦ୍ୟପ ଗାଡିଚାଳକ ଦ୍ରୁତଗତିରେ ବଜାର ଭିତରେ କାର୍ ପୁରେଇଲେ। ଦୋକାନ ଓ ୭ ବାଇକ ଭାଙ୍ଗିଲା।
- କଟକ ତ୍ରିଶୂଳିଆରେ ଜମିଜମା ବିବାଦକୁ କେନ୍ଦ୍ରକରି କୁସିନ୍ଦା ଗ୍ରାମରେ ଗୁଳି ଫୁଟିଲା। ୮ ଜଣ ଡି ବ୍ରଦର୍ସ ସଦସ୍ୟ ଗିରଫ।
- କଟକ, ଖଲର୍ଦ୍ଦା ହାତୀଗଡ଼ରେ ବାଣ ତିଆରି ବେଳେ ବିସ୍ଫୋରଣ, ଜଣଙ୍କର ମୃତ୍ୟୁ, ଉଡ଼ିଗଲା ଛାତ।
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ତଳେ ପଡ଼ିଯାଇଥିବା ମୋବାଇଲ୍ ଉଠାଉଥିବା ବେଳେ ଚଢ଼ିଗଲା ବସ୍, ଚାଲିଗଲା ଯାତ୍ରୀଙ୍କ ଜୀବନ।
- ବରଗଡ଼ ସହର ହାଟପଦାପଡ଼ା ନିକଟରେ ଘର ଭିତରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ। ମହିଳାଙ୍କୁ କିଏ ପୋଡ଼ିଲା ନା ଆତ୍ମହତ୍ୟା କଲେ, ସ୍ପଷ୍ଟ ହୋଇନି।
- ବାଇକରେ ବାଲେଶ୍ଵର ଜଳେଶ୍ଵର ଷ୍ଟେସନକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ।
- କୋଲକାତାରୁ ସମ୍ବଲପୁର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଜମନକିରା ପୁଲିସ।
- ଭୁବନେଶ୍ୱର ଧଉଳି ପାଖରେ ମା’ ଘରକୁ ଯିବା ପାଲଟିଲା କାଳ।
ବନ୍ଦ ଘରୁ ଲୁଟିନେଲେ ସୁନା ଓ ଟଙ୍କା। ଲୁଟେରା ଗିରଫ। - ୫ ଜିଲ୍ଲାରେ ଅପରେସନ୍ ‘ଗୋରକ୍ଷା’। ୪୬ ସ୍ଥାନରେ ଏକକାଳୀନ ଚଢ଼ଉ, ନଗଦ ୧.୪୨ କୋଟି ଟଙ୍କା, କେଜିଏ ସୁନା, ୩ କିଲୋ ରୁପା ଜବତ।
- ଝାଡ଼ଖଣ୍ଡରେ ବଡ଼ ଷଡ୍ଯନ୍ତ୍ରର ଆଶଙ୍କା: କୋଡ଼ରମା ଗୋଦାମରୁ ୨୧ ପେଟି ବିସ୍ଫୋରକ ଚୋରି, ମାଓବାଦୀଙ୍କ ହାତ ସନ୍ଦେହ
- ପଞ୍ଜାବ ସନ୍ଥ ଭାଗ୍ସିଂହ ବିଶ୍ବବିଦ୍ୟାଳୟ ବାହାରେ ଯୁବକଙ୍କୁ ଗୁଳିକରି ହତ୍ୟା। ପୁଲିସ ଏନ୍କାଉଣ୍ଟରରେ ୨ ଆହତ
- ମଣିପୁର ହିଂସା ପୀଡିତ ୩ ବର୍ଷର ଯନ୍ତ୍ରଣା ସହି ସହି ଶେଷରେ ଆଖି ବୁଜିଦେଲେ କୁକି ଗଣଦୁଷ୍କର୍ମ ପୀଡ଼ିତା।
- ଇତିହାସରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଭାରତକୁ ପରାସ୍ତ କଲା।
- ହକି ଇଣ୍ଡିଆ ଲିଗରେ ନକ୍ଆଉଟ୍ ପର୍ଯ୍ୟାୟରେ ତାମିଲନାଡୁ ଡ୍ରାଗନ୍ସକୁ ହରାଇଲା କଳିଙ୍ଗ ଲାନସର୍ସ।
- ଜାତୀୟ ଉପକନିଷ୍ଠ ରଗ୍ବି ସେଭେନ୍ସରେ ବିହାର ବିଜେତା, ଓଡ଼ିଶାକୁ ବ୍ରୋଞ୍ଜ।
- ଇରାନରେ ଗଣହତ୍ୟା ପରେ ବିଦ୍ରୋହ ଅଟକିଲା।
- ପାକିସ୍ତାନରେ ହିନ୍ଦୁ ଝିଅଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ ଅଭିଯୋଗ। ବିରୋଧ କରୁଥିବା ନେତାଙ୍କୁ ହତ୍ୟା ଧମକ
- ଗତବର୍ଷ ଏଇ ସମୟରେ
ଓଡ଼ିଶା ପୋଲିସ ପକ୍ଷରୁ ୯୩୩ ସବ ଇନିସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା - ରାଜ୍ୟର ୬୭୯ ଥାନାକୁ ନୂଆ ସ୍କର୍ପିଓ ଗାଡି ମିଳିବ ବୋଲି ନିଷ୍ପତ୍ତି ହୋଇଥିଲା
=======================
ଆଜି ଜନ୍ମଦିନ: ମଧୁସୂଦନ ରାଓ, ପାର୍ବତୀ ଗିରି
ଆଜି ତିରୋଧାନ: ମହାରାଣା ପ୍ରତାପ, ଓଶୋ ରାଜନୀଶ
ଇତିହାସରେ ଆଜି: (୧୯୪୨) ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବର୍ମା ଅକ୍ତିଆର କଲା ଜାପାନ/ (୧୯୬୬) ଇନ୍ଦିରା ଗାନ୍ଧୀ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ହେଲେ/ (୧୯୭୭) ମିଆମି ସହରରେ ପ୍ରଥମ ବରଫପାତ ହେଲା
====================
ବନ୍ଦେ ଉତ୍କଳ ଜନନୀ