ଆଜିର ଖବର, ୧୮ ଜାନୁଆରୀ ୨୦୨୬, ରବିବାର
- ରାଜ୍ୟରେ ପଶ୍ଚିମଝଡ଼ ପ୍ରଭାବରେ କାଲିଠାରୁ ରାତି ତାପମାତ୍ରା ବଢ଼ିବ ଏବଂ ଶୀତର ପ୍ରକୋପ କମିବ।
- ପୁଣି ନୂଆ ସ୍ୱପ୍ନ। ୨୭ ଟି କଂପାନୀ ସହ ବୁଝାମଣା। କଲିକତାରୁ ଲକ୍ଷେ କୋଟି ଆସିବ, ନବେ ହଜାର ଚାକିରୀ ମିଳିବ।
- ଆଜି ଚିଲିକାରେ ପକ୍ଷୀ ଗଣନା, ସକାଳ ୬ ଟାରୁ ଆରମ୍ଭ ହେବ।
- ଆଜି ସମ୍ବଲପୁର ହୀରାକୁଦରେ ବନ୍ୟପ୍ରାଣୀ ଡିଭିଜନ ଦ୍ୱାରା ବିଦେଶୀ ପକ୍ଷୀ ଗଣନା।
- ଭୁବନେଶ୍ୱର ଖଣ୍ଡଗିରି କୁମ୍ଭ ମେଳା ପାଇଁ ପ୍ରସ୍ତୁତି, ସୁରକ୍ଷା ପାଇଁ ଲଗାଇବେ ୧୦୦ ସିସିଟିଭି।
- କାର୍ଯ୍ୟଦକ୍ଷତା ନଥିବା ଅଧ୍ୟାପକଙ୍କୁ ଚାକିରୀରୁ ବାହାର କରାଯିବ ବୋଲି କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ।
- ପୁରୀରେ ଭକ୍ତ ନିବାସ ପାର୍କିଂ ଭଡ଼ା କମିଲା। ପ୍ରବଳ ବିରୋଧ ପରେ ପଛଘୁଞ୍ଚା ଦେଲେ ପ୍ରଶାସନ।
- ଆସନ୍ତା ୨୪ରୁ କଟକକୁ ଆସିବ ନାହିଁ କୌଣସି ଘରୋଇ ବସ। ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ଘରୋଇ ବସ ସଂଘର ଆନ୍ଦୋଳନ।
- କଟକ ସିଡିଏରେ ୧୦୦ କୋଟିର ଜମି କେଳେଙ୍କାରୀ। ଟେଣ୍ଡର ପ୍ରକ୍ରିୟାକୁ ବେଖାତିର, ନିର୍ଦ୍ଧିଷ୍ଟ ସଂସ୍ଥାକୁ ଅନୁକମ୍ପା।
- ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ଉପରେ କଟକଣା। ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି।
- ବଲାଙ୍ଗୀର ଜିଲ୍ଲା ତୁଷୁରା ଦେଉଳଗୁଡ଼ି ଗାଁରେ ସାନକୁ ମାରିବାକୁ ବଡ଼ଭାଇ ୫ ଲକ୍ଷ ସୁପାରୀ ଦେଲା, ଅନ୍ତରଙ୍ଗ ବନ୍ଧୁ ହତ୍ୟା କଲା।
- ରାୟଗଡାରେ ଗଣେଶ, ସରସ୍ୱତୀ ମୂର୍ତ୍ତି ଭଙ୍ଗା ଘଟଣାରେ ମଦ୍ୟପ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଲା ପୁଲିସ
- ସମ୍ବଲପୁର ବୁର୍ଲା କିର୍ବା ପ୍ରାଥମିକ ବିଦ୍ୟାଳୟରେ ସଫେଇ କାମକୁ ନେଇ ଦୁଇ ଶିକ୍ଷୟିତ୍ରୀ ପିଟାପିଟି, ଜଣଙ୍କର ମୁହଁ ଫାଟିଲା।
- ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଫେରାର ଘଟଣାରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ନାଁରେ ଦସ୍ତଖତ ଜାଲିଆତି ଅଭିଯୋଗ।
- ସୁନ୍ଦରଗଡ଼ରେ ହିନ୍ଦୁ ଓ ବିରୋଧୀ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଅଭିଯୁକ୍ତ ଗିରଫ ହେଲେ
- କ୍ୟାପିଟାଲ୍ ହସ୍ପିଟାଲ୍ରେ ରୋଗୀଙ୍କ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ। ଡାକ୍ତରଙ୍କ ହାତ ଭାଙ୍ଗିଦେଲେ, ଡ୍ରେସର୍ଙ୍କ ମୁହଁକୁ ଫଟେଇଦେଲେ
- ଚିଲିକାରେ ପୁଣି ଫସିଗଲା ଯାତ୍ରୀବାହୀ ଭସାପୋଲ। ତାସହ ଫସିଲେ ଯାତ୍ରୀ ଓ ଯାନବାହନ।
- ଛତିଶଗଡ଼ରେ ନିଶା ମହାରଣାଙ୍କ ଅଶ୍ଳୀଳ ନାଚ ଦେଖି ନିଲମ୍ବିତ ହେଲେ ମେନପୁରର ଉପଜିଲ୍ଲାପାଳ।
- ଦେଶରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଗଡ଼ିଲା।
- ଗାୟକ ଜୁବିନ୍ ଗର୍ଗଙ୍କୁ ମୃତ୍ୟୁ ପୂର୍ବରୁ ପ୍ରଚୁର ମଦ୍ୟପାନ ପାଇଁ ବାଧ୍ୟ କରାଯାଇଥିଲା ବୋଲି ଆସାମ ପୁଲିସ କହିଲେ।
- ଇଣ୍ଡିଗୋ ବିମାନ ଚଳାଚଳ ବ୍ୟାଘାତ ଘଟଣାରେ କମ୍ପାନୀକୁ ୨୨.୨୦ କୋଟି ଜୋରିମାନା।
- ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ତେଲ ଟାଙ୍କିରେ ଗାଡ଼ି ମଡ଼ାଇ ହତ୍ୟା।
- ଭାରତକୁ ସତର୍କ ସୂଚୀରେ ରଖି ନାଗରିକଙ୍କ ପାଇଁ ନୂଆ ଯାତ୍ରା ଆଡଭାଇଜରି ଜାରି କଲା କାନାଡା
- ଆମେରିକାର ଧମକ ଯୋଗୁଁ, ଇରାନର ଚାବାହାର ବନ୍ଦରରେ କାମ ବନ୍ଦ କଲା ଭାରତ।
- ଗତବର୍ଷ ଏଇ ସମୟରେ ଆଠଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର ହୋଇଥିଲା।
- ଦିଲ୍ଲୀ ନିର୍ବାଚନରେ ବିଜେପିର ଘୋଷଣା, ଜିତିଲେ ସବୁ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା, ହୋଲି ଓ ଦିବାଲୀରେ ମାଗଣା ଗ୍ୟାସ ସିଲିଣ୍ଡର
====================
ଆଜି ଜନ୍ମଦିନ: ବିନୋଦ କାମ୍ବଲୀ, ଅପର୍ଣ୍ଣା ପୋପଟ, ବୀରପ୍ପନ, ମୋନିକା ବେଦୀ
ଆଜି ତିରୋଧାନ: କେଏଲ ସାଇଗଲ, ହରିବଂଶ ରାୟବଚନ
ଇତିହାସରେ ଆଜି: (୧୮୯୬) ପ୍ରଥମ ଏକ୍ସରେ ମେସିନ ପ୍ରଦର୍ଶିତ/ (୧୯୧୯) ବେଣ୍ଟଲି ମୋଟର୍ସ ସ୍ଥାପନ/ (୧୯୫୧) ନେଦରଲ୍ୟାଣ୍ଡ ରେ ପ୍ରଥମ ମିଛଧରା ଯନ୍ତ୍ର ବ୍ୟବହାର/ (୧୯୫୯) ମୋହନଦାସ ଗାନ୍ଧୀଙ୍କ ସହଯୋଗୀ ମୀରା ବେନ ଭାରତ ଛାଡିଲେ/ (୧୯୯୫) ୟାହୁ ଡଟ କମ ଆରମ୍ଭ ହେଲା/ (୨୦୦୬) ଆମେରିକା ସୁପ୍ରିମକୋର୍ଟ ରେ ଇଛାମୃତ୍ୟୁ ଆଇନ ସଂଶୋଧନ
====================
ବନ୍ଦେ ଉତ୍କଳ ଜନନୀ