ଆଜିର ଖବର | ୧୬ ଅକ୍ଟୋବର ୨୦୨୫ | ଗୁରୁବାର
- ଆସନ୍ତା ୨୦ ତାରିଖରେ ଅମାବାସ୍ୟା ଓ ପୟାଶ୍ରାଦ୍ଧ। ଦୀପାବଳି ଦିନ ହିଁ ପୟାଶ୍ରାଦ୍ଧ ହେବ।
- ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ନଭେମ୍ବର ୨୯ ସୁଦ୍ଧା ସିସିଟିଭି କ୍ୟାମେରା କାର୍ଯ୍ଯକ୍ଷମ କରିବାକୁ ଚେଷ୍ଟା ଚାଲିଛି।
- ରାସନକାର୍ଡ ହିତାଧିକାରୀଙ୍କୁ ଆହୁରି ଅଧିକ ୫ କେଜି ଚାଉଳ ମିଳିବାର ସମ୍ଭାବନା।
- ଆସନ୍ତା ୧୮ ତାରିଖରୁ ପର୍ଯ୍ଯଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ।
- ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଦଳୀୟ କାର୍ଯ୍ୟକ୍ରମରେ ଭାଗନେବେ, ପଦଯାତ୍ରାରେ ଯୋଗ ଦେବେ
- ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସଚିବ, ଅଧିକାରୀଙ୍କ ପାଇଁ ୧୦ହଜାର ଆଧୁନିକ ନୂଆ କାର କିଣାହେବ। ଡେରା ପକାଇ ପଡିଛନ୍ତି କାର କମ୍ପାନି
- ରାଜ୍ୟର ୫ଟି ସରକାରୀ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ଦୁଇ ବର୍ଷ ମଧ୍ୟରେ ୬୩ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର।
- ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ସହ ଖେଳ। ଅନଲାଇନ ଆପରେ ହେଉଛି ହୋମ ଡେଲିଭରି। ନିନ୍ଦା କରି ଚୁପ ହୋଇଗଲେ କର୍ତ୍ତୃପକ୍ଷ
- ନୂଆପଡ଼ା ବିଧାନସଭା ପାଇଁ ଆଜି ଜୟ ଢୋଲକିଆଙ୍କ ନାମାଙ୍କନ। ୧୮ରେ ଘାସିରାମଙ୍କ ପ୍ରାର୍ଥିପତ୍ର ଦାଖଲ ହେବ। ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡି ପ୍ରାର୍ଥୀ।
- କେନ୍ଦୁଝର ବ୍ଲକ୍ରେ ଏକାଧିକ ପଞ୍ଚାୟତରେ ଶହଶହ ମଲା ଲୋକଙ୍କ ନାମରେ ଚାଉଳ ଉଠୁଛି। ଅଡିଟ୍ରୁ ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି
- ମୟୁରଭଞ୍ଜ ଜିଲ୍ଲାରେ ଡାଏଲିସିସ୍ କକ୍ଷରେ ଚିକିତ୍ସାଧୀନ ଦୁଇ ରୋଗୀଙ୍କ ମୃତ୍ୟୁ। ଡାଏଲିସିସ୍ କକ୍ଷରେ ଡାକ୍ତର ରହୁ ନାହାଁନ୍ତି, ୩ ଟେକ୍ନିସିଆନ୍ରେ ଚାଲିଛି ଚିକିତ୍ସା
- ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷା ଘୋଟାଲାର ମୁଖ୍ୟ ଆସାମୀ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଖସିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ।
- କୋରାପୁଟ ଜୟପୁର ଗୋପବନ୍ଧୁ ନଗରରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମନ୍ଦିର ପୂଜକ ସହ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର
- କୋରାପୁଟ ଜିଲ୍ଲା ପାଡୁଆରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ୫ଜଣ ଅଭିଯୁକ୍ତ ଗିରଫ, ବୋଲେରୋ ଗାଡି ଜବତ
- ଯାଜପୁର ଜିଲ୍ଲା ସୁକିନ୍ଦାରେ ସଡ଼କ ଦୁର୍ଘଟଣାରେ ସୁକିନ୍ଦାର ଯୁବ ବିଏସ୍ଏସ୍ଓ ବୁଲୁ ବେହେରାଙ୍କ ମୃତ୍ୟୁ
- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ରାସ୍ତା କଡ଼କୁ ଓଲଟି ପଡିଥିବା ଟ୍ରାକ୍ଟର ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ
- ସମ୍ବଲପୁରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ, ମଧ୍ୟପ୍ରଦେଶର ୨ଜଣ ଗିରଫ
- ଖୋର୍ଦ୍ଧା ବେଗୁନିଆରେ ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅଫିସର। ଜମିରେ କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ।
- ବ୍ରଜରାଜନଗର ରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୩୪୭୦ ଟଙ୍କା ଓ ୨ ମୁଠା ତାସ ଜବତ କଲେ।
- ସୁନ୍ଦରଗଡ ବଡ଼ଗାଁରେ ଡକାୟତି ଯୋଜନା ବେଳେ ଧରାପଡିଲେ। ବୋଲେରୋ, ବନ୍ଧୁକ, ମୋବାଇଲ ଓ ଟଙ୍କା ଜବତ
- ମୟୁରଭଞ୍ଜ ଜନବସତି ଭିତରେ ବେତନଟୀ ଏସଡିପିଓଙ୍କ ଆତର୍କିତ ଚଢ଼ଉ, ୧୦୭ବସ୍ତା ବିସ୍ଫୋରକ ସହିତ ୩ଡ୍ରମ ମେଟାଲ ପାଉଡର ଜବତ
- ପୁରୀ ଜିଲ୍ଲା କୋଣାର୍କରୁ ଅପହରଣ କରାଯାଇଥିବା ଯୁବକ ଜୟ ଚକ୍ରବର୍ତ୍ତୀଙ୍କୁ ହାତଗୋଡ଼ ବନ୍ଧାଯାଇଥିବା ଅବସ୍ଥାରେ ପାରାଦୀପରୁ ଉଦ୍ଧାର କରିଛି ପୋଲିସ
- ଉତ୍ତରାଖଣ୍ଡ ରିଷିକେଷ ମଧୁବନ ଆଶ୍ରମରେ ଅଦିନିଆ ରଥଯାତ୍ରା ପାଳନ କଲା ଇସ୍କନ।
- ପଶ୍ଚିମବଙ୍ଗ ଦୁର୍ଗାପୁରର ପୀଡିତା ଓଡ଼ିଆ ଛାତ୍ରୀର ପୁରୁଷ ବନ୍ଧୁ ଉପରେ ପୋଲିସର ସନ୍ଦେହ ଘନୀଭୂତ। ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ୍।
- ଲୋକପ୍ରିୟ ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ। ମହାଭାରତ ସିରିଏଲରେ ଯୁଧିଷ୍ଠିର ହୋଇଥିଲେ
- ସୁପ୍ରିମ୍ କୋର୍ଟ କହିଲେ, ପତ୍ନୀମାନେ ସ୍ୱାମୀମାନଙ୍କୁ ନଟୁ ପରି ବୁଲାଇବା ବନ୍ଦ କରନ୍ତୁ।
- ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେବ। ଆୟୋଜନ ପାଇଁ ଅହମ୍ମଦାବାଦ ସହରର ନାଁ ସୁପାରିଶ ହୋଇଛି।
- ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ଼ କରନ୍ତୁ
- ଗତବର୍ଷ ଏଇ ସମୟରେ, କୋଟି କୋଟି ଟଙ୍କାର ସତମିଛ ନୋଟିସ ଲୋକଙ୍କୁ ପଠାଇଥିଲେ ଜିଏସଟି ଅଫିସ। ବିରୋଧ ପରେ ଏବେ ଚୁପ ଅଛନ୍ତି।
- ଗତବର୍ଷ ଏଇ ସମୟରେ, ରାଜନୈତିକ ଦଳ ମାନଙ୍କର ମନଇଚ୍ଛା ମାଗଣା ଯୋଜନା ପ୍ରତିଶ୍ରୁତି ଉପରେ କଟକଣା ଲଗାଯାଉ ବୋଲି ସୁପ୍ରିମକୋର୍ଟ କହିଥିଲେ। କେହି ଶୁଣିଲେନି
- ଗତବର୍ଷ ଏଇ ସମୟରେ, ଓଡିଶାକୁ ନିବେଶକ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ୪ ଦିନ ପାଇଁ ହରିୟାଣା, ମହାରାଷ୍ଟ୍ର ଯାଇଥିଲେ
=======================
ଆଜି ବିଶ୍ୱ ଖାଦ୍ୟ ଦିବସ
ବିଶ୍ୱ ନିଶ୍ଚେତକ ଦିବସ
ବିଶ୍ୱ ମେରୁଦଣ୍ଡ ଦିବସ
ଆଜି ଜନ୍ମଦିନ: ନବୀନ ପଟ୍ଟନାୟକ, ହେମା ମାଳିନୀ, ଜି.ଏସ. ମେଲକୋଟେ (ସଂଗ୍ରାମୀ)
ଇତିହାସରେ ଆଜି: (୧୯୦୫) ବ୍ରିଟିଶ ଦ୍ବାରା ବଙ୍ଗ ପ୍ରଦେଶର ପ୍ରଥମ ବିଭାଜନ/ (୧୯୨୩) ୱାଲଟ ଡିସନି କମ୍ପାନୀ ସ୍ଥାପନ/ (୧୯୪୨) ବଙ୍ଗୋପସାଗର ରେ ବାତ୍ୟା ଯୋଗୁଁ ଚାଳିଶ ହଜାର ଲୋକ ମୃତ/ (୧୯୭୮) କପିଳ ଦେବ ଭାରତୀୟ କ୍ରିକେଟ ଟିମରେ ଖେଳିବା ଆରମ୍ଭ କଲେ/ (୧୯୫୧) ପାକିସ୍ତାନ ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀଙ୍କ ହତ୍ୟା/ (୧୯୫୯) ରାଷ୍ଟ୍ରୀୟ ମହିଳା ଶିକ୍ଷା ପରିଷଦ ସ୍ଥାପନ/ (୧୯୬୮) ହରଗୋବିନ୍ଦ ଖୁରାନା ଚିକିତ୍ସା ବିଜ୍ଞାନରେ ନୋବେଲ ପାଇଲେ
=======================
ବନ୍ଦେ ଉତ୍କଳ ଜନନୀ