BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

II ଆଜିର ଖବର II ତାରିଖ:୦୬/୦୬/୨୫ II ଶୁକ୍ରବାର II

୧-ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା : ଜୁନରେ ସରିବ Ekyc ପ୍ରକ୍ରିୟା, ବାଦ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ।

୨-ପୁରୀ:ଜୁନ ୧୧ରେ ପବିତ୍ର ସ୍ନାନପୂର୍ଣ୍ଣିମା, ସୁରକ୍ଷା ଦାୟିତ୍ଵରେ ରହିବେ ୪ ଏସପି ଓ ୭୦ ପ୍ଲାଟୁନ ପୋଲିସ ଫୋର୍ସ।

୩-ଭୁବନେଶ୍ୱର:ଜୁନ୍ ୧୦ ସୁଦ୍ଧା ବାହାରିବ OJEE ପରୀକ୍ଷା ଫଳ।

୪-ଭୁବନେଶ୍ୱର:ଆଜି ସରିବ+୨ ଇନଷ୍ଟାଣ୍ଟ ପରୀକ୍ଷା ଫର୍ମ ପୂରଣ।

୫-ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ଆସନ୍ତା ୧୨ ତାରିଖରେ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ହେବ।

୬-ନୂଆ ନିୟମ କରି ଅଡୁଆ ବଢ଼ାଇ ଦେଲେ କି ସରକାର ? ଶିକ୍ଷକଙ୍କ ବଦଳି ଅନୁରୋଧ ଚାପରେ ଅତିଷ୍ଠ ବିଧାୟକ,କାହାର କାଟିବେ, କାହାର ରଖିବେ, ତାହା ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି ।

୭-ପାରା କ୍ରୀଡ଼ାବିତ୍ ସୁଚିତ୍ରା ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, ଜିତିଲେ ଉଭୟ ରୌପ୍ୟ ଓ କାଂସ୍ୟ ପଦକ।

୮-ପୁରୀ : ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍ ମନୋଜ ମହାନ୍ତି, ୬ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।

୯-ମାଲକାନଗିରି:ଟପ ମାଓ ନେତା ଗୌତମ ଓରଫ ସୁଧାକର ନିହତ, ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ଇନାମ।

୧୦-ଏଣିକି ରେଳଯାତ୍ରୀଙ୍କ ଯାଞ୍ଚ ହେବ ପରିଚୟ, ଏମ୍ ଆଧାର ଆପ୍ ମାଧ୍ୟମରେ ଯାଞ୍ଚ କରିବେ ଟିକେଟ ଯାଞ୍ଚ କର୍ମଚାରୀ।

୧୧-ଆଜି ବସିବ ରାଜ୍ୟ କ୍ୟାବିନେଟ,ବହୁ ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର।

୧୨-୧୨ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବେ।

୧୩-ଆଜି ଘୋଷଣା ହେବ ନୂଆ ମୁଦ୍ରାନୀତି, ସାଧାରଣ ଲୋକଙ୍କ ମିଳିବ ବଡ଼ ଆଶ୍ୱସ୍ତିି; ଗୃହ ଋଣ, କାର୍ ଋଣର ଇଏମଆଇ କମିବା ନେଇ ସମ୍ଭାବନା।

୧୪-ବକ୍ସାଇଟ ଉତ୍ତୋଳନକୁ ବିରୋଧ – ପରିବେଶ ଦିବସରେ ମେଧା ପାଟକରଙ୍କୁ ଅଟକ ରଖିଲା ପୁଲିସ।

୧୫-ବେଙ୍ଗାଳୁରୁ:ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା କଲା ଆରସିବି।

୧୬-ଅପରାଧିକ ଅବହେଳା: RCB ଓ ଆୟୋଜକଙ୍କ ବିରୋଧରେ ଏତଲା ରୁଜୁ, ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ।

୧୭-ନୂଆ ଦିଲ୍ଲୀ:ବଜାରରେ ଚମକିଲା ରୂପା, କେଜି ପିଛା ଦର ୧ଲକ୍ଷ ଟଙ୍କା ପାର।

୧୮-ବେଙ୍ଗାଲୁରୁ ଦଳାଚକଟା: ପୁଲିସ କମିଶନରଙ୍କ ସମେତ ୬ ଅଧିକାରୀ ନିଲମ୍ବିତ, ସିଆଇଡି ତଦନ୍ତ ନିର୍ଦେଶ।

୧୯-ଆରବିଆଇ ଦେଲା ମଞ୍ଜୁରୀ,ଫ୍ଲିପକାର୍ଟ ନିଜ ଇ-କମର୍ସ ପ୍ଲାଟଫର୍ମରେ ସିଧାସିଳଖ ଋଣ ଦେଇପାରିବ।

୨୦-ପ୍ରଥମ ଥର ହାଇଟେକ୍‌ ସୁରକ୍ଷାରେ ୩୮ ଦିନିଆ ହେବ ଅମରନାଥ ଯାତ୍ରା : ୫୮,୦୦୦ ଯବାନ , ଜାମର ଓ ଡ୍ରୋନ୍‌ ହେବେ ମୁତୟନ।

୨୧-ଭାରତରେ ତିଆରି ହେବ ରାଫେଲ ଯନ୍ତ୍ରାଂଶ,ଫ୍ରାନ୍ସର ଡାସଲ୍ଟ କମ୍ପାନୀ ଭାରତର ଟାଟା କମ୍ପାନୀ ସହିତ ମିଶି ଭାରତରେ ଏହାକୁ ନିର୍ମାଣ କରିବ।

୨୨-ଟ୍ରମ୍ପ ପ୍ରଶାସନର ବଡ଼ ନିଷ୍ପତ୍ତି, ୧୨ଟି ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା

🙏 ସୁପ୍ରଭାତ, ଗୁଡମର୍ଣିଂ 🙏