- ବଡ଼ଧରଣର ବର୍ଷାର ସମ୍ଭାବନା ଏବେ ନାହିଁ। ଦୁର୍ବଳ ହେଲା ମୌସୁମୀ, ରଜ ପରେ ପୁଣି ସବଳ ହେବ
- ବୈଷୟିକ ଶିକ୍ଷାରେ ରହିବ ଜାତିଭିତ୍ତିକ ସଂରକ୍ଷଣ। ରାଜ୍ୟ ସରକାର ଖୁବଶୀଘ୍ର ଘୋଷଣା କରିବେ
- ଆଗାମୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ପରିବହନ ବିଭାଗ ପୁରୀକୁ ପଠାଇବ ଏକ ହଜାର ବସ୍।
- ପୁରୀରେ ରଥ ନିର୍ମାଣର ୩୦ତମ ଦିବସରେ ତିନି ରଥର ୨୧ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି
- ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୭ରେ ପହଞ୍ଚିଗଲା। କଟକରେ ନୂଆ ଆକ୍ରାନ୍ତ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ
- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ବିଏ. ବି.ଇଡି, ବି.ଏସସି. ବି.ଇଡି, ବି.ଇଡି, ଏମ.ଇଡି,ଏମ.ଏସସି ଶିକ୍ଷା ଭିତ୍ତିକ କୋର୍ସରେ ନାମଲେଖା ପାଇଁ ଆବେଦନ କରାଯାଉଛି
- ୧୦୮ ଆମ୍ବୁଲାନ୍ସର ମରାମତି ହେଉନି। ଛାତ କଣା, ଟାୟାର ପୁରୁଣା, ଷ୍ଟେପିନ ଟାୟାର ନାହିଁ। ବୁହା ହେଉଥିବା ରୋଗୀକୁ ଭଗବାନ ସାହା
- ଓଡ଼ିଶାର ସ୍କୁଲ ଟପର କେରଳରେ ଦାଦନ। ରାୟଗଡା ପୋଡ଼ାପଦର ଗ୍ରାମର ଛାତ୍ର ବଳଭଦ୍ରଙ୍କୁ ସରକାରୀ ସହାୟତା ଘୋଷଣା
- ଭିଜିଲାନ୍ସ ଧରିଥିବା ଲାଞ୍ଚୁଆ ସରକାରୀ ଇଞ୍ଜିନିୟର ମୁଖ୍ୟଯନ୍ତ୍ରୀଙ୍କ ଘରେ ମେସିନ ଲଗାଇ ଟଙ୍କା ଗଣାହେଉଛି
- ଖଣି ବ୍ୟବସାୟୀଙ୍କ ଲାଞ୍ଚ ମାମଲାରେ ଜେଲ୍ ଗଲେ ଇଡି ଉପନିର୍ଦ୍ଦେଶକ ଓ ମଧ୍ୟସ୍ଥ। ମାଗିଥିଲେ ୫କୋଟି, ନେଉଥିଲେ ୫୦ଲକ୍ଷ
- ସୁନ୍ଦରଗଡ ବରପାଲି ରେଳ ସାଇଡିଂରେ କୋଇଲା ଚୋରି ବିରୁଦ୍ଧରେ ଧାରଣାରେ ବସିଥିବା ବିଧାୟକ ଯୋଗେଶ ସିଂଙ୍କୁ ପୁଲିସ ପୁଣି ଉଠାଇ ନେଲା।
- ସିକିମ୍ରେ ନଦୀକୁ ଖସିଲା ଟୁରିଷ୍ଟ୍ ଭ୍ୟାନ୍। ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀଙ୍କ ସମେତ ୪ ମୃତ
- ଯାଜପୁରରେ ପିଲା ବିକ୍ରି ଲଜ୍ଜ୍ୟା। ୭ ବର୍ଷର ବିକ୍ରି ପୁଅ ଢେଙ୍କାନାଳ ଭୁବନରୁ ଉଦ୍ଧାର
- ପାରଳାଖେମୁଣ୍ଡିରେ ଗୃହରକ୍ଷୀ ଶାରୀରିକ ପରୀକ୍ଷାରେ ଦୌଡ଼ିବା ବେଳେ ୨ ପ୍ରାର୍ଥୀ ମୃତ, ୪ ଗୁରୁତର।
- ସମ୍ବଲପୁର ରେଢାଖୋଲରେ ବସକୁ ପଛରୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ୨୦ଜଣ ଆହତ, ୫ଗୁରୁତର।
- ଫୁଲବାଣୀରେ ଏସିଡ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ୧୨ ବର୍ଷ ଜେଲ ଦଣ୍ଡ, ୫୦ ହଜାର ଟଙ୍କା ଜରିମାନା।
- ମୟୁରଭଞ୍ଜ ରାଇରଙ୍ଗପୁରରେ ଆଦିବାସୀ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ, ମାମଲା ରୁଜୁ
- ମାଲକାନଗିରିରେ ଆଇଇଡି ବିସ୍ପୋରଣରେ ୩ ଆଦିବାସୀ ଗୁରୁତର, ବିପୁଳ ପରିମାଣର ବିସ୍ପୋରକ ଜବତ।
- କଟକରେ ଘରୋଇ ହଷ୍ଟେଲରୁ ନର୍ସଙ୍କ ମୃତଦେହ ଉଦ୍ଧାର।ମୃତକ ଯୁବତୀଙ୍କ ଘର ବାଲେଶ୍ବର।
- ନୂଆପଡା କୋମନାରେ ଗୁଣିଗାରେଡ଼ି ପାଇଁ ପୁତୁରାକୁ ବଳି ଘଟଣାରେ ବଡ଼ବାପାଙ୍କୁ ଆଜୀବନ କାରାଦଣ୍ଡ
- କଟକ ନିଶ୍ଚିନ୍ତକୋଇଲିରେ ବୋମା ଭିଡ଼ିବା ବେଳେ ବିସ୍ଫୋରଣ, ଜଣେ ମୃତ, ଉଡ଼ିଗଲା ଘର ଛାତ
- ଜଗତସିଂହପୁର ଏରସମାରେ ମାଡ଼ିଆସିଲା ସମୁଦ୍ର, ବୁଡ଼ିଲା ଶିଆଳି ବେଳାଭୂମି ପାର୍କିଂସ୍ଥଳ
- ଓଡ଼ିଶାରେ ପଶିଲେ ଛତିଶଗଡ଼ ନକ୍ସଲ। ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି ମାଓ ନେତା
- ନିଟ୍ ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ଙ୍କ ନିଷ୍ପତ୍ତି। ଗୋଟିଏ ସିଟିଂରେ ହେବ ନିଟ୍ ପିଜି ପରୀକ୍ଷା।
- ଅଭିନେତା ଅରଶଦ ଓ୍ବାରସି ଉପରେ ଠକେଇ ଅଭିଯୋଗ। ଶେୟାର ବଜାରରେ ଟ୍ରେଡିଂ କରିପାରିବେ ନାହିଁ
- ଉତ୍ତରାଖଣ୍ଡ ଗଣଦୁଷ୍କର୍ମ, ହତ୍ୟା ମାମଲାରେ ବିଜେପି ନେତାଙ୍କ ପୁଅ ସମେତ ୩ ଦୋଷୀଙ୍କୁ ଆଜୀବନ ଜେଲ୍
- ୟୁପି ବଲିଆରେ ବିଦ୍ୟୁତ ନଥିବାରୁ ମୋବାଇଲ ମୋବାଇଲ ଲାଇଟରେ ୪ଜଣ ମହିଳାଙ୍କ ପ୍ରସବ କରାଇଲେ ଡାକ୍ତର।
- କ୍ରିକେଟ ଆଇପିଏଲରେ ଗୁଜୁରାଟ ହାରିଲା, ମୁମ୍ବାଇ ପଞ୍ଜାବ ଦ୍ବିତୀୟ କ୍ବାଲିଫାୟାର।
- ପାକିସ୍ତାନ ଲାହୋରରେ ବୁଲୁଛି ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ ସଇଫୁଲ୍ଲା କସୁରୀ।
- ତୁର୍କୀ ସହିତ ସମ୍ପର୍କ ଛିନ୍ନ କରୁନାହିଁ ଇଣ୍ଡିଗୋ ବିମାନ ସଂସ୍ଥା। ସରକାର ଆହୁରି ତିନିମାସ ସମୟ ଦେଲେ
=======================
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ
ଆଜି ଜନ୍ମଦିନ: ରାଣୀ ଅହଲ୍ୟାବାଇ, ନୁର ଜାହାନ, କଳ୍ପନା ଲାଜମୀ, ସୁବ୍ରତ ବାଗଚୀ (ବଲାଙ୍ଗୀର)
ଇତିହାସରେ ଆଜି ଦିନ: (୧୭୭୪) ଭାରତରେ ପ୍ରଥମ ପୋଷ୍ଟ ଅଫିସ ଖୋଲିଲା/ (୧୯୨୧) ଜାତୀୟ କଂଗ୍ରେସର ପତାକା ନିର୍ଦ୍ଧାରିତ/ (୧୯୫୯) ଦଲାଇ ଲାମାଙ୍କୁ ଭାରତରେ ଆଶ୍ରୟ ମିକିଲା/ (୨୦୧୦) ଦେଶର ସବୁ ପ୍ରାଇଭେଟ ସ୍କୁଲରେ ଗରୀବ ପିଲାଙ୍କ ପାଇଁ ୨୫% ସିଟ ଆରକ୍ଷଣ ନିୟମ ହେଲା
=======================
ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ
ବନ୍ଦେ ଉତ୍କଳ ଜନନୀ