- ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ହେବ ପ୍ରବଳ ବର୍ଷା। ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା
- ଏଣିକି ପଞ୍ଚାୟତ ସ୍ତରରେ ହେବ ପାଣିପାଗର ପୂର୍ବାନୁମାନ। ‘ଭାରତ ଫୋରକାଷ୍ଟ ସିଷ୍ଟମ’ର ଶୁଭାରମ୍ଭ
- ଆସନ୍ତା ୨୯ ରୁ ଆରମ୍ଭ ହେବ ବିକଶିତ କୃଷି ସଂକଳ୍ପ ଅଭିଯାନ, ପୁରୀରୁ ହେବ ଶୁଭାରମ୍ଭ।
- ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁଣି ଥରେ ଜାଗା ମାଗିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ। ପୂର୍ବରୁ ଥରେ ଜମି ନେଇ ଫେରି ଯାଇଥିଲେ
- ସମ୍ବଲପୁର ଦୁର୍ଗାପାଲି ରେଳ ଓଭରବ୍ରିଜ ଉଦଘାଟନର ୨୪ ଘଣ୍ଟା ଭିତରେ ଦବିଗଲା। ଦୁର୍ନୀତିର ଗନ୍ଧ, ଅପାରଗ ଇଞ୍ଜିନିୟର।
- ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍ ବୌଦ୍ଧ ଅଡେଣିଗଡ଼ ନିକଟରେ ଭୁଶୁଡିପଡିଲା।
- ପୁରୀ ପିପିଲି ଅଞ୍ଚଳରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ନିର୍ଯ୍ୟାତନା ଦେଇ ଯୁବକ ଗିରଫ।
- ପୁରୀ ପିପିଲିରେ ମହିଳା ଆରଆଇଙ୍କୁ ଅସଦାଚରଣ ଅଭିଯୋଗ, ଅତିରିକ୍ତ ତହସିଲଦାରଙ୍କ ନାଁରେ ମାମଲା
- ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ବଲାଙ୍ଗୀର ଟିଟିଲାଗଡ଼ ସରକାରୀ ହସପିଟାଲରେ ରୋଗୀଙ୍କ ସାଲାଇନରେ ଫୋଡିଲେ ରକ୍ତ ଲଗା ସିରିଞ୍ଜ
- ଗଞ୍ଜାମରେ ଡେଙ୍ଗୁ ଆତଙ୍କ। ଆର୍ଯ୍ୟପଲ୍ଲୀରେ ୧୩ ବର୍ଷ ବାଳକ ମୃତ, ଗ୍ରାମର ୮ ଜଣ ଆକ୍ରାନ୍ତ।
- ଯାତ୍ରା ଅଭିନେତ୍ରୀ ମାମୁନି ବକେୟା ପାଉଣା ମାଗିବାରୁ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା
- କଳାହାଣ୍ଡି ଲାଞ୍ଜିଗଡରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ।
- ଝାରସୁଗୁଡ଼ାରେ ଚାଲିଥିବା ଚର୍ଚ୍ଚିତ ମାଟି ଦୁର୍ନୀତି ଘଟଣାର ତଦନ୍ତ ଜାରି। କେତେ ମାଟି କେମିତି ଚୋରି ହେଲା, ଜାଣିପାରୁନି ଖଣି ବିଭାଗ।
- ରାୟଗଡା ବନ୍ଧୁଗାଁ ରେ ମଦ ବିକ୍ରିକୁ ନେଇ ଲଢେ଼ଇ। ଲକ୍ଷ୍ମୀପୁର ବିଧାୟକ ସରକାରୀ ମଦ ଦୋକାନରେ ତାଲା ପକାଇଲେ
- କ୍ରିକେଟ ଆଇପିଏଲରେ କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ, ମୁମ୍ୱାଇ ୭ ୱିକେଟରେ ପରାସ୍ତ। ବେଙ୍ଗାଳୁରୁ- ଲକ୍ଷ୍ନୌ ଶେଷ ଲିଗ୍ ମ୍ୟାଚ୍ ଆଜି।
- ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଜୁନ୍ ୧୯ରେ ଭୋଟ୍।
- ମୁମ୍ବାଇ ବର୍ଷାରେ ବୁଡିଲା ରେଳ ଷ୍ଟେସନ, ୧୦୭ବର୍ଷର ରେକର୍ଡ ଭାଙ୍ଗିଲା
- ଜୁଲାଇ ୩୧ରୁ ୟୁପିଆଇ ରେ ବାଲାନ୍ସ ଚେକ୍, ଅଟୋ ପେ ଓ ଟ୍ରାଞ୍ଜାକ୍ସନ ହେବ ସୀମିତ
- ପୁଣି ମଣିପୁର ଅଶାନ୍ତ। ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି, ୫ ଆହତ
- କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ହଜାରେ ଟପିଲା। ରାସ୍ତାକଡ ଖାଦ୍ୟ ବିପଦ
- ଭାରତକୁ ମାତ୍ର ଗୋଟିଏ ଦେଶର ସମର୍ଥନ ମିକିଲା। ଆତଙ୍କବାଦ ବିରୁଦ୍ଧ ଲଢେଇରେ ଦୃଢ ଭାବେ ଠିଆ ହୋଇଛି ମାଳଦ୍ୱୀପ ବୋଲି ମନ୍ତ୍ରୀ କହିଲେ।
- ବାଙ୍ଗଲାଦେଶୀଙ୍କୁ ଫେରାଇଲେ ଆମେ ବି ଭାରତୀୟଙ୍କୁ ଫେରାଇବୁ, କହିଲା ବାଙ୍ଗଲାଦେଶ
- ଚୀନ ସହଯୋଗରେ ଗୋପନରେ ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ
=======================
ଆଜି ବିଶ୍ୱ ମାର୍କେଟିଙ୍ଗ ଦିବସ
ଆଜି ଜନ୍ମଦିନ: ରବି ଶାସ୍ତ୍ରୀ, ନିତୀନ ଗଡକରୀ
ଆଜି ତିରୋଧାନ: ଜବାହରଲାଲ ନେହେରୁ
ଇତିହାସରେ ଆଜି ଦିନ: (୧୭୦୩) ଋଷିଆରେ ସେଣ୍ଟ ପିଟର୍ସବର୍ଗ ସହର ସ୍ଥାପନ/ (୧୯୦୮) ମୌଲାନା ନୁରୂଦ୍ଦିନ ହେଲେ ପ୍ରଥମ ଖଲିଫା/ (୧୯୨୧) ବ୍ରିଟିଶ କବଳରୁ ଆଫଗାନିସ୍ତାନ ସ୍ୱାଧୀନ/ (୧୯୪୮) ମୋହନଦାସ ଗାନ୍ଧିଙ୍କ ହତ୍ୟାର ବିଚାର ଆରମ୍ଭ
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ*