BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବଦଳିବ ଆପଣଙ୍କ ଭାଗ୍ୟ: ଆକସ୍ମିକ ଧନଲାଭ ସମ୍ଭାବନା, ମିଳିବ ଖୁସି ଖବର – ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ବାଣିଜ୍ୟ ଓ ବ୍ୟବସାୟରେ ଆୟ ବୃଦ୍ଧି ହେବ। କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ।

ପ୍ରତିକାର: ଗଣେଶଙ୍କୁ କର୍ପୂର ଆଳତୀ କରି ଆଳତୀ କଳା ମୁଣ୍ଡରେ ମାରନ୍ତୁ।

ବୃଷ: ଆଜି ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବାଣିଜ୍ୟ ଓ ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ। ମହିଳାମାନେ ସଞ୍ଚୟ କରିବେ।

ପ୍ରତିକାର: ସାତଟି ପେଡ଼ା ହନୁମାନଙ୍କ ପାଖରେ ଭୋଗ କରି ଛୋଟ ଛୋଟ ପିଲାମାନଙ୍କୁ ବାଣ୍ଟନ୍ତୁ।

ମିଥୁନ: ଆଜି କର୍ମରେ ଉନ୍ନତି କରିବା ସହିତ ସମସ୍ତ ଦିଗରୁ ପ୍ରଗତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ପାରିବାରିକ ସମସ୍ୟାକୁ ସମାଧାନ କରିବା ପାଇଁ ସମର୍ଥ ହେବେ।

ପ୍ରତିକାର: ‘ଓଁ ନମଃ ଶିବାୟ’ ମନ୍ତ୍ରରେ ପାଞ୍ଚଟି ତ୍ରିଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢ଼ାନ୍ତୁ।

କର୍କଟ: ଆଜି ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ହୋଇପାରେ। କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଦେଖାଦେବ ଏବଂ ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟ ସହଯୋଗ ପାଇବାରୁ ବଞ୍ଚିତ ହେବେ। ବାପାମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହେବେ।

ପ୍ରତିକାର: ହନୁମାନଙ୍କ ପାଖରେ ରାଶି ତେଲରେ ଦୀପଟିଏ ଜାଳନ୍ତୁ।

ସିଂହ: ଆଜି ବାଣିଜ୍ୟ ଓ ବ୍ୟବସାୟରେ ଆୟ ବୃଦ୍ଧି ଘଟିବ। କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ପରିସ୍ଥିତି ଖରାପ ନଥିଲେ ମଧ୍ୟ ମନ ଅଶାନ୍ତ ରହିବ। ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ।

ପ୍ରତିକାର: ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ।

କନ୍ୟା: ଆଜି କର୍ମରେ ଉନ୍ନତି ଓ ସଫଳତା ପାଇବେ। ମହିଳା ସହକର୍ମୀ ସହଯୋଗ କରିବେ। ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସ୍ନେହ, ଶ୍ରଦ୍ଧା ତଥା ସହାନୁଭୂତି ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ବୃଦ୍ଧି ଘଟିବ। ବିଦ୍ୟାର୍ଥୀମାନେ ଅସ୍ଥିରମନା ହେବେ।

ପ୍ରତିକାର: ଶିବ ମନ୍ଦିର ବେଢ଼ାରେ ଥିବା ମା’ ପାର୍ବତୀଙ୍କୁ ସାତଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଚଢ଼ାନ୍ତୁ।

ତୁଳା: ଆଜି କର୍ମ କ୍ଷେତ୍ରରେ ସମସ୍ତ ବାଧାବିଘ୍ନ ଦୂର ହେବ। ସହକର୍ମୀଙ୍କ ସହଯୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ। ବାଣିଜ୍ୟ ଓ ବ୍ୟବସାୟ ଠିକ୍‌ରେ ଚାଲିବ ଏବଂ ଆୟ ବୃଦ୍ଧି ହେବ। ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ।

ପ୍ରତିକାର: କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଇବାକୁ ଦିଅନ୍ତୁ।

비ଛା: ଆଜି ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି। ମାନସିକ ଓ ପାରିବାରିକ ଅଶାନ୍ତି ସହ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି। ପୁତ୍ର ଓ କନ୍ୟା ଅବଜ୍ଞା କରିବେ ଏବଂ ତାଙ୍କ କର୍ମକୁ ନେଇ ଆପଣ ଚିନ୍ତାଗ୍ରସ୍ତ ହେବେ। ବାପାମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ହେବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ।

ପ୍ରତିକାର: ମା’ ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପଟିଏ ଜାଳନ୍ତୁ।

ଧନୁ: ଆଜି ଜଗିରଖି ଚଳନ୍ତୁ ଓ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ। ମାଲିମକଦ୍ଦମାରେ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିପାରନ୍ତି। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ। ମହିଳାମାନେ ଉଦର ଯନ୍ତ୍ରଣା ପାଇବେ।

ପ୍ରତିକାର: ସାତଟି ତୁଳସୀ ମଞ୍ଜରୀ ନାରାୟଣଙ୍କୁ ଚଢ଼ାନ୍ତୁ।

ମକର: ଆଜି କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃ-ଭଗ୍ନୀଙ୍କର ସାହାଯ୍ୟ ଏବଂ ସହଯୋଗ ପାଇବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ। ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ।

ପ୍ରତିକାର: ଅଶ୍ୱତ୍ଥ ଗଛ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ।

କୁମ୍ଭ: ଆଜି ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି। କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ଚୋରି ହୋଇଯାଇପାରେ। ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ। ମହିଳାମାନେ ବଦଖର୍ଚ୍ଚି ହେବେ।

ପ୍ରତିକାର: ଶିବ ପଞ୍ଚାକ୍ଷର ମନ୍ତ୍ର ପାଠ କରନ୍ତୁ।

ମୀନ: ଆଜି ଆପଣଙ୍କୁ ସୁଖାଦ୍ୟ ମିଳିବ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବାଣିଜ୍ୟ ଓ ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଦେଖାଦେବ। କର୍ମସ୍ଥାନରେ ପ୍ରଶଂସିତ ହେବେ। ମା’ ଲକ୍ଷ୍ମୀଙ୍କର କୃପା ରହିବ। ମାନସିକ ଓ ପାରିବାରିକ ଶାନ୍ତି ସହ ଶାରୀରିକ ସୁସ୍ଥତା ଲାଭ କରିବେ।

ପ୍ରତିକାର: ଗଣେଶଙ୍କ ପାଖରେ ସାତଟି ରାଶିଲଡୁ ଭୋଗ କରି ଛୋଟ ଛୋଟ ପିଲାମାନଙ୍କୁ ବାଣ୍ଟନ୍ତୁ।