ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଏବଂ କଣ ରହିଛି ଶୁଭ ପ୍ରତିକାର
ଭାଗ୍ୟ ଚକ୍ର: ମକର ରାଶିର ଆକସ୍ମିକ ଧନଲାଭ, ମୀନ ଓ ମେଷ ପାଇଁ ସତର୍କତା; ପଢନ୍ତୁ ଆଜିର ସମ୍ପୂର୍ଣ୍ଣ ରାଶିଫଳ
ମେଷ: ଆଜି ଆପଣ ନିଜ ବନ୍ଧୁଙ୍କ ସହ କୌଣସି ବିଷୟକୁ ନେଇ ମନୋମାଳିନ୍ୟର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ସମସ୍ୟା ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ। ତେଣୁ ପ୍ରତିଟି କ୍ଷେତ୍ରରେ ସତର୍କ ରହି କାର୍ଯ୍ୟ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ମହିଳାମାନେ ଗୃହ କର୍ମରେ ଅଧିକ ବ୍ୟସ୍ତ ରହିବେ।
ପ୍ରତିକାର: ଗାୟତ୍ରୀ ମହାମନ୍ତ୍ରକୁ ୨୭ ଥର ଜପ କରନ୍ତୁ।
ବୃଷ: ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ, ତେଣୁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ହେବାର ଶୁଭ ସଂକେତ ରହିଛି। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଉତ୍ତମ ପ୍ରଦର୍ଶନ କରି କୃତକାର୍ଯ୍ୟ ହେବେ।
ପ୍ରତିକାର: ହନୁମାନଙ୍କୁ ଦର୍ଶନ କରିବା ସହିତ ତାଙ୍କ ପାଖରେ ସାତଟି ପେଡ଼ା ଭୋଗ କରନ୍ତୁ।
ମିଥୁନ: ଆଜି ଆପଣ ମନୋରଞ୍ଜନ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବାହାରକୁ ଯାତ୍ରା କରିପାରନ୍ତି। କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ଅଛି। ପୂର୍ବ ନିର୍ଦ୍ଧାରିତ ଯୋଜନାରେ କିଛି ବିଘ୍ନ ଘଟିପାରେ, ଯାହା ଫଳରେ ଆପଣଙ୍କୁ ନିଜ ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ।
ପ୍ରତିକାର: ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ପାଠ କରି ଗୁଡ଼ ପାଣିରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।
କର୍କଟ: ଆଜି ଆପଣଙ୍କୁ ନୂତନ ଅଧିକାର ଓ କ୍ଷମତା ପ୍ରାପ୍ତ ହେବ, ଯାହା ଆପଣଙ୍କ ମନକୁ ବହୁତ ଆନନ୍ଦ ପ୍ରଦାନ କରିବ। କ୍ରୀଡ଼ାବିତ୍ମାନେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ। ମହିଳାମାନେ ସାବଧାନତା ଅବଲମ୍ବନ କରନ୍ତୁ, ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନାନ୍ତର ଦେଖାଦେଇପାରେ।
ପ୍ରତିକାର: ମା’ କାଳୀଙ୍କ ପାଖରେ ରାଶି ତେଲର ଦୀପଟିଏ ପ୍ରଜ୍ୱଳିତ କରନ୍ତୁ।
ସିଂହ: ଆଜି ଆପଣ ନିଜ ଆତ୍ମୀୟମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ। ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ଓ ଆୟ ବୃଦ୍ଧି ଘଟିବ। ମହିଳାମାନେ ନିଜର ଗୃହ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ ଏବଂ ପତ୍ନୀଙ୍କ ପ୍ରେରଣା ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
ପ୍ରତିକାର: କିଛି ଅରୁଆ ଚାଉଳ, କଳାବିରି ଓ ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।
କନ୍ୟା: ଆଜି କୌଣସି ବ୍ୟକ୍ତିଙ୍କଠାରୁ ଆପଣଙ୍କୁ ଅପ୍ରତ୍ୟାଶିତ ସାହାଯ୍ୟ ମିଳିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିମାନେ ସମ୍ମାନିତ ହେବେ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଗସ୍ତର ସୁଯୋଗ ପାଇପାରନ୍ତି ଏବଂ ଧର୍ମ ଦିଗରେ ମନୋନିବେଶ କରିବେ।
ପ୍ରତିକାର: ମଥାରେ ହଳଦୀ ରଙ୍ଗର ଚନ୍ଦନ ଟିପା ଲଗାନ୍ତୁ।
ତୁଳା: ଆଜି ଆପଣଙ୍କ ପାଇଁ ଧନଲାଭର ଯୋଗ ରହିଛି ଏବଂ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆବଶ୍ୟକ ସମୟରେ ପ୍ରିୟଜନମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ନିଜର ନିଷ୍ଠାପର ଚେଷ୍ଟା ବଳରେ କର୍ମ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟରେ ଆୟର ସ୍ରୋତ ବୃଦ୍ଧି ପାଇବ।
ପ୍ରତିକାର: କିଛି ମିଠା ଦହି ଖାଇ ନିଜର କାର୍ଯ୍ୟ ଆରମ୍ଭ କରନ୍ତୁ।
ବିଛା: ଆଜି ଆପଣ କୌଣସି ଏକ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି। ସନ୍ତାନମାନେ ଆପଣଙ୍କ ଆଜ୍ଞାଧୀନ ହେବେ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣସି ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହେବାର ସୁଯୋଗ ରହିଛି। ମହିଳାମାନେ ଆଜି ନିଜର ଭୁଲ୍ ତ୍ରୁଟିକୁ ନେଇ ଆତ୍ମସମୀକ୍ଷା କରିବେ।
ପ୍ରତିକାର: ନିଜ ପାଖରେ ସର୍ବଦା କଉଡ଼ିଟିଏ ରଖନ୍ତୁ।
ଧନୁ: ଆଜି ଆପଣଙ୍କୁ ସୁସ୍ୱାଦୁ ଭୋଜନ ମିଳିବା ସହ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। କୌଣସି ବହୁ ପ୍ରତୀକ୍ଷିତ ଶୁଭ ଖବର ପାଇ ମନ ଆନନ୍ଦିତ ରହିବ। ଘନିଷ୍ଠ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବାର ସୁଯୋଗ ମିଳିବ ଏବଂ ବ୍ୟବସାୟରେ ଲାଭବାନ ହେବେ।
ପ୍ରତିକାର: ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ ଏବଂ ତାଙ୍କ ପାଖରେ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।
ମକର: ଆଜି ଆକସ୍ମିକ ଭାବେ ଧନ ଲାଭ ହେବାର ଯୋଗ ଅଛି। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ଏବଂ ପରିବାରରେ ସ୍ନେହ ଶ୍ରଦ୍ଧା ବଜାୟ ରହିବ। ଶାରୀରିକ ସୁସ୍ଥତା ଅନୁଭବ କରିବା ସହ ମନ ପ୍ରଫୁଲ୍ଲିତ ରହିବ। କର୍ମଜୀବୀ ମହିଳାମାନେ ସାବଧାନ ରୁହନ୍ତୁ, କେହି ଜଣେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି।
ପ୍ରତିକାର: ଶ୍ରୀଗଣେଶଙ୍କୁ ସାତଟି ପାନ ପତ୍ର ଓ ସାତଟି ଦୁବ ଅର୍ପଣ କରନ୍ତୁ।
କୁମ୍ଭ: ଆଜି ଆପଣଙ୍କ ସାହସ ଓ ଧୈର୍ଯ୍ୟ ବଳରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆଜି ଆତ୍ମବିଶ୍ୱାସର ଦିନ, ତେଣୁ ଅନ୍ୟମାନଙ୍କ ନିଷ୍ପତ୍ତି ଅପେକ୍ଷା ନିଜର ନିଷ୍ପତ୍ତି ଉପରେ ଗୁରୁତ୍ୱ ଦିଅନ୍ତୁ। ସମସ୍ତ ବାଧାବିଘ୍ନ ଦୂର ହେବ ଏବଂ କାର୍ଯ୍ୟ ସିଦ୍ଧି ହେବ।
ପ୍ରତିକାର: ଗ୍ରାମ ଦେବତୀଙ୍କୁ ସାତଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଚଢ଼ାନ୍ତୁ।
ମୀନ: ଆଜି ଆପଣଙ୍କୁ ଅତ୍ୟନ୍ତ ଯୋଗିରଖି ଚଳିବାକୁ ପଡ଼ିବ। ଆପଣ ଯେଉଁମାନଙ୍କୁ ସାହାଯ୍ୟ କରିଥିଲେ, ସେମାନେ ହିଁ ଆପଣଙ୍କର ବିରୋଧ କରିପାରନ୍ତି। ଘରୋଇ କଳହ ଯୋଗୁଁ ମନ ଅଶାନ୍ତ ରହିପାରେ। ବ୍ୟବସାୟ ବାଣିଜ୍ୟରେ ଆଜି ଲାଭ ପରିବର୍ତ୍ତେ କ୍ଷତି ହେବାର ସମ୍ଭାବନା ଅଛି।
ପ୍ରତିକାର: ତିନୋଟି ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ।