BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ଶ୍ରୀକ୍ଷେତ୍ରରେ ଭାବ ଭକ୍ତିର ଜୁଆର, ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ମଧ୍ୟରୁ ଗୋଟିଏ

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।  ଶ୍ରୀକ୍ଷେତ୍ରରେ ଭାବ ଭକ୍ତିର ଜୁଆର। ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ମଧ୍ୟରୁ ଗୋଟିଏ। ବ୍ୟାକୁଳ ଭକ୍ତ ମନ। ଅପେକ୍ଷାରେ ରଥ। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ।

ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବ ଦିନାତ୍ମକ ଯାତ୍ରା କରିବେ ବ୍ରହ୍ମାଣ୍ଡପତି। କାଳିଆ ସାଆନ୍ତେଙ୍କ ପାଇଁ ସବୁଠୁ ଉତ୍ସାହ, ଉତ୍କଣ୍ଠା।  ଭାଇ ଭଉଣୀଙ୍କା ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧା ବିଗ୍ରହ।

ରଥରେ ଚଢି ଶ୍ରୀଗୁଣ୍ଡିଚା ଯିବେ ମହାପ୍ରଭୁ। ଜନ୍ମବେଦୀ ଆଡପ ମଣ୍ଡପରେ କରିବେ ଲୀଳାଖେଳା। ଏଥିପାଇଁ ଜନ ସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ଭକ୍ତ ଓ ଭଗବାନଙ୍କ ଏହି ମହା ମିଳନକୁ ଦେଖିବା ସାର ଜଗତ।

ଏଥିପାଇଁ ଗତକାଲିଠାରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ତିନି ରଥ। ସକାଳୁ ସକାଳି ଶ୍ରୀମନ୍ଦିରର ନୀତିକାନ୍ତି ପରେ ରଥ ସୋଧ କରାଯାଇ ଆଜ୍ଞମାଳ ବିଜେ କରାଯିବ। ଏହାପରେ ଆରମ୍ଭ ହେଲ ସମସ୍ତ ନୀତିକାନ୍ତି। ରଥକୁ ବିଜେ କରିବେ ଚଳନ୍ତି ପ୍ରତିମା, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଆସିବେ କାଳିଆ ଠାକୁର। ନନ୍ଦିଘୋଷ ରଥରେ ମହାପ୍ରଭୁ, ତାଳଧ୍ବଜରେ ବଳଭଦ୍ର, ଦର୍ପଦଳନରେ ବିରାଜିବେ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ। ଆରମ୍ଭ ହେବେ ନୀଳାଚଳରୁ ସୁନ୍ଦରଞ୍ଚଳକୁ ଯାତ୍ରା।

ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି,  ”ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ ଦେଶ-ବିଦେଶରେ ରହୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଗଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ରଥ ଉପରେ ବିଜେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତ ଦିବ୍ୟ ଅନୁଭୂତି ଲାଭ କରିଥାନ୍ତି । ଶ୍ରୀଜୀଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ । ସାରା ପୃଥିବୀରେ ଶାନ୍ତି, ମୈତ୍ରୀ ଓ ସଂପ୍ରୀତି ଅବ୍ୟାହତ ରହୁ, ଏହି ପୁଣ୍ୟ ଅବସରରେ ଏହା ମୋର ମହାପ୍ରଭୁଙ୍କ ନିକଟରେ  ପ୍ରାର୍ଥନା ।”

ପବିତ୍ର ରଥଯାତ୍ରା ଅବସରର ଶୁଭେଚ୍ଛା ଜଣାଇ ମହାପ୍ରଭୁ କହିଛନ୍ତି, ”ପବିତ୍ର ରଥଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଶ୍ରଦ୍ଧା ଓ ଭକ୍ତିର ଏହି ପବିତ୍ର ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରି ଦେଉ ଏତିକି କାମନା । ଜୟ ଜଗନ୍ନାଥ ।”

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, କୋଟି ଓଡ଼ିଆଙ୍କ ମଉଣମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ରାଜ୍ୟର ସମସ୍ତ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ରଥାଯାତ୍ରା ଆମ ସମସ୍ତଙ୍କ ପାଇଁ ଆସୀମ ଭକ୍ତି ଓ ଭାବାବେଗର ଉତ୍ସବ । ମହାପ୍ରଭୁଙ୍କ ଆଶୀର୍ବାଦରେ ରାଜ୍ୟର ବିକାଶ ସହିତ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ  ଭରିଉଠୁ । ଏହା ହିଁ ମୋର କାମନା ।ବିଶ୍ୱାସ ଓ ଭକ୍ତିରେ ରଥଯାତ୍ରାରେ ସାମିଲ ହୁଅନ୍ତୁ ।

ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ  ହରି ବାବୁ କମ୍ଭମ୍‌ପତି । ସେ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ୱର କୋଣ-ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଜନଙ୍କୁ ଶୁଭେଚ୍ଛା ଜଣାଉଛି । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍‌ଥାନର ମାର୍ଗ । ସମାଜରେ ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବ ପ୍ରତିଷ୍ଠାରେ ସହାୟକ ହେଉ ବୋଲି କାମନା କରୁଛି ।

ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି, ”ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ଶ୍ରୀଜଗନ୍ନାଥଙ୍କ ଆସ୍ଥା ଏବଂ ବିଶ୍ୱାସର ଏକ ଅନନ୍ୟ ସଙ୍ଗମ, ଯାହା ଭକ୍ତି, ସଂସ୍କୃତି ଏବଂ ଐତିହ୍ୟକୁ ଏକାଠୀ ସଂରକ୍ଷଣ କରି ଆଗକୁ ବଢିବା ଆମ ମୂଳ ତତ୍ତ୍ୱ ବୋଲି ଦର୍ଶାଏ । ମୁଁ ସମସ୍ତଙ୍କ କଲ୍ୟାଣ ଏବଂ ପ୍ରଗତି ପାଇଁ ମହାପ୍ରଭୁ ଜଗନ୍ନାଥ, ବୀର ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରୁଛି ।”

ଲୋକଙ୍କ ସରକାରରେ ସୁବ୍ୟବସ୍ଥିତ ଭାବରେ ସମ୍ପନ୍ନ ହେଉଛି ରଥଯାତ୍ରା। ଶ୍ରଦ୍ଧାଳୁଙ୍କ ପାଇଁ ଚାଲୁଛି ୩୬୫ ଟି ସ୍ୱତନ୍ତ୍ର ଟ୍ରେନ।

ଲୋକଙ୍କ ସରକାରରେ ରଥଯାତ୍ରା ଆୟୋଜନ ହୋଇଛି ଶୃଙ୍ଖଳିତ। ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ଚିକିତ୍ସା ସୁବିଧା ହେଉଛି ଉପଲବ୍ଧ।


ପବିତ୍ର ରଥଯାତ୍ରାରେ ସୁବ୍ୟସ୍ଥିତ ହୋଇଛି ସ୍ୱାସ୍ଥ୍ୟସେବା। ଲୋକଙ୍କ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଚିକିତ୍ସା ସୁବିଧା ପାଇଁ ସମସ୍ତ ପଦକ୍ଷେପ ହୋଇଛି ସୁନିଶ୍ଚିତ।