BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜି ପବିତ୍ର ଗଣେଶ ପୂଜାରେ ଅଗ୍ରପୂଜ୍ୟଙ୍କ ଆରାଧନା

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ପୂଜା। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ସବୁଠି ଉତ୍ସବମୁଖର ହୋଇଉଠିଛି। ଭଗବାନ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି । ସ୍କୁଲ, କଲେଜ, କାର୍ଯ୍ୟାଳୟ, କ୍ଲବ, ବଜାର ଆାଦିରେଗଣେଶ ପୂଜାର ଆୟୋଜନ ହୋଇଛି। ଆାଜି ବିଘ୍ନବିନାଶକ ଅଗ୍ରପୂଜ୍ୟ ଗଜାନନ ବିରାଜମାନ ହୋଇଛନ୍ତି ।

ଆଜି ସ୍କୁଲ ଓ କଲେଜ ଗୁଡ଼ିକରେ ଗଣେଶ ପୂଜାଲାଗି ଛାତ୍ରଛାତ୍ରୀ ବ୍ଯାପକ ପ୍ରସ୍ତୁତି କରିଛନ୍ତି । ଗଶେଶ ଚତୁର୍ଥୀ ଅବସରରେ ଛାତ୍ରଛାତ୍ରୀ ଉପବାସ ରଖି ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ବିଦ୍ଯାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଛନ୍ତି ଛାତ୍ରଛାତ୍ରୀ। ଏହାସହିତ ଆଜିଠାରୁ ବହୁ ଶିଶୁ ଖଡ଼ି ଛୁଆଁ ପରମ୍ପରାରେ ସାମିଲ ହୋଇ ସେମାନଙକ ବିଦ୍ୟାରମ୍ଭ କରିଛନ୍ତି।

ଅନେକ ସ୍ଥାନରେ ଗଣେଶ ପୂଜାକୁ ‘ଗଣେଶତ୍ସୋବ’ ଭାବେ ପାଳନ କରାଯାଉଛି । ପୂଜାମଣ୍ଡପ ଗୁଡ଼ିକ ଆଲୋକମାଳାରେ ଝଲସୁଛି । ହିନ୍ଦୁ ମାସ ଭାଦ୍ରପଦ ଶୁକ୍ଳପକ୍ଷର ବିନାୟକ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଗଣେଶ ପୂଜା ଚାଲିବ।

ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ହୋଇ ଉଠିଛି। ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଓଡ଼ିଶାର ଜଟଣିରେ ବହୁ ଆଡ଼ମ୍ବର ସହକାରେ ଗଣେଶ ପୂଜା ପାଳିତ ହେଉଛି।

ଭାରତୀୟମାନଙ୍କ ପାଇଁ ଗଣେଶ ଚତୁର୍ଥୀ ପର୍ବର ମହତ୍ତ୍ୱ ରହିଛି । ଏହି ପର୍ବ ମହା ଆଡମ୍ବର ସହିତ ପାଳନ କରାଯାଏ । ଲୋକମାନେ ପରସ୍ପରକୁ ଭେଟନ୍ତି, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସି ଉପଭୋଗ କରନ୍ତି ଏବଂ ଭଗବାନ ଗଣେଶଙ୍କୁ ପୂଜା କରନ୍ତି। ଉତ୍ସବ ଶେଷରେ ଗଣେଶ ମୂର୍ତ୍ତିଗୁଡ଼ିକୁ ସାର୍ବଜନୀନ ଜଳାଶୟରେ ବିସର୍ଜନ କରାଯିବା ପରମ୍ପରା ରହିଛି।

ଗଣେଶ ଚତୁର୍ଥୀର ମହତ୍ତ୍ୱ ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ ବିଶ୍ୱାସ ସହିତ ଜଡିତ ରହିଛି। ଏହି ପର୍ବ ଭଗବାନ ଗଣେଶଙ୍କୁ ପୂଜା କରିବାର ସୁଯୋଗ ପ୍ରଦାନ କରେ। ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ଏବଂ ସମାଜରେ ଏକତା ଏବଂ ପ୍ରେମର ଭାବନା ପ୍ରତିଷ୍ଠା କରେ ବୋଲି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିଶ୍ବାସ ରହିଛି।