BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଖୁସି ଖବର ଆଉ କିଛି ସମୟରେ ପହଞ୍ଚିବ କରୋନା ଟିକା।

ଭୁବନେଶ୍ବର ୧୨।୧(ଓଡ଼ିଆ ନ୍ୟୁଜ): ଓଡିଶା ପାଇଁ ଖୁସି ଖବର। ଆଜି ଆଉ କିଛି ସମୟ ପରେ ପହଞ୍ଚିବ କରୋନା ଟିକା। ପୁଣେରୁ ଭୁବନେଶ୍ୱର ଏକ ସ୍ୱତନ୍ତ୍ର  ସ୍ପାଇସ୍‌ ଜେଟ୍‌ ଯୋଗେ ଆସୁଛି କରୋନା ଟିକା । ଅପରାହ୍ନ ୪ଟା ୨୫ ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ଭାକ୍‌ସିନ୍‌ ଆଣିଥିବା ସ୍ପାଇଟ୍‌ ଜେଟ୍‌। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରର ୫ଟି ହସ୍ପିଟାଲରେ ଦିଆଯିବ କରୋନା ଟିକା। ସମ୍‌ ହସ୍ପିଟାଲ, କିମ୍‌ସ, କ୍ୟାପିଟାଲ ଓ ବିଏମ୍‌ସି ହସ୍ପିଟାଲ, ୟୁନିଟ୍‌ ୪ ସରକାରୀ ହସ୍ପିଟାଲରେ ଦିଆଯିବ କରୋନା ଟିକା।
ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡାକ୍ଟର,  ସ୍ୱାସ୍ଥ୍ୟକର୍ମୀ  ଓ ଆଗଧାଡିର  କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି  । ତେବେ  ଆଜି ସଂଧ୍ୟା ପର୍ଯ୍ୟାନ୍ତ ରେଜିଷ୍ଟ୍ରେସନ୍ ଓପନ୍ ରହିଛି । ସମୁଦାୟ  ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ ଟି ପ୍ରାଇଭେଟ୍  ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଛି  । ଏଥିପାଇଁ ବିଏମ୍‌ସି ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନରେ କୋଭିଡ୍ ୧୯ ଭ୍ୟାକସିନ୍ ଲଞ୍ଚ କରାଯିବ।