BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଖୁବଶୀଘ୍ର ୨ରୁ ୧୮ ବର୍ଷଙ୍କ ଉପରେ ଟିକା ପରୀକ୍ଷା ହେବ।

ନୂଆଦିଲ୍ଲୀ, ୧୯ା୫: ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଦେଶରେ ୨ରୁ ୧୮ ବର୍ଷ ବୟସ ବର୍ଗଙ୍କ ପାଇଁ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ଟ୍ରାଏଲ ଆରମ୍ଭ ହେବ। ଏ ନେଇ ନୀତି ଆୟୋଗ(ସ୍ବାସ୍ଥ୍ୟ)ର ସଦସ୍ୟ ଭି. କେ. ପଲ୍‌ ମଙ୍ଗଳବାର ସୂଚନା ଦେଇଛନ୍ତି। ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଗତ ସପ୍ତାହରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ମଞ୍ଜୁରୀ ପ୍ରଦାନ କରିଥିଲା।
ଡିଆର୍‌ଡିଓ ପକ୍ଷରୁ ପ୍ରସ୍ତୁତ ଔଷଧ ୨-ଡିଜିର ବ୍ୟବହାର ନେଇ ସେ କହିଛନ୍ତି, ଚିକିତ୍ସା ପ୍ରୋଟୋକଲ ଅନୁଯାୟୀ ଏହାର ସମୀକ୍ଷା କରାଯିବ। କୋଭିଡ-୧୯ ରୋଗୀଙ୍କ ଉପଚାର ଲାଗି ଏହା ଉପଯୋଗୀ ହୋଇପାରିବ। ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି, ଭାରତର ମୋଟ ଜନସଂଖ୍ୟାର ୧.୮ ପ୍ରତିଶତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାର ଅର୍ଥ ପାଖାପାଖି ୯୮ ପ୍ରତିଶତ ସଂକ୍ରମିତ ହେବାର ଆଶଙ୍କା ରହିଛି।