BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କରୋନା ଟିକା ନେଲେ ମିଳିବ ୧୦ଲକ୍ଷ ଟଙ୍କା।

ଓ୍ବାଶିଂଟନ୍‌,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ, ବରଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଆମେରିକାର ଏକ ସହରରେ ଟିକା ନେବା ପାଇଁ ଲୋକଙ୍କୁ ପ୍ରୋତ୍ସାହନ ରାଶି ସ୍ବରୁପ ଅର୍ଥ ଦିଆଯାଉଛି। ଏଠାକାର ଓହାୟୋ ସହରରେ କରୋନା ଟିକା ନେଲେ ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ଖାଲି ଏତିକି ନୁହେଁ, ବେସ୍‌ବଲ ଖେଳ ଟିକେଟ, ବିୟର, ଫ୍ରେଞ୍ଚ ଫ୍ରାଇଜ୍‌ ମଧ୍ୟ ଯୋଗାଇ ଦିଆଯିବ।

ଏହି ସହରର ଗଭର୍ନର ମାଇକ୍‌ ଡ୍ବିନ୍‌ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ସେ ମେ’ ୨୬ରୁ କରୋନା ଭାଇରସ ରିଲିଫ ପାଣ୍ଠିର ଲଟେରି ଘୋଷଣା କରିବାକୁ ଯାଉଛନ୍ତି। ଏହି ଲଟେରି ପାଇଁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କ କରୋନା ଟିକା ଦିଆଯିବ। ଏହି ଲଟେରିର ଡ୍ର’ ପ୍ରତି ବୁଧବାର ହେବ। ଏହା ୫ ସପ୍ତାହ ଚାଲିବ। ପ୍ରତି ଲଟେରି ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଟିକା ନେବା ପାଇଁ ଏହା ଲୋକଙ୍କୁ ପ୍ରୋତ୍ସାହିତ କରିବ।