BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୨ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଟିକା ପରୀକ୍ଷା।

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨ ବର୍ଷ ପିଲାଙ୍କଠାରୁ ଆରମ୍ଭ କରି ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କ ବିଶୋରଙ୍କ ପାଇଁ କରୋନା ଟିକାର ଟ୍ରାଏଲ ପାଇଁ ଭାରତ ବାୟୋଟେକ୍‌କୁ ଅନୁମତି ମିଳିଛି। ଟିକାର କ୍ଲିନିକାଲ ଟ୍ରାଏଲ୍‌ ୫୨୫ ଜଣଙ୍କଠାରେ କରାଯିବ। ଦିଲ୍ଲୀ ଏମ୍ସ ପାଟନା ଏମ୍ସ୍‌ ଏବଂ ନାଗପୁର ଏମ୍‌ଆଇଏମଏସ୍‌ରେ କ୍ଲିନିକାଲ ଟ୍ରାଏଲ୍‌ ହେବ। କରୋନାର ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ପରେ ଭାରତ ବାୟୋଟେକ୍‌ ପକ୍ଷରୁ ୨ ବର୍ଷରୁ ୧୮ ପର୍ଯ୍ୟନ୍ତଙ୍କ ପାଇଁ ଟିକା ପ୍ରସ୍ତୁତି ଆରମ୍ଭ କରିଥିଲା। କରୋନା ଟିକା ପାଇଁ ଗଠନ କରାଯାଇଥିବା ସବଜେକ୍ଟ୍‌ ଏକ୍ସପର୍ଟ କମିଟିକୁ ମଙ୍ଗଳବାର ଏନେଇ ସୁପାରିଶ୍‌ କରାଯାଇଥିଲା। ସୂଚନାଯୋଗ୍ୟ, ଆମେରିକାରେ ଫାଇଜର ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ୧୨ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଆମେରିକା ସରକାର ଫାଇଜର ଟିକାକୁ ପିଲାଙ୍କୁ ଦେବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ପକ୍ଷରୁ ଏସମ୍ପର୍କିତ ଅନୁମତି ପ୍ରଦାନ କରାଯାଇଛି।