BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଟିକା ନେଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ଅଟେ।

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ନାରାୟଣ ହେଲ୍‌ଥର ଅଧ୍ୟକ୍ଷ ଡ. ଦେବୀ ସେଟ୍ଟି ଏବଂ ମେଦାନ୍ତ ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ଦେଶରେ କରୋନା ସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
ଡ. ଗୁଲେରିଆଙ୍କ ମତରେ ରେମ୍‌ଡେସିଭିର ଭଳି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ୮୫%ରୁ ଅଧିକ ସଂକ୍ରମିତ କରୋନାରୁ ଆରୋଗ୍ୟ ହୋଇପାରିବେ। ଖୁବ୍‌ କମ୍‌ ରୋଗୀଙ୍କ ପାଇଁ ରେମ୍‌ଡେସିିଭିର ଇଞ୍ଜେକ୍‌ଶନର ଆବଶ୍ୟକତା ରହିଛି। ତେଣୁ ଉକ୍ତ ଇଞ୍ଜେକ୍‌ଶନ ପାଇଁ ବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ବିବେକପୂର୍ଣ୍ଣ ଭାବେ ଆମେ ଅକ୍ସିଜେନ୍‌ ଏବଂ ରେମଡେସିଭିର ବ୍ୟବହାର କରିବା, ତେବେ କୌଣସିଠାରେ ଏହାର ନିଅଣ୍ଟ ହେବନାହିଁ। ସେହିପରି ଗୁରୁତର ଅସୁସ୍ଥ ହେବାରୁ ଟିକା ରୋକିପାରିବ। ତେବେ ସଂକ୍ରମିତ ହେବାକୁ ଏହା ଅଟକାଇ ପାରିବ ନାହିଁ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ତେଣୁ ଟିକା ନେବା ପରେ ମଧ୍ୟ ମାସ୍କ ପିନ୍ଧିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି।
ସେହିପରି ଖୁବ୍‌ କମ୍‌ ସଂକ୍ରମିତଙ୍କୁ ହସ୍ପିଟାର ଭର୍ତ୍ତି ହେବାକୁ ପଡ଼ିଥାଏ। ତେଣୁ ଦାୟିତ୍ୱପୂର୍ଣ୍ଣ ଓ ବିବେକୀ ଭାବେ ବ୍ୟବହାର କଲେ ହସ୍ପିଟାଲ ବେଡ୍‌ର ଅଭାବ ରହିବ ନାହିଁ ବୋଲି ଡାକ୍ତର କହିଛନ୍ତି। ଅକ୍ସିଜେନ୍‌ର ଆବଶ୍ୟକତା ନ ଥିଲେ ଏହାକୁ ସୁରକ୍ଷା ବ୍ଲାଙ୍କେଟ ଭାବେ ବ୍ୟବହାର ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କାରଣ ଅକ୍ସିଜେନର ଅପଚୟ ଜରୁରୀ ଆବଶ୍ୟକତା ଥିବା ଜଣେ ରୋଗୀଙ୍କୁ ସେଥିରୁ ବଞ୍ଚତ୍ତ କରିବ ବୋଲି ଡ. ନରେଶ କହିଛନ୍ତି। ସେହିପରି ଜ୍ୱର, କାଶ, ଥଣ୍ଡା, ଦେହ ବିନ୍ଧା, ବାନ୍ତି ହେବା ଏବଂ ହଜମ ନ ହେବା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଇ ନେବାକୁ ଡ. ଦେବୀ ସେଟ୍ଟି କହିଛନ୍ତି। ପଜିଟିଭ୍‌ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହୁଅନ୍ତୁ। ଲକ୍ଷଣ ନ ଥାଇ ପଜିଟିଭ୍‌ ଚିହ୍ନଟ ହେଲେ ଆଇସୋଲେଶନରେ ରହିବା ସହ ମାସ୍କ ପିନ୍ଧିବା ଏବଂ ପ୍ରତି ୬ ଘଣ୍ଟାରେ ଅକ୍ସିଜେନ୍‌ ସ୍ତର ମାପିବା ଲାଗି ପରାମର୍ଶ ଦିଆଯାଇଛି। ଅକ୍ସିଜେନ୍‌ ସ୍ତର ୯୪ରୁ ଅଧିକ ଥିଲେ ସମସ୍ୟା ନାହିଁ। ଏହାଠାରୁ କମ୍‌ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।