BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓମେଗା ସେକି ମୋବିଲିଟି ଓଡ଼ିଶାରେ ପ୍ରଥମ ଫାଷ୍ଟ ଊର୍ଜି ଇଲେକ୍ଟ୍ରି ଥ୍ରୀ ହୁଇଲର ଲଞ୍ଚ କରିଛି

ଭୁବନେଶ୍ଵର, ୨୪.୭ : ଓଡ଼ିଶାରେ ଓମେଗା ସେକି ମୋବିଲିଟି ପକ୍ଷରୁ ପ୍ରଥମ ଫାଷ୍ଟ ଉର୍ଜି ଥ୍ରୀ ହୁଇଲର ସୋରୁମ୍ ଭୁବନେଶ୍ଵର ମଞ୍ଚେଶ୍ଵରସ୍ଥିତ
ଇଷ୍ଟଣ୍ଟ ସ୍କାଏ ଭେଞ୍ଚରକୁ ପ୍ରଦାନ କରିଛି । ଦୁଇଟି ଭାରିଏଣ୍ଟର ଇଲେକ୍ଟ୍ରି ଥ୍ରୀ ହୁଇଲର ଇବି ଲଞ୍ଚ କରିଛି । ପ୍ରଥମଟି ରେଜ+ ରାପିଡ଼ି ଓପନ କ୍ୟାରିୟର ହାଫ ଟ୍ରେ ଯାହାର ମୂଲ୍ୟ ଏକ୍ସ ସୋରୁମ ମୂଲ୍ୟ ୩.୫୯ ଲକ୍ଷ ଓ ଅନ୍ୟଟି ରେଜ+ ରାପିଡ଼ି ଇଭି ଟପ୍ ବଡ଼ି କଣ୍ଟେନର ଏକ୍ସ ସୋରୁମ
ମୂଲ୍ୟ ୩.୯୯ ଲକ୍ଷ । ଏହି ସୋରୁମଟି କମ୍ପାନୀର ଫାଉଣ୍ଡର ଏବଂ ଚେୟାରମ୍ୟାନ ଶ୍ରୀଯୁକ୍ତ ଉଦୟ ନାରଙ୍ଗଙ୍କ ଦ୍ବାରା ଉଦ୍‌ଘାଟନ କରାଯାଇଛି । ସେ କହିଛନ୍ତି ଓମେଗା ସେକି ମୋବିଲିଟି
ହେଉଛି ଏକ କାର୍ଗୋ ଇଭିର ଗାଡ଼ି । ମୁଁ ଜୋର ଦେଇ କହିପାରିବି ମୋ କଷ୍ଟମରମାନେ ଏହି କାର୍ଗୋ ଗାଡ଼ି ଦ୍ଵାରା ବହୁତ ଲାଭବାନ ହେବେ । ଶ୍ରୀ ନାରଙ୍ଗ କହିଛନ୍ତି କମ୍ପାନୀ ୨୦୨୫ ସୁଦ୍ଧା ଏହି କାର୍ଗୋ ଗାଡ଼ି ସାରା ଭାରତରେ ଆଧିପତ୍ୟ ବିସ୍ତାର କରିବ । ଆମେ କଷ୍ଟମରଙ୍କ ଲୋନ
ସୁବିଧା ପାଇଁ ବହୁତ ଗୁଡ଼ିଏ ବ୍ୟାଙ୍କ ସହିତ ସହ ବନ୍ଧିତ ହୋଇଛୁ । ଗ୍ରାହକମାନେ କମ୍ ସୁଧରେ ଗାଡ଼ିକୁ ଫାଇନାନ୍ସ କରିପାରିବେ । ଏହି କାର୍ଯ୍ୟକ୍ରମରେ ଇଷ୍ଟଣ୍ଟ ସ୍କାଏ ଭେଞ୍ଚରସ ଫ୍ରାଞ୍ଚାଇଜ୍ ଓନର ଶ୍ରୀଯୁକ୍ତ ବିଶ୍ବଜିତ ସିଂ ଉପସ୍ଥିତ ଥିଲେ ।