BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୋପ୍‌ ଫ୍ରାନସିସ୍‌ଙ୍କ ସମ୍ମାନାର୍ଥେ ୩ ଦିନିଆ ଶୋକ ପାଳନ

ଭୁବନେଶ୍ଵର : ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କ ପରଲୋକରେ ସମଗ୍ର ଦେଶରେ ୩ ଦିନିଆ ଶୋକ ପାଳନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କ ସମ୍ମାନାର୍ଥେ ୩ ଦିନିଆ ଶୋକ ପାଳନ କରିବାକୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଚଳିତ ଏପ୍ରିଲ ୨୨ ଓ ୨୩ ତାରିଖ ଏବଂ ଶେଷକୃତ୍ୟ ସମ୍ପନ୍ନ ହେବା ଦିନ ଏହି ଶୋକ ପାଳନ କରାଯିବ । ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୋକ ପାଳନ ସମୟରେ ସରକାରୀ ଆମୋଦ ପ୍ରମୋଦ କାର୍ଯ୍ୟକ୍ରମରୁ ବିରତ ରହିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଶୋକ ପାଳନ କରିବା ପାଇଁ ଗୃହ ବିଭାଗର ଯୁଗ୍ମ ସଚିବ ଜି. ଜଗଦୀଶ କୁମାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବିଭାଗର ମୁଖ୍ୟମାନଙ୍କୁ ଜଣାଇଛନ୍ତି।