BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଏକରରେ ଆଳୁଚାଷ ପାଇଁ ସରକାରଙ୍କ ଯୋଜନା

୩ ଲକ୍ଷ କୁଇଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତବର୍ଷ ସରକାର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଚାଷଜମିରେ ଆଳୁଚାଷ କରିବା ପାଇଁ ଯୋଜନା କରିଛନ୍ତି। ଆଳୁ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଲୋକସେବା ଭବନରେ ଏହି ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ମଧ୍ୟ ଉପସ୍ଥିତ ଥିଲେ।

ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ଜିଲ୍ଲାକୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ବିହନ ପରିମାଣର ତଥ୍ୟ କୃଷି ବିଭାଗକୁ ପ୍ରେରଣ କରିବା ନିମନ୍ତେ କୁହାଯାଇଛି।

ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।ଆବଶ୍ୟକ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ। ଏହାବ୍ୟତୀତ, ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି। ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ ଦେଖାଦେବ କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନମ୍ବର ୧୫୫୩୩୩ ରେ ଯୋଗାଯୋଗ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାପାଇଁ ଅନୁରୋଧ କରାଯାଇଛି।

ବୈଠକରେ କୃଷି ବିଭାଗ, ଉଦ୍ୟାନ କୃଷି ଅଧିକାରୀ ତଥା ଓଡ଼ିଶା ବିହନ ନିଗମ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।