BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦୁର୍ବୃତ୍ତଙ୍କ ପୁଲିସକୁ ଖୋଲା ଚ୍ୟାଲେଞ୍ଜ: ପରିବାରକୁ ବାନ୍ଧି ଲୁଟିଲେ, ଛାତ ଉପରୁ ଗୁଳି ମାରିଲେ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାର ସୋର ଥାନା ଅଧୀନ ତେଣ୍ଟେଇ ପଂଚାୟତ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ ବିଳମ୍ବିତ ରାତିରେ ଏକ ଦୁଶାହସିକ ଲୁଟ ଓ ଗୁଳିକାଣ୍ଡ ଘଟିଛି, ଯାହା ସ୍ଥାନୀୟ ଲୋକମାନେ ଏପର୍ଯ୍ୟନ୍ତ ଦେଖିନଥିବା ଘଟଣା ବୋଲି କହିଛନ୍ତି। ଏକ ଘରକୁ ଲକ୍ଷ୍ୟ କରି ୭ ଜଣ ଦୁର୍ବୃତ୍ତ କଳାମୁଖା ପିନ୍ଧି ପ୍ରବେଶ କରିଥିଲେ, ସେଠାରେ ସେମାନେ ପରିବାର ସଦସ୍ୟଙ୍କୁ ବାନ୍ଧି ଲୁଟ ସହ ଗୁଳି ମାରି ଆହତ କରିଥିଲେ।

ବାଲେଶ୍ଵର ଜିଲ୍ଲାର ସୋର ଥାନା ଅଧୀନ ତେଣ୍ଟେଇ ପଂଚାୟତ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ ମଞ୍ଜୁଲତା ନାୟକଙ୍କ ଘରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଚୋରମାନେ ଘରକୁ ପଶିବା ଜାଣିପାରି ଘରମାଲିକଙ୍କ ମା’ ତାଙ୍କର ପୁଅ ମଳୟ ରାଉତଙ୍କୁ ଫୋନ କରି ସତର୍କ କରିଥିଲେ । ମଳୟ ତୁରନ୍ତ ପଡ଼ୋଶୀଙ୍କୁ ଫୋନ କରିବା ସମୟରେ ଦୁର୍ବୃତ୍ତମାନେ ଘରର କବାଟ ଭାଙ୍ଗି ଭିତରକୁ ପଶି ଘରର ବନ୍ଧୁକ ଦେଖାଇ ଭୟଭୀତ କରି ୫ ଜଣ ସଦସ୍ୟଙ୍କୁ ହାତ ଗୋଡ଼ ବାନ୍ଧି ଅନେକ ସମୟ ମାଡ଼ ମାରି ଆତଙ୍କ ସୃଷ୍ଟି କରିଥିଲେ।

ଘଟଣା ସମୟରେ ବନ୍ଧୁକ ଦେଖାଇ ଭୟଭୀତ କରି ଘରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଓ ୫୦ ହଜାର ଟଙ୍କା ନଗଦ ଲୁଟିନେଇ ଚୋରମାନେ ପଳାଇବା ଚେଷ୍ଟା କରୁଥିବାବେଳେ, ପାଖ ପଡୋଶୀ ଥିବା ବଳରାମ ରାଉତ ଓ ପ୍ରଶାନ୍ତ ରାଉତ ଘଟଣାସ୍ଥଳକୁ ଆସିଥିଲେ। ସେମାନଙ୍କୁ ଦେଖି ଦୁର୍ବୃତ୍ତ ଘରର ଛାତ ଉପରୁ ଗୁଳି ମାରିଥିଲେ। ଗୁଳି ଲାଗି ବଳରାମ ରାଉତ ଗୁରୁତର ଆହତ ହୋଇ ପଡିଥିଲେ। ଗୁଳି ଚାଳିବା ପରେ ଆଖପାଖର ଅନ୍ୟ ବାସିନ୍ଦା ଆସିବାକୁ ସାହସ କରିନଥିଲେ।

ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନେ ଓ ଘରବନ୍ଦି ହୋଇଥିବା ଲୋକଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଥିବା ରୋହିତ ନାୟକ, ରବୀନ୍ଦ୍ର ନାୟକ ଓ ବଳରାମ ରାଉତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସନ୍ଦେଶ ମିଳିଥିବା ସହିତ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏପରି ଅଭ୍ୟାନ ଚଳାଇଲେ, ତାହା ନେଇ ପୁଲିସ ଗଭୀର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକ ଭୟଭୀତ ଓ ଚିନ୍ତିତ, ଏବଂ ତୁରନ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ରିପୋର୍ଟ: ଶୁଭସ୍ମିତା ପ୍ରଧାନ