BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡ଼ିଶା ସୂଚନା କମିଶନରେ ହେବ ନାହିଁ ଗ୍ରୀଷ୍ମକାଳୀନ ଅବକାଶ, ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଓଡ଼ିଶା ସୂଚନା କମିଶନରେ ମାମଲା ଗୁଡ଼ିକର ଶୁଣାଣି ଜାରି ରହିବ

ଭୁବନେଶ୍ବର : ଓଡ଼ିଶା ସୂଚନା କମିଶନଙ୍କ ଏକ ବୈଠକରେ କମିଶନ ଏହା ସ୍ଥିର କରିଛନ୍ତି ଯେ, ଆଗାମୀ ଗ୍ରୀଷ୍ମକାଳୀନ ଅବକାଶ ବେଳେ ମାମଲାଗୁଡ଼ିକର ଶୁଣାଣି ଜାରି ରହିବ । ବିଗତ ବର୍ଷ ଗୁଡ଼ିକରେ ଯେତେବେଳେ ଉଚ୍ଚ ନ୍ୟାୟାଳୟମାନ ବନ୍ଦ ଥିଲା ଏବଂ ଆଇନଜୀବୀମାନେ ଛୁଟିରେ ରହିଥିଲେ, ସେତେବେଳେ ଏହି ଅବଧି ମଧ୍ୟରେ ମାମଲାଗୁଡ଼ିକର ଶୁଣାଣି ହେଉ ନ ଥିଲା । ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା କହିଛନ୍ତି ଯେ ସୂଚନା କମିଶନ ଏକ ପୂର୍ଣାଙ୍ଗ କୋର୍ଟ (ନ୍ୟାୟାଳୟ) ନୁହେଁ, ତେଣୁ ଗ୍ରୀଷ୍ମକାଳୀନ ଛୁଟି (ଅବକାଶ) ରହିବ ନାହିଁ । ଯେହେତୁ ସୂଚନା ଅଧିକାର ଅଧିନିୟମରେ ଥିବା ବ୍ୟବସ୍ଥାଗୁଡ଼ିକ ଅତ୍ୟନ୍ତ ସରଳ ତେଣୁ ଆବେଦନକାରୀଙ୍କୁ କୌଣସି ବୃତ୍ତିଗତ ଆଇନଜୀବୀଙ୍କ ସହାୟତା ନ ନେଇ ମଧ୍ୟ ନିଜ ଅଭିଯୋଗ କରି ପାରିବେ, ଏଣୁ ଶୁଣାଣି ବନ୍ଦ ହେବା ଉଚିତ ନୁହେଁ ।

ଶ୍ରୀ ପରିଡ଼ା ଏହା ଦର୍ଶାଇଛନ୍ତି ଯେ ଗତ କିଛି ବର୍ଷ ଧରି ଅନ୍ତିମ ଫଇସଲା ପାଇଁ ୨୦,୦୦୦ରୁ ଉର୍ଦ୍ଧ୍ବ ମାମଲାମାନ ବିଚାରାଧୀନ ରହିଛି । କମିଶନ ଗ୍ରୀଷ୍ମ ଅବକାଶ ନେଲେ ଏହି ବିଷୟଗୁଡ଼ିକ ଶୁଣାଣିରେ ଆହୁରି ଅଧିକ ବିଳମ୍ବ ହେବ ଏବଂ ଆର.ଟି.ଆଇ (RTI) ଆବେଦନକାରୀମାନେ ଅଯଥା ହଇରାଣ ହେବେ । କମିଶନ ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ, ଯଦି କୌଣସି ଆବେଦନକାରୀ ଦୀର୍ଘ ଦିନ ଧରି ବିଚାରାଧୀନ ଭାବେ ପଡ଼ି ରହିଥିବା ଯେକୌଣସି ମାମଲାର ଉଠାଣ (ପ୍ରତ୍ୟାହାର) କରିବାକୁ ଚାହାଁନ୍ତି, ତେବେ ସେହି ଚାହୁଁ ଥିବା ମାମଲାର ଉଠାଣ ମାମଲାରେ ଥିବା ତାଙ୍କର ପରିଚୟ ପତ୍ର ସହିତ କୌଣସି ଏକ ସାଧାରଣ ଚିଠି କମିଶନଙ୍କୁ ପଠାଇବେ । ଏପରି ମାମଲାରେ ଦୂର ବାଟରୁ ଯାତ୍ରା କରି ଆସୁଥିବା ଆବେଦନକାରୀଙ୍କୁ ନିଜେ ବ୍ୟକ୍ତିଗତ ଭାବେ ନ୍ୟାୟାଳୟରେ ହାଜିର ହେବାକୁ ପଡିବ ନାହିଁ । କମିଶନଙ୍କ ନିଷ୍ପତ୍ତିଗୁଡ଼ିକୁ ଆବେଦନକାରୀଙ୍କୁ ଡାକ ଏବଂ ଇ-ମେଲ୍ ଜରିଆରେ ଅବଗତ କରାଯିବ ।