BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦେଶରେ ଭୟଙ୍କର ହେଲାଣି ବେକାରୀ ସ୍ଥିତି, ୧୫-୨୯ ବୟସ ବର୍ଗର ଯୁବକଯୁବତୀ ଏଥିରେ ସର୍ବାଧିକ ପ୍ରଭାବିତ

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସଦ୍ୟତମ ରିପୋର୍ଟ

ନୂଆଦିଲ୍ଲୀ: ପୁଣି ଦେଶରେ ଭୟଙ୍କର ହେଲାଣି ବେକାରୀ ସ୍ଥିତି। ଗାଁରୁ ସହରାଞ୍ଚଳ ସବୁଠି ଯୁବବର୍ଗ ବେକାର ବସିଛନ୍ତି। ବିଶେଷ ଭାବରେ ୧୫-୨୯ ବୟସ ବର୍ଗର ଯୁବକଯୁବତୀ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଦେଶରେ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସ୍ଥାଣୁତା ଓ ବେକାରୀ ବୃଦ୍ଧିର ଏପରି ଚିତ୍ର ପ୍ରତିଫଳିତ ହୋଇଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସଦ୍ୟତମ ରିପୋର୍ଟରେ। ୨୦୨୫ ଜୁନ୍‌ ମାସରେ ଦେଶରେ ସାମଗ୍ରିକ ବେକାରୀ ହାର କେବଳ ବୃଦ୍ଧି ପାଇନାହିଁ, ସହରାଞ୍ଚଳରେ ଚାକିରି ନିମନ୍ତେ ସକ୍ଷମ ୧୫ ବର୍ଷରୁ ୨୦ ବର୍ଷ ବୟସର ଯୁବକଙ୍କ ବେକାରୀ ହାର ୧୮ ପ୍ରତିଶତରେ ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ମାସ ପାଇଁ ଦେଶରେ ବେକାରୀ ହାର ବୃଦ୍ଧି ପାଇଛି।

ଗତ ମେ’ ମାସରେ ଦେଶର ଗ୍ରାମାଞ୍ଚଳରେ ୧୫-୨୯ ବର୍ଷ ବୟସ ବର୍ଗର ଯୁବକଯୁବତୀଙ୍କ ବେକାରୀ ହାର ୧୫% ରହିଥିଲା, ମାତ୍ର ଜୁନ୍‌ ମାସରେ ଏହା ବୃଦ୍ଧି ପାଇ ୧୫.୩ ପ୍ରତିଶତରେ ପହଞ୍ଚିଛି। ସେହିପରି ସହରାଞ୍ଚଳରେ ଏହି ବର୍ଗର ବେକାରୀ ହାର ୧୮ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ, କୃଷି , ମନରେଗା ଭଳି ନିଯୁକ୍ତି ଯୋଜନା ଯୋଗୁଁ କିଛି ବେକାରୀହାର ସହରାଞ୍ଚଳଠାରୁ କିଞ୍ଚିତ୍‌ କମ୍‌ ରହିଛି। ମାତ୍ର ସହରାଞ୍ଚଳରେ ଶିକ୍ଷିତ ବେକାରଙ୍କ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା ହୋଇ ପାରି ନ ଥିବାରୁ ସଂଗଠିତ କ୍ଷେତ୍ରରେ ଚାକିରିର ଅଭାବ ଦେଖା ଦେଇଛି।

ଏନ୍‌ଏସ୍‌ଓ ଦେଶର ସାମ୍ପ୍ରତିକ ସାପ୍ତାହିକ ସ୍ଥିତି (ସିଡବ୍ଲ୍ୟୁଏସ୍‌) ଆଧାରରେ ବେକାରି ହାରର ଅନୁଧ୍ୟାନ କରିଥାଏ ଓ ପ୍ରତି ସପ୍ତାହର କାର୍ଯ୍ୟ ଅବଧିର ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିଥାଏ। ଯଦି ଜଣେ ବ୍ୟକ୍ତି ସପ୍ତାହରେ ଗୋଟିଏ ଘଣ୍ଟା କିମ୍ବା କୌଣସି ଦିନ କାମ ପାଇନାହାଁନ୍ତି, ତେବେ ତାଙ୍କୁ ସପ୍ତାହରେ ବେକାର ବୋଲି ବିବେଚନା କରାଯାଏ।