BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାଇକଙ୍କ ବୀରତ୍ବ ଗାଥା ବଖାଣୁଛି କାଞ୍ଜିଆଗଡର ଶିଳାଖଣ୍ଡ – ଲଢେଇର ପ୍ରମାଣ

ବ୍ରିଟିଶ ବିରୋଧରେ ପାଇକ ସଂଗ୍ରାମର ଇତିହାସ ମିଳିଛି । ଶିଳାଖଣ୍ଡ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା କୁହାଯାଇଛି ।

ଖୋର୍ଦ୍ଧା: ବ୍ରିଟିଶ ବିରୋଧରେ ପାଇକ ସଂଗ୍ରାମର ଆଉ ଏକ କୀର୍ତ୍ତିରାଜି କାଞ୍ଜିଆଗଡ଼ରେ ଦେଖିବାକୁ ମିଳିଛି । ବଡ଼ବଡ଼ ଶିଳାଖଣ୍ଡ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା କୁହାଯାଇଛି । ଏଠାରେ ଦେଖିବାକୁ ମିଳିଥିବା ଶିଳାଖଣ୍ଡର ରକ୍ଷଣାବେକ୍ଷଣ ସହ ଖନନ କରାଯାଇ ଗବେଷଣା ପାଇଁ ଉଠିଛି ଦାବି । ପାଇକ ସଂଗ୍ରାମର ଏନ୍ତୁଡ଼ିଶାଳ ହେଉଛି ଖୋର୍ଦ୍ଧା ଗଡ଼ । ଆଉ ବରୁଣେଇର ଅନତି ଦୂରରେ ଥିବା ନନ୍ଦପୁର ପଞ୍ଚାୟତର ମହାତପଲ୍ଲା ସ୍ଥିତ କାଞ୍ଜିଆଗଡ଼ରୁ ମିଳିଛି ପାଇକଙ୍କ ଇଂରେଜ ବିରୋଧ ଲଢେଇ ପ୍ରମାଣର ଶିଳାଲିପି ।

ଖୋର୍ଦ୍ଧା ଗଡ଼କୁ ଦଖଲ କରିବା ପାଇଁ ଇଂରେଜ ସୈନ୍ୟ ଖୋର୍ଦ୍ଧାର ଚାରିପଟୁ ଅଭିଯାନ ଆରମ୍ଭ କରିଥିଲେ ବୋଲି କୁହାଯାଏ । ଲୋକକଥା ଅନୁସାରେ, ଦଶହରା ସମୟରେ ଶସ୍ତ୍ରପୂଜା କରି ଗଡ଼ ଜଗିଥିବା 18 ଜଣ ପାଇକ ବିଶ୍ରାମ ନେଉଥିଲେ । ସେହି ସମୟରେ ଅସ୍ତ୍ର ବିରତିର ପରମ୍ପରା ଥିବାରୁ ଏହାର ସୁଯୋଗ ନେଇ ସେହି ୧୮ ଜଣ ପାଇକଙ୍କୁ ନିର୍ମମ ହତ୍ୟା କରିଥିଲେ ଇଂରେଜ ସୈନ୍ୟ । ଏହି 18 ଜଣ ପାଇକ ସମସ୍ତେ ଗୋଟିଏ ପରିବାରର ଓ ସମ୍ପର୍କରେ ଭାଇ ବୋଲି କୁହାଯାଏ । ଏହି ପାଇକମାନେ ଯିଏ ଯେଉଁ ବିଦ୍ୟାରେ ପାରଙ୍ଗମ ଥିଲେ ସେହି ଅନୁସାରେ ଯୁଦ୍ଧାସ୍ତ୍ର ଧରିଥିବାର ଛବି ପଥର ମାଧ୍ୟମରେ ଖୋଦେଇ କରି କାଳଜୟୀ ପାଇଁ ରଖାଯାଇଛି । ଏହାର ସଠିକ ରକ୍ଷଣାବେକ୍ଷଣ ସହ ଗବେଷଣା କରାଯିବାକୁ ଦାବି କରିଛନ୍ତି ପାଇକ ଗଡ଼ ବିକାଶ ମଞ୍ଚର ସଭାପତି।

ପାଇକ ଦାୟାଦ କହିଛନ୍ତି ଯେ ଖୋର୍ଦ୍ଧା ଏବଂ ଏହାର ଆଖ ପାଖ ଅଞ୍ଚଳର ବିଭିନ୍ନ ସମୟରେ ଉଦ୍ଧାର ହୋଇଛି ପାଇକଙ୍କ ଅନେକ କୀର୍ତ୍ତିରାଜି । ଇଂରେଜ ବିରୋଧରେ ଲଢେଇର ଅନେକ ବଳିଷ୍ଠ ପ୍ରମାଣ ରହିଛି । ଉଦ୍ଧାର ହୋଇଥିବା ଏଭଳି ଅନେକ କୀର୍ତ୍ତିରାଜିକୁ ଖୋର୍ଦ୍ଧାଠାରେ ସଂରକ୍ଷିତ କରି ରଖାଯିବା ସହ ଏକ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସେହିଠାରେ ରଖି ଗବେଷଣା କଲେ ଅନେକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି । ସେହିପରି କାଞ୍ଜିଆ ଗଡ଼ର ଏହି ଖୋଦିତ ଶିଳାଖଣ୍ଡକୁ ସଂରକ୍ଷିତ କରି ରଖିବା ସହ ଏହାକୁ ଖନନ କରାଗଲେ ପାଇକ ବିଦ୍ରୋହ ସମ୍ପର୍କିତ ଅନେକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି ।