BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟରେ ଶାନ୍ତିଶୃଙ୍ଖଳା ସହ ସମସ୍ତ ଭୋଟରଙ୍କୁ ସହଜ ଢଙ୍ଗରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପ୍ରାଥମିକ ଲକ୍ଷ୍ୟ

ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ସୁଗମ ନିର୍ବାଚନ ନେଇ ସଂଚାଳନା କମିଟିର ବୈଠକ

  • ବୁଥ୍‌ଗୁଡିକୁ ଦିବ୍ୟାଙ୍ଗମାନଙ୍କ ଉପଯୋଗୀ କରିବାକୁ ନିର୍ଦ୍ଦେଶ
  • ସକ୍ଷମ୍‌ ଆପ୍‌ ଯୋଗେ ଦିବ୍ୟାଙ୍ଗମାନଙ୍କ ନାମ ପଞ୍ଚିକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ନିର୍ବାଚନ ଆୟୋଗ ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ଭାରତ ନିର୍ବାଚନ କମିସନ୍‌ର ସମସ୍ତ ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ରାଜ୍ୟରେ ଶାନ୍ତିଶୃଙ୍ଖଳା ସହ ସମସ୍ତ ଭୋଟରଙ୍କୁ ସହଜ ଢଙ୍ଗରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପ୍ରାଥମିକ ଲକ୍ଷ୍ୟ। ତେଣୁ ନିର୍ବାଚନ ସମୟରେ ଦିବ୍ୟାଙ୍ଗମାନେ ଯେପରି ସହଜରେ ବୁଥ୍‌କୁ ଆସି ସେମାନଙ୍କର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିପାରିବେ ସେଥି ପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟ ନିର୍ବାଚନ ଆୟୋଗ, ଓଡ଼ିଶା ଶ୍ରୀ ଆର୍‌. ଏସ୍‌. ଗୋପାଳନ କମିଟିର ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ଇସିଆଇର ମାର୍ଗଦର୍ଶିକା ଅନୁଯାୟୀ ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ‘ସୁଗମ ନିର୍ବାଚନ’ ନେଇ ସଂଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିବ୍ୟାଙ୍ଗ ଭୋଟରଙ୍କ ଚିିହ୍ନଟ, ନିର୍ବାଚନ ବୁଥ୍‌ର ଦିବ୍ୟାଙ୍ଗଙ୍କ ଲାଗି ରାମ୍ପ, ସୂଚନା ଫଳକ, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା, ଆଇଇସି ଜରିଆରେ ସଚେତନତା ସୃଷ୍ଟି, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ଉପଯୋଗ ଏବଂ ନିର୍ବାଚନ ଦିବ୍ୟାଙ୍ଗମାନଙ୍କ ସୁବିଧା ଲାଗି କି କି ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଉପ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀପ୍ରସାଦ ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ନିଲୁ ମହାପାତ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅତିରିକ୍ତ ଶାସନ ସଚିବ ରଜନୀ ଜାନୀ, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଶୁଚିସ୍ମିତା ସାହୁ, ନେହେରୁ ଯୁବକେନ୍ଦ୍ରର ଶିବାଜୀ ଖରାତ, ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।