ନୂଆଦିଲ୍ଲୀ: ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍। ପ୍ରଥମ ବ୍ୟାଚରେ ତିନୋଟି ହେଲିକପ୍ଟର୍ ପହଞ୍ଚିଛି। ରାଜସ୍ଥାନର ଯୋଧପୁର ଠାରେ ସ୍ଥଳସେନାକୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି। ଆମେରିକା ପକ୍ଷରୁ ଏହି ଲଢ଼ୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି।
୨୦୨୪ ମେ ମାସରୁ ଆପାଚି ହେଲିକପ୍ଟର ଆସିବା ନେଇ ଆମେରିକା ସହ ଚୁକ୍ତି ହୋଇଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଆମେରିକା ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିଲା। ଆଜି ଏହାର ପ୍ରଥମ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରିଛି ଆମେରିକା। ତେବେ ପୂର୍ବରୁ ଭାରତୀୟ ବାୟୁସେନା ନିକଟରେ ଏହି ଆମେରିକା ନିର୍ମିତ ୨୨ଟି ଆପାଚି ହେଲିକପ୍ଟର ରହିଛି।
ଆପାଚି ହେଲିକପ୍ଟରଟି ନାଇଟ୍ ଭିଜନ୍ ଏବଂ ଥର୍ମାଲ୍ ସେନ୍ସର ରହିଛି ଯାହା ରାତିରେ ଏବଂ ଖରାପ ପାଗରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ। ଟାର୍ଗେଟ ଆକ୍ୱିଜିସନ୍ ସିଷ୍ଟମ୍ ଏବଂ ପାଇଲଟ୍ ନାଇଟ୍ ଭିଜନ୍ ସେନ୍ସରଗୁଡ଼ିକ ସଠିକତାର ସହିତ ଶତ୍ରୁକୁ ଚିହ୍ନଟ ଏବଂ ଟାର୍ଗେଟ କରିବାରେ ସାହାଯ୍ୟ କରେ। ଏହା ୬୦ ସେକେଣ୍ଡରେ ୧୨୮ଟି ଟାର୍ଗେଟକୁ ଚିହ୍ନଟ ଏବଂ ନଷ୍ଟ କରିବାରେ ସକ୍ଷମ।
ଏହି ଯୁଦ୍ଧ ହେଲିକପ୍ଟର ପ୍ରତି ମିନିଟରେ ୬୨୫ ରାଉଣ୍ଡ ଗୁଳି ଚଳାଇପାରିବ। ଏହି ହେଲିକପ୍ଟରରେ AGM-114 ହେଲଫାୟାର ମିସାଇଲ ସିଷ୍ଟମ ଲାଗିଛି l