BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ହିଁ କର୍ମଚାରୀ ସମ୍ପର୍କର ପ୍ରକୃତ ଶକ୍ତି

ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ମିକ ପରିଚାଳନା ଓ ଶୈଳ୍ପିକ ସମ୍ପର୍କ ବିଭାଗ ପକ୍ଷରୁ "କର୍ମଚାରୀ ସମ୍ପର୍କ: ପ୍ରସଙ୍ଗ, ବିଷୟବସ୍ତୁ ଏବଂ ବିକଶିତ ହେଉଥିବା ନୂତନ ଧାରା" ଶୀର୍ଷକ ଏକଦିବସୀୟ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ମିକ ପରିଚାଳନା ଓ ଶୈଳ୍ପିକ ସମ୍ପର୍କ ବିଭାଗ ପକ୍ଷରୁ “କର୍ମଚାରୀ ସମ୍ପର୍କ: ପ୍ରସଙ୍ଗ, ବିଷୟବସ୍ତୁ ଏବଂ ବିକଶିତ ହେଉଥିବା ନୂତନ ଧାରା” ଶୀର୍ଷକ ଏକଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ମୁଖ୍ୟତଃ କର୍ମଚାରୀ ସମ୍ପର୍କ, ମାନବ ସମ୍ବଳ ପରିଚାଳନା ଏବଂ ଶ୍ରମ କଲ୍ୟାଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲା।

ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଗଣେଶ ବନ୍ଦନା ସହ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଉଦଘାଟନ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇଥିବା ବେଳେ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ବିଭାଗର ପୂର୍ବତନ ସଚିବ ଡଃ. ଲକ୍ଷ୍ମୀଧର ମିଶ୍ର ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ନାଲକୋର ମାନବ ସମ୍ବଳ ନିର୍ଦ୍ଦେଶକ ଡଃ. ତାପସ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଏବଂ ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶୁତୋଷ ମୁଦୁଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

“ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ହିଁ କର୍ମଚାରୀ ସମ୍ପର୍କର ପ୍ରକୃତ ଶକ୍ତି, ଯାହା ଆଧୁନିକ କର୍ମସଂସ୍କୃତିରେ ଏକ ନୂତନ ବିକଶିତ ଧାରା ସୃଷ୍ଟି କରେ। ମାନବିକ ମୂଲ୍ୟବୋଧର ସୁଦୃଢ଼ ଭିତ୍ତିଭୂମି ଉପରେ ଗଢ଼ିଉଠିଥିବା ଏହି ସମ୍ପର୍କ ହିଁ ଶିଳ୍ପ ଜଗତର ପ୍ରଗତି ଓ ସମୃଦ୍ଧିର ମୂଳମନ୍ତ୍ର” ବୋଲି ସମ୍ମିଳନୀରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସେହି ସମାନ ଶୀର୍ଷକରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକଟି ବିଭିନ୍ନ ଗବେଷକ ଓ ଶିକ୍ଷାବିତଙ୍କ ଗବେଷଣା ପ୍ରବନ୍ଧର ଏକ ସମୃଦ୍ଧ ସଂକଳନ, ଯାହା ଶିଳ୍ପ ସମ୍ପର୍କର ପୃଷ୍ଠଭୂମି ଓ ବର୍ତ୍ତମାନର ପରିବର୍ତ୍ତିତ ଆଧୁନିକ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ। ଶିଳ୍ପ ଜଗତରେ କର୍ମଚାରୀଙ୍କ ସମ୍ପର୍କକୁ କେବଳ ଆଇନଗତ କଟକଣା ମଧ୍ୟରେ ସୀମିତ ନରଖି ଏହାକୁ ନୈତିକତା, ମାନବିକ ମୂଲ୍ୟବୋଧ ଏବଂ ପାରସ୍ପରିକ ବିଶ୍ୱାସ ଆଧାରରେ ପରିଚାଳନା କରିବାକୁ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅଧିବେଶନରେ ବିଭାଗୀୟ ମୁଖ୍ୟ ପ୍ରଫେସର ବିଜୟ କୁମାର ସୁନ୍ଦରାୟ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସହଯୋଗୀ ପ୍ରଫେସର ଡଃ. ମଧୁଛନ୍ଦା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବିଜନ ବାସିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ‘ନୂତନ ଶ୍ରମ ସଂହିତା’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ (ପୂର୍ବାଞ୍ଚଳ) ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଡଃ. ଦେବବ୍ରତ ଦାସ, ନିଖିଳ ଭାରତ ଶ୍ରମିକ ସଂଘ କଂଗ୍ରେସର ସମ୍ପାଦକ ଶ୍ରୀଯୁକ୍ତ ରାମକୃଷ୍ଣ ପଣ୍ଡା ଏବଂ ଭାରତ ସରକାରଙ୍କ ପୂର୍ବତନ ଶ୍ରମ କଲ୍ୟାଣ କମିଶନର ଡଃ. ତାପସ କୁମାର ପଣ୍ଡା ଅଂଶଗ୍ରହଣ କରି ନୂତନ ଶ୍ରମ ସଂହିତାର ଗୁଣାବଳୀ ଓ ତ୍ରୁଟି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ବିଭାଗର ପୂର୍ବତନ ସଚିବ ଡଃ ଲକ୍ଷ୍ମୀଧର ମିଶ୍ର ‘ଏକାଦଶତମ ପ୍ରଫେସର ଅଭୟ କୁମାର ସ୍ମାରକୀ ବକ୍ତୃତା’ ପ୍ରଦାନ କରିଥିଲେ।

ତୃତୀୟ ଅଧିବେଶନରେ ଶିକ୍ଷାବିତ ଓ ଗବେଷକମାନେ ନିଜର ଗବେଷଣା ପତ୍ର ଉପସ୍ଥାପନ କରିଥିଲେ। ଅନ୍ତିମ ଅଧିବେଶନରେ ଏନଏଲସି ଇଣ୍ଡିଆ ଲିମିଟେଡର ପୂର୍ବତନ ଅଧ୍ୟକ୍ଷ ଡଃ. ଶରତ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ମିତାଳୀ ଚିନ୍ନାରା, ଓଡ଼ିଶା ଜଳବିଦ୍ୟୁତ୍ ନିଗମର ନିର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ ଓ ଓଡ଼ିଶା ବିଦ୍ୟୁତ୍ ବିତରଣ ନିଗମର ମହାପ୍ରବନ୍ଧକ ଅନିତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଶେଷରେ ବିଭାଗୀୟ ମୁଖ୍ୟ ଡଃ. ବିଜୟ କୁମାର ସୁନ୍ଦରରାୟ ଧନ୍ୟବାଦ ଅର୍ପଣ କରିବା ସହ ସମ୍ମିଳନୀ ସାଙ୍ଗ ହୋଇଥିଲା ।