BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

“ଓଡିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ପଦବୀ ସଂଗତିକରଣ ପଦକ୍ଷେପ ଆଦୌ ଯୁକ୍ତିଯୁକ୍ତି ନୁହେଁ “

ଭୁବନେଶ୍ବର: ଆଜି ଓଡିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ଓଡିଶା ବିଶ୍ବବିଦ୍ୟାଳୟ ରେ ଶିକ୍ଷକ ପଦବୀ ସଂଗତିକରଣ ( rationalization) ବିଷୟ ଉପରେ ଏକ ଆଲୋଚନାଚକ୍ରରେ “ଓଡିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ପଦବୀ ସଂଗତିକରଣ ପଦକ୍ଷେପ ଆଦୌ ଯୁକ୍ତିଯୁକ୍ତି ନୁହେଁ ” ବୋଲି ମତ ପ୍ରକାଶ ପାଇଛି l ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦେଇ କହିଛନ୍ତି ଯେ “ଓଡିଶା ସରକାର ଓ ଉଚ୍ଚଶିକ୍ଷା ପରିଷଦ ବର୍ତ୍ତମାନ ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷକ ପଦର ସଂଗତିକରଣ ଓ ସ୍କୁଲ ବ୍ୟବସ୍ଥା ପ୍ରଚଳନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଏ ସବୁର ବିସ୍ତୃତ ଆଲୋଚନା ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ସାମାଜିକ ସ୍ତରରେ ନକରି ତରବରରିଆ ଭାବେ କିଛି ଗୋଟାଏ ପଦକ୍ଷେପ ନେଇ ବିଶ୍ବବିଦ୍ୟାଳୟ ଉପରେ ଏହିପରି ଏକ ବ୍ୟବସ୍ଥା ଲଦି ଦେବା ଆଦୌ ଠିକ ନୁହେଁ l

ସେ କହିଛନ୍ତି ଯେ କାହିଁକି ଦୁଇ ତିନିଜଣ କୁଳପତି ଭାରି ଆଗ୍ରହ ଦେଖାଇ ନିଜ ତରଫରୁ ଏହି ସଂଗତିକରଣ ବ୍ୟବସ୍ଥା ପାଇଁ ଆଗେଇ ଆସିଛନ୍ତି, ତାହା ମଧ୍ୟ ସରକାର ବୁଝିବା ଆବଶ୍ୟକ l ପୁରା ଶିକ୍ଷା ବ୍ୟବସ୍ଥାରେ ବିଶ୍ବବିଦ୍ୟାଳୟ ସର୍ବୋଉଚ୍ଚତ୍ତମ ସ୍ଥାନ ଲାଭ କରିଆସିଛି ଏବଂ ଏଥିରେ ସରକାରଙ୍କର ଟାଳଟୁଳ ନୀତି, ଖର୍ଚ୍ଚ କାଟ, ଶିକ୍ଷକ ମାରଣ ନୀତି, ତଥା ଯୋର ଜବରଦସ୍ତ ନିୟମ ଲଦି ଦେବାର ପ୍ରୟାସ ଓଡିଶାରେ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ନିମ୍ନଗାମୀ କରାଇବ l

ତେଣୁ ସରକାର କିଛି କରିବା ପୂର୍ବରୁ ଶିକ୍ଷକ ସମାଜ, ସିନେଟ, ସିଣ୍ଡିକେଟଙ୍କ ସହିତ ଆଲୋଚନା କରିବା ନିହାତିଆବଶ୍ୟକ l ଶିକ୍ଷକ – ଛାତ୍ରଛାତ୍ରୀ ଅନୁପାତ କେତେ ହେବାଦରକାର, ନିର୍ଦିଷ୍ଟ ବିଭାଗରେ କେଉଁ କେଉଁ ସ୍ପେସିଆଲାଇଜ଼ାସନ ଦିଆଯିବା ଦରକାର ପରି ବିଷୟରେ ଜାତୀୟ ଶିକ୍ଷାନୀତିର ଲକ୍ଷ୍ୟ ଓ ବଦଳୁଥିବା ବଜାର ଚାହିଦାକୁ ଦୃଷ୍ଟିରେ ରଖି ସଠିକ ନିଷ୍ପତ୍ତି ନିଆଯିବା ଉଚିତ। ପ୍ରଶାସନିକ ଅଧିକାରୀମାନେ ଜଣେ ଦୁଇଜଣ କୁଳପତିଙ୍କୁ ହାତବାରିସୀ କରି ନୂଆ ନୂଆ ନିୟମ ଓ ବ୍ୟବସ୍ଥା ପ୍ରଚଳନ କରାଇବା ଉଚିତ ନୁହେଁ l

ୟୁଜିସି ନିୟମ ଅନୁପାଳନ ହେବା ନିତାନ୍ତ ଆବଶ୍ୟକ l ଯଦି ପଦବୀ ସଂଗତି କରଣ କରାଯାଏ, ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗ ଗୁଡିକରେ ପଦବୀ ହ୍ରାସ ହେବା ସଂଗେ ସଂଗେ ବିଭାଗୀୟ ସ୍ତରରେ ବିଭିନ୍ନ ସ୍ପେସିଆଲାଇଜ଼ାସନ ଦିଆ ଯାଇ ପାରିବ ନାହିଁ l ଯାହା ଫଳରେ ଓଡ଼ିଶାର ଛାତ୍ରଛାତ୍ରୀ ସର୍ବ ଭାରତୀୟ ସ୍ତରରେ ପଛୁଆ ରହିଯିବେ l ଉଚ୍ଚ ଶିକ୍ଷା ବିଷୟରେ ବରିଷ୍ଠ ଅଧ୍ୟାପକମାନଙ୍କ ସହିତ ଆଲୋଚନା ନ କରି ନିୟମ ପ୍ରଣୟନ କରିବା ଗତ ଦଶ ବର୍ଷ ହେଲା ସରକାର କରୁଛନ୍ତି, ଯାହା ଓଡିଶା ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ।

ଏହି ସଭାରେ ଓଡିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ପ୍ରଫେସର ଧର୍ମବ୍ରତ ମହାପାତ୍ର ସଭାପତିତ୍ୱ କରି କହିଥିଲେ ଯେ ସଂଘ ଏ ବିଷୟରେ ଏକ ଦାବିପତ୍ର, ମାନ୍ୟବର କୁଳାଧିପତି ତଥା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଦେଇ ସାରିଛି।  ଏସବୁ ବିଷୟରେ ଆଲୋଚନା ପାଇଁ ଅନୁରୋଧ ମଧ୍ୟ କରିଛି I ଏତଦ୍ ବ୍ୟତୀତ ଶିକ୍ଷକମାନଙ୍କର ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି ଏବଂ ପିଏଚଡି ଡିଗ୍ରୀ ଧାରୀ ଅଧ୍ୟାପକ ମାନଙ୍କ ପାଇଁ ୫ ଅଗ୍ରିମ ଇଂକ୍ରିମେଣ୍ଟ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଅଛି I

ସଂଘର ସମ୍ପାଦକ ପ୍ରଫେସର ମନୋରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ l ଏହି ଆଲୋଚନାଚକ୍ରରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ପ୍ରାୟ ୨୦୦ ବିଶ୍ବବିଦ୍ୟାଳୟ ଶିକ୍ଷକ ଯୋଗ ଦେଇଥିଲେ।