BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବାକୁ ନିର୍ଦ୍ଦେଶ ଏବଂ ପରାମର୍ଶ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଖରିଫ୍ ମାର୍କେଟିଂ ଋତୁ ୨୦୨୫-୨୬ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଗତ ୨୧ ତାରିଖ ଶୁକ୍ରବାରଅନୁଷ୍ଠିତ ହୋଇଯାଇଛି ।ସଂପୃକ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କ ସମନ୍ୱୟରେ ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତଭାବେ କରାଯିବା  ନିମନ୍ତେ ମୁଖ୍ୟ ଶାସନ ସଚିବଆବଶ୍ୟକ ନିର୍ଦ୍ଦେଶ ଓପରାମର୍ଶଦେଇଛନ୍ତି।

ବୈଠକରେ ରାଜ୍ୟ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ରାଜ୍ୟ ଯୋଗାଣ ନିଗମଲିମିଟେଡ୍ ର  ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ,କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ସଂପୃକ୍ତ ବିଭିନ୍ନ ବିଭାଗର ସଚିବଙ୍କ ସମେତଭାରତୀୟ ଖାଦ୍ୟ ନିଗମର ପରିଚାଳକ ଏବଂ ଅନ୍ୟ  ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ।  ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

ବୈଠକରୁ ଜଣାଯାଇଛି ଯେ, ୨୦୨୪-୨୫  ଖରିଫ୍ ମାର୍କେଟିଂ ଋତୁରେ ୭୩  ଲକ୍ଷ ୪୫  ହଜାର ୭୦୭ ମେଟ୍ରିକ୍ ଟନ୍ ଖରିଫ ଧାନ ଏବଂ ରବିରେ ୧୯ ଲକ୍ଷ ୧୮  ହଜାର ୫୨୮  ମେଟ୍ରିକ୍ ଟନ୍  ଧାନସଂଗୃହିତ ହୋଇଥିଲାଏବଂ ସେହି ଅନୁପାତରେ ଯେତେ ପରିମାଣର ଚାଉଳ ସଂଗ୍ରହ ହେବା କଥା,ସେଥିରୁ ୭୨ ପ୍ରତିଶତ ସଂଗ୍ରହ ହୋଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି।  ଗତ ୨୦୨୩ -୨୪  ବର୍ଷରେ ୮୫ ପ୍ରତିଶତ ଚାଉଳ ସଂଗ୍ରହ ହୋଇଥିଲା ।୨୦୨୫-୨୬  ବର୍ଷ ପାଇଁ ୧୯.୬୮ ଲକ୍ଷ ଚାଷୀ ଧାନ ବିକ୍ରୟ ପାଇଁ  ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ଗତ ବର୍ଷ ଏହି ସଂଖ୍ୟା ୧୭.୫୦ ଲକ୍ଷ  ଥିଲା। ଏ ବର୍ଷ ୯୩  ଲକ୍ଷ ମେଟ୍ରିକ୍ ଟନ ଧାନ ଉଭୟ ଖରିଫ ଓ ରବି ଋତୁ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଗତ ଖରିଫ୍ ଋତୁରେ ଧାନ କ୍ରୟ ବାବଦକୁ୯୮ପ୍ରତିଶତ ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ସିଧାସଳଖ ପ୍ରଦାନ କରାଯାଇଛି।

ଖରିଫ୍ ମାର୍କେଟିଂ ଋତୁ  ପାଇଁ ଖାଦ୍ୟ ଓ କ୍ରୟ ନୀତି ୨୦୨୫-୨୬ ଗତ ଅକ୍ଟୋବରରେ କ୍ୟାବିନେଟ୍ବୈଠକରେ ଅନୁମୋଦନ ଲାଭ କରିଥିଲା। ଖରିଫ୍ ଧାନ କ୍ରୟ ସମୟ ୨୦୨୫  ନଭେମ୍ବର ୧ ରୁ ମାର୍ଚ୍ଚ ୩୧  ପର୍ଯ୍ୟନ୍ତ ରହିଛି।କ୍ଷୁଦ୍ର, ଛୋଟ ଚାଷୀ, ପ୍ରକୃତ ଚାଷୀ, ଭାଗଚାଷୀମାନଙ୍କ ଠାରୁ ଧାନ କ୍ରୟ ପାଇଁ ବିଶେଷଗୁରୁତ୍ୱ ରହିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କ୍ରୟପ୍ରକ୍ରିୟାର ୪୮  ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଅର୍ଥି ପ୍ରେରଣ ବ୍ୟବସ୍ଥା ରହିଛି।  ଧାନ ସଂଗ୍ରହ ପରିଚାଳନା ସଂପର୍କିତ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇ ସାରିଛି।

୨୦୨୪-୨୫ ଖରିଫ୍ ମାର୍କେଟିଂ ଋତୁ ଏବଂ ପୂର୍ବରୁ  ରାଜ୍ୟ ସରକାରଙ୍କ ସଂସ୍ଥା ସହିତ କଷ୍ଟମ ମିଲଚାଉଳ ଡେଲିଭରି  ସମ୍ପର୍କିତ ବକେୟା ନଥିବା  ଏଜେନ୍ସିମାନେ ( କେବଳ  ରବି ଋତୁ ୨୦୨୪-୨୫  ବ୍ୟତୀତ) ଖରିଫ୍ ମାର୍କେଟିଂ ଋତୁ ୨୦୨୫-୨୬ ରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଧାନ ଚାଷ ହୋଇଥିବା  ସଂପର୍କିତ ଶତ ପ୍ରତିଶତ ସାଟେଲାଇଟ୍ ଯାଂଚ ସମସ୍ତ ଜିଲ୍ଲାରେ କରାଯାଇଛି। ଆଧାରଭିତ୍ତିକ ପ୍ରମାଣ ଜରିଆରେଚାଷୀମାନଙ୍କର ଧାନ ସଂଗ୍ରହ ନେଇ ପ୍ରମାଣିତ(ଅଥେଣ୍ଟିକେସନ) କରାଯିବ। ଚାଷୀ ପଞ୍ଜୀକରଣ ପାଇଁ ଇ-କେଓ୍ୱାଇସି ବାଧ୍ୟତାମୂଳକ ରହିଛି । ଧାନର ମାନ ଭାରତ ସରକାରଙ୍କ ନିର୍ଦ୍ଧାରିତ ଗୁଣାତ୍ମକ ମାନ ହିସାବରେ ରହିବା ଆବଶ୍ୟକ। ସାଧାରଣ ପ୍ରକାର ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ଇନପୁଟ ସହାୟତା ମିଶାଇ ୩୧୦୦  ଟଙ୍କା ରହିଛି। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ୍ ଧାନ ସଂଗ୍ରହ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ନିର୍ଦ୍ଦିଷ୍ଟ କେଉଁ ତାରିଖରୁ ଆରମ୍ଭ ହେବ, ତାହା ଅମଳ ସ୍ଥିତିକୁ ଦେଖି ଜିଲ୍ଲାସ୍ତରୀର ଧାନ ସଂଗ୍ରହ କମିଟିରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।  ଚାଷୀମାନଙ୍କ ଅଭିଯୋଗ ବା ଅନୁସନ୍ଧାନ ପାଇଁ ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ତରଫରୁ ଦେୟମୁକ୍ତ ନମ୍ବର ୧୯୬୭  କାର୍ଯ୍ୟକ୍ଷମ ରହିଛି। ଧାନ କ୍ରୟ ସମୟରେ ଦୁଇଟି ପାଳିରେ ୩୦ ଟି  କଲ ସେଣ୍ଟର ଏକ୍ଜିକ୍ୟୁଟିଭମାନେ ଓଡ଼ିଶା ଯୋଗାଣ ନିଗମ ମୁଖ୍ୟାଳୟରେପରିଚାଳନା କାର୍ଯ୍ୟ କରିବେ। ଧାନ କ୍ରୟ ସଂପର୍କିତ  ସୂଚନା  ଓ ପ୍ରଚାର ପ୍ରସାର ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ମଣ୍ଡି ପରିଚାଳନା ପାଇଁ  ବିଭିନ୍ନ ଜିଲ୍ଲାରେ ମଣ୍ଡି ନୋଡାଲ ଅଧିକାରୀ, ମଣ୍ଡି ସୁପରଭାଇଜର ଏବଂ ମାଷ୍ଟର ଟ୍ରେନରମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି।  ରାଜ୍ୟରେ ୩୧୩୪  ଟି ସେବା ସମବାୟ ସମିତି ଓ ଲ୍ୟାମ୍ପସ୍ ଆଦି ଧାନ ସଂଗ୍ରହରେ ସାମିଲ ହେବେ ।  ୧୪୧୯  କଷ୍ଟମ ମିଲର ଧାନ ସଂଗ୍ରହ କରିବେ।  ମୋଟ ୪୦୮୮  ଟି ମଣ୍ଡି ଏବଂ ଏଫସିଆଇ ଏବଂ ଯୋଗାଣ ନିଗମର ୧୬୩ ଟି ଗୋଦାମ ଘର  ଥିବା ବେଳେସେସବୁର ନିଜସ୍ୱ ଓ ଭଡ଼ା ସୂତ୍ରରେ ମିଶାଇ ମୋଟ  ୬.୬୮ ଲକ୍ଷ ମେଟ୍ରିକ୍ ଟନ୍ ଭଣ୍ଡାରଣ କ୍ଷମତା ରହିଛି। ସମସ୍ତ ଜିଲ୍ଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ସରିଛି। ଶୀଘ୍ର ଧାନ ସଂଗ୍ରହ କରୁଥିବା ଜିଲ୍ଲାମାନଙ୍କୁ ୨୫  ନଭେମ୍ବର ସୁଦ୍ଧା ଏବଂ ବିଳମ୍ବରେ ଧାନ ସଂଗ୍ରହ କରୁଥିବା ଜିଲ୍ଲାମାନଙ୍କୁ ନଭେମ୍ବର ୩୦ ତାରିଖ ସୁଦ୍ଧା କୃଷକଙ୍କ  ଜମି ଅନୁସାରେ ଆବଶ୍ୟକ ପ୍ରମାଣୀକୃତ ବ୍ୟବସ୍ଥା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧାନ ପରୀକ୍ଷଣ ଯନ୍ତ୍ର ଓ ଏହାର କାର୍ଯ୍ୟକ୍ଷମ ସଂପର୍କିତ ଯାଂଚ ଯଥେଷ୍ଟ ପୂର୍ବରୁ କରାଯିବ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଚାଷୀ ପଞ୍ଜୀକରଣ, ରାଜ୍ୟରେ କେତେ ଜମିରେ ଧାନ ଚାଷ କରାଯାଇଛି, ତାହାକୁ ଡିଜିଟାଲ ସର୍ବେକ୍ଷଣ ସହିତ ସମନ୍ୱିତ କରି ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି।   ପ୍ରକୃତ ଚାଷୀ ଯେପରି ଧାନ ବିକ୍ରୟ କରି ତାର ପ୍ରାପ୍ୟ ଠିକ୍ ସମୟରେ  ପାଏ, ସେଥିପ୍ରତି ସେ  ଗୁରୁତ୍ୱ ଦେଇଛନ୍ତି। ସେହିଭଳି  ବିଭିନ୍ନ ଜିଲ୍ଲାରେ ଧାନ ଅମଳକୁ ଦୃଷ୍ଟିରେ ରଖି ଧାନ୍ ସଂଗ୍ରହ ବ୍ୟବସ୍ଥା  ବା ମଣ୍ଡି ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରକ୍ରିୟା ବିଳମ୍ବ ହେବା  ଯୋଗୁଁ  ଚାଷୀମାନେ ଯେପରି ଅଭାବୀ ବିକ୍ରିର ସମ୍ମୁଖୀନ ନହୁଅନ୍ତି , ସେଥିପ୍ରତି ଧ୍ୟାନ ଦେଇ ମଣ୍ଡି ଠିକ୍ ସମୟରେ ଖୋଲିବା ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଧାନ ସଂଗ୍ରହ ଦାୟିତ୍ୱରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନେ କ୍ଷେତ୍ରସ୍ତରରେ ଠିକ୍ ସମୟରେ ରହିଲେ କଟନି-ଛଟଣି ଭଳି ସମସ୍ୟା ଉପୁଜିବାର ସମ୍ଭାବନା ଥାଏ। ଏଣୁ ଜିଲ୍ଲା ପରିଚାଳନା ତଦାରଖ ବ୍ୟବସ୍ଥା ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ କଣ୍ଟ୍ରୋଲ ରୁମ୍ ନିୟମିତ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଛନ୍ତି। ଏହା ସରକାରଙ୍କର ଜରୁରୀ ପ୍ରାଥମିକତା ରହିଛି। ଏହି କାର୍ଯ୍ୟକୁ ସୁବ୍ୟବସ୍ଥିତ ଭାବେ ଏବଂ  ଶୃଙ୍ଖଳିତ ଭାବେ ନିର୍ବାହ କରିବାକୁ ସେ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୌଣସି ମତେ କୋହଳ ମନୋଭାବପୋଷଣ ନ କରିବାକୁ ସେ ସଚେତନ କରାଇଛନ୍ତି। ପୁଲିସ୍ ବିଭାଗ ତରଫରୁ ମଧ୍ୟ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ ହେବା ଏବଂ  ନିୟମିତ ପାଟ୍ରୋଲିଂ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ବିଭାଗ, ଜିଲ୍ଲା ପ୍ରଶାସନ, ସଂପୃକ୍ତ ସଂସ୍ଥାମାନେ ସମ୍ମିଳିତ ପ୍ରୟାସରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।

ରାଜସ୍ୱ, ସମବାୟ ବିଭାଗ, ଜିଲ୍ଲା ପୁଲିସ୍ ପ୍ରଶାସନ, ପରିବହନ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ନିବନ୍ଧକ, ଯୋଗାଣ ନିରୀକ୍ଷକ, ଯୋଗାଣ ନିଗମ ଅଧିକାରୀ ଆଦିଙ୍କୁ ନେଇ ଆନ୍ତଃ ବିଭାଗୀୟ ସମନ୍ୱୟକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ଆରମ୍ଭ ତାରିଖ ଚୂଡ଼ାନ୍ତ କରିବାକୁ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଜିଲ୍ଲାସ୍ତରୀୟ ପ୍ରବର୍ତ୍ତନ ସ୍କ୍ୱାର୍ଡ ନିୟମିତ ତଦାରଖ କରିବା, ଅନ୍ୟ ରାଜ୍ୟରୁ ଧାନ ଅନଧିକୃତ ଭାବେ ପ୍ରବେଶ ରୋକିବା ପାଇଁ ସୀମାରେ କଡ଼ା ତଦାରଖ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନଙ୍କୁ ପ୍ରତିଦିନ ଧାନ ସଂଗ୍ରହ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରିବା ଏବଂ ଏ ସଂପର୍କିତ କୌଣସି ଅଭିଯୋଗ ଆସିଲେ  ତ୍ୱରିତ ସମାଧାନ କରିବାକୁ ପରାମର୍ଶ ଦିଆଯାଛି। ମଣ୍ଡିରେ ଚବିଶ ଘଣ୍ଟିଆ ସିସିଟିଭି ତଦାରଖ ବ୍ୟବସ୍ଥା  ସହ  ପାନୀୟ ଜଳ, ଶୌଚାଳୟ, ଆବଶ୍ୟକୀୟ ଆଲୋକ, ପିଣ୍ଡି ଉପରେ ଛାତ, ବିଶ୍ରାମ ଗୃହ ଆଦି ମୌଳିକ ସୁବିଧା  କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚାଷୀମାନଙ୍କ ଠାରୁ  ସହଜ ଓ ସୁବିଧାରେ ଧାନ ସଂଗ୍ରହ ପାଇଁ ସମବାୟ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ବିଭାଗର କମିଶନର ତଥା ଶାସନ ସଚିବଶ୍ରୀ ପାଟିଲ ତଥ୍ୟ  ଉପସ୍ଥାପନ କରିଥିଲେ।