BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ରକୃତି ମା’ ଭେଟି ଦେଇଥିବା ଏକ ସୁନ୍ଦର ଉପହାର ପରିବେଶ, ବଞ୍ଚିବା ପାଇଁ ଜରୁରି ଉପାଦାନ ପରିବେଶରୁ ମିଳେ

ପ୍ରକୃତି ମା’ ଭେଟି ଦେଇଥିବା ଏକ ସୁନ୍ଦର ଉପହାର  ହେଉଛି ପରିବେଶ । ଯାହା ଜଳ, ବାୟୁ, ଆକାଶ,  ଭୂମି, ଜୀବଜନ୍ତୁ, ଗଛ, ଲତାକୁ ନେଇ ଗଢ଼ା । ମଣିଷ  ବଞ୍ଚିବା ପାଇଁ ଯେଉଁସବୁ ଜରୁରି ଉପାଦାନର ଆବଶ୍ୟତା  ରହିଛି ସେସବୁ ପରିବେଶରୁ ହିଁ ମିଳେ । ପରିବେଶର ଯତ୍ନନେବା ପ୍ରତ୍ୟେକ ବ୍ୟକ୍ତିର ପ୍ରାଥମିକ କାର୍ଯ୍ୟ ହେବା  ଆବଶ୍ୟକ । କିନ୍ତୁ ମନୁଷ୍ୟ ନିଜ ସ୍ୱାର୍ଥ ହାସଲ କରିବା  ଉଦ୍ଦେଶ୍ୟ ରଖି ପରିବେଶକୁ ନଷ୍ଟ କରିବାକୁ ପଛଘୁଞ୍ଚା  ଦେଉନାହିଁ । ଯାହାର ଫଳସ୍ୱରୂପ ମଣିଷ ସମେତ  ପ୍ରତ୍ୟେକ ଜୀବଜଗତକୁ ଏହାର କୁପରିଣତି ଭୋଗିବାକୁ ପଡ଼ୁଛି। ପରିବେଶ ସୁରକ୍ଷା ପାଇଁ ଦେଶ, ବିଦେଶରୁ  ବହୁ ସଙ୍ଗଠନ ବର୍ତ୍ତମାନ ସମୟରେ ଏକଜୁଟ ହୋଇ  କାର୍ଯ୍ୟ କରୁଛନ୍ତି । କିନ୍ତୁ ପରିବେଶର ମୂଲ୍ୟବୋଧକୁ  ହୃଦ୍‌ବୋଧ କରି ବହୁବର୍ଷ ପୂର୍ବେ ଓଡ଼ିଶାର କିଛି  ଜନଜାତି ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ । ପରିବେଶ ସୁରକ୍ଷା ଦିଗରେ  ସେମାନଙ୍କ ନିଃସ୍ୱାର୍ଥ କାର୍ଯ୍ୟ ଏବେ ଲକ୍ଷ ଲକ୍ଷ ଲୋକଙ୍କ  ପାଇଁ ପ୍ରେରଣା ସାଜିଛି ।

ପରିବେଶର ଦରଦୀ ବନ୍ଧୁ କମଳା ପୂଜାରୀ

ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ପାଇଁ  ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ  ବହୁ ସମ୍ମାନ ତାଙ୍କୁ ପ୍ରାପ୍ତ ହୋଇଛି । ଖାଦ୍ୟ  ସୁରକ୍ଷା, ସ୍ୱଦେଶୀ କୃଷି ପ୍ରଣାଳୀର ପ୍ରଚାର  ପ୍ରସାର କରୁଥିବା ପରୋଜା ଜନଜାତିର କମଳା ପୂଜାରୀ  ସାରା ବିଶ୍ୱରେ ପରିଚିତ । ଜୈବିକ କୃଷି ସାହାଯ୍ୟରେ  ପରିବେଶ କିପରି ସୁରକ୍ଷିତ ରହିବ ସେ ନେଇ  କମଳା ଅବିରତ କାର୍ଯ୍ୟ କରିଛନ୍ତି । ପିଲାଟି ଦିନରୁ  ମନରେ ପ୍ରକୃତି ପ୍ରତି ଭଲପାଇବା ସୃଷ୍ଟି ହୋଇଥିଲା ।  ରାଜସ୍ଥାନ ଜୟପୁର ସ୍ଥିତ ଏମ୍‌.ଏସ୍‌. ସ୍ୱାମୀନାଥନ  ରିସର୍ଚ୍ଚ ଫାଉଣ୍ଡେସନରେ କିଛି ବର୍ଷ କାମ କରିବା  ପରେ ବିଶୋଷଣ କୃଷି, ଜୈବିକ ଚାଷ ସାଙ୍ଗକୁ ପ୍ରକୃତି  ଏବଂ ଜୀବଜଗତ ଉପରେ ଏହାର ପ୍ରଭାବ ବିଷୟରେ  ସେ ବିସ୍ତୃତ ଜ୍ଞାନ ଆହରଣ କରିଥିଲେ । ଯାହା,  ପରେ କମଳା ନିଜ ଜୀବନକୁ ପ୍ରକୃତି ନାଁରେ ଉତ୍ସର୍ଗ  କରିଥିଲେ । ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି  କମଳା ଅନେକଙ୍କ ପ୍ରେରଣା ପାଲଟିଛନ୍ତି । ତାଙ୍କ ମତରେ  ପ୍ରତ୍ୟେକ ବ୍ୟକ୍ତି ପରିବେଶ ସୁରକ୍ଷାକୁ ନେଇ ଯତ୍ନବାନ  ହେବା ଆବଶ୍ୟକ । କୃଷିକାର୍ଯ୍ୟରେ ସାର ଓ ରାସାୟନିକ  ପଦାର୍ଥ ବର୍ଜନ କରି ପ୍ରାକୃତିକ ଉପାୟରେ ଚାଷ  କରିବାକୁ ସେ ସବୁବେଳେ ଚାଷୀମାନଙ୍କୁ ପ୍ରୋତ୍ସାହିତ  କରୁଥିଲେ ।

ପରିବେଶ ସୁରକ୍ଷା କ୍ଷେତ୍ରରେ ନିଃସ୍ୱାର୍ଥ  କାର୍ଯ୍ୟ କରିବାରୁ କମଳାଙ୍କୁ ୨୦୧୯ରେ ‘ପଦ୍ମଶ୍ରୀ’  ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାଛଡ଼ା  ୨୦୦୨ରେ ତାଙ୍କୁ ଜାତିସଂଘ ତରଫରୁ ‘ଇକ୍ୱେଟର ଅଫ୍‌  ଇନିସିଏଟିଭ’ ପୁରସ୍କାର ମିଳିଥିଲା । କମଳା ଥିଲେ  ପ୍ରଥମ ଆଦିବାସୀ ମହିଳା, ଯିଏ ଓଡ଼ିଶା ଷ୍ଟେଟ୍‌ ପ୍ଲାନିଂ  ବୋର୍ଡର ସଦସ୍ୟତା ହାସଲ କରିଥିଲେ । ସେ ସମୟରେ  କମଳା ଏକାଧିକ ପ୍ରଶଂସନୀୟ ଡେଭଲପମେଣ୍ଟ ପଲିସି  ତିଆରି କରିଥିଲେ । ବର୍ତ୍ତମାନ ସମୟରେ ଖାଦ୍ୟର  ଆବଶ୍ୟକତା ଏବଂ ଭବିଷ୍ୟତରେ ଆମ ପର ପିଢ଼ିଙ୍କ  ଆବଶ୍ୟତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ  ପ୍ରତ୍ୟେକ ବ୍ୟକ୍ତି ପରିବେଶକୁ ନେଇ ସଚେତନ ହେବା  ଜରୁରି ବୋଲି କମଳା କୁହନ୍ତି । ସ୍ୱଦେଶୀ କୃଷିକାର୍ଯ୍ୟ  ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିନରାତି କାର୍ଯ୍ୟ  କରୁଥିବା କମଳାଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା,  ରାଜ୍ୟରେ ପାରମ୍ପରିକ କୃଷିକାର୍ଯ୍ୟ ପୁଣିଥରେ ଆରମ୍ଭ  ହେଉ ଏବଂ ଏହାକୁ ବହୁଳ ସଂଖ୍ୟାରେ ଲୋକେ  ଆପଣାନ୍ତୁ । ପ୍ରକୃତି ପାଇଁ ଆଦର କମଳାଙ୍କ ମନରେ  ପିଲାଟି ଦିନରୁ ଦେଖିବାକୁ ମିଳିଥିଲା ।

ଓଡ଼ିଶାର  ପାରମ୍ପରିକ କୃଷି ବିଲୋପ ହେବା ସେ ନିଜ ଆଖିରେ  ଦେଖିଛନ୍ତି । ଏହାପରେ ସେ ପାରମ୍ପରିକ କୃଷିର ପ୍ରସାର  ପାଇଁ ଅଣ୍ଟା ଭିଡ଼ିଲେ । ବିନା ସାର ଓ ରାସାୟନିକ  ପଦାର୍ଥରେ ଉତ୍ପାଦିତ ଖାଦ୍ୟଶସ୍ୟର ଉପାଦେୟତା  ବିଷୟରେ ନିଜ ସମ୍ପ୍ରଦାୟର ଲୋକଙ୍କୁ ବୁଝାଇବା  ଆରମ୍ଭ କଲେ । ଆମ ପୂର୍ବପୁରୁଷମାନେ ଅବଲମ୍ବନ  କରିଥିବା କୃଷି ପ୍ରଣାଳୀ ଦ୍ୱାରା ଉତ୍ପାଦିତ ଖାଦ୍ୟ, ଶସ୍ୟର  ପୋଷକ ଆମ ସ୍ୱାସ୍ଥ୍ୟ ପାଇଁ ଜରୁରି ହୋଇଥିବାବେଳେ  ପରିବେଶ ଉପରେ ଏହାର କୌଣସି କୁପ୍ରଭାବ ନାହିଁ ।  ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ସମସ୍ୟାର  ଏକ ପ୍ରମୁଖ କାରଣ ରାସାୟନିକ ସାରର ବ୍ୟବହାର ।  କମଳା ଶତାଧିକ କିସମର ସ୍ୱଦେଶୀ ଧାନ ବିହନ ଏବଂ  ବିଲୁପ୍ତ ହେବାକୁ ବସିଥିବା ହଳଦୀ, ରାଶି, କଳାଜିରା,  ଫୁଲ ମଞ୍ଜି ସଂରକ୍ଷଣ କରିଛନ୍ତି । ଏହା ବ୍ୟତୀତ ତାଙ୍କ  ଜୀବନକାଳର ବଡ଼ ଉପଲବ୍ଧି ହେଉଛି କମ୍ୟୁନିଟି ସିଡ୍‌  ବ୍ୟାଙ୍କ ।

ଜୈବବିବିଧତା ସମ୍ପର୍କରେ ପ୍ରଚାର କରିବା  ସମୟରେ ସେ ସିଡ୍‌ ବ୍ୟାଙ୍କ ଗଠନ କରିଥିଲେ,  ଯେଉଁଠାରେ ବିରଳ ପ୍ରଜାତି ତଥା ଉଚ୍ଚମାନର ବିହନ  କୃଷକମାନେ ସଂରକ୍ଷଣ କରି ରଖିବା ସହ କୃଷିରେ  ବ୍ୟବହାର ମଧ୍ୟ କରୁଥିଲେ । ଅର୍ଗାନିକ୍‌ ବା ଜୈବିକ ଚାଷ  ବାବଦରେ ସେ କୃଷକମାନଙ୍କ ଆଗ୍ରହ ବଢ଼ାଉଥିଲେ ।  କ୍ଷେତ୍ର ପରିଦର୍ଶନ ଜରିଆରେ ଫସଲଚକ୍ର, ପ୍ରାକୃତିକ  ଉପାୟରେ କୀଟ ନିୟନ୍ତ୍ରଣ ଏବଂ ଜୈବିକ ଖତ ପ୍ରସ୍ତୁତି  ଓ ଉପକାରିତା ସମ୍ପର୍କରେ ବିସ୍ତୃତ ଜ୍ଞାନ ଆହରଣ  କରିଥିଲେ । ଅର୍ଗାନିକ୍‌ ଫାର୍ମିଂ ଜରିଆରେ ଉତ୍ତମ  ପରିବେଶ ଏବଂ ଆର୍ଥିକ ସ୍ୱଚ୍ଛଳତା ଅଣାଯାଇପାରିବ  ବୋଲି ପାରମ୍ପରିକ କୃଷିକୁ ଆପଣାଇବା ଲାଗି  କମଳା ଚାଷୀଙ୍କୁ ପ୍ରୋତ୍ସାହିତ କରୁଥିଲେ । ମହିଳା ସଶକ୍ତିକରଣକୁ ମଧ୍ୟ କମଳା ଗୁରୁତ୍ୱ ଦେଉଥିଲେ ।  ସାରା ବିଶ୍ୱର ମଙ୍ଗଳ ପାଇଁ ପରିବେଶ ସୁରକ୍ଷାରେ ନିଜ  ଜୀବନକୁ ଉତ୍ସର୍ଗ କରିଥିବା କମଳା ଏବେ ଅନେକଙ୍କ  ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

‘ମିଲେଟ୍‌ ରାଣୀ’ ରାଇମତି ଘିଉରିଆ

କମଳାଙ୍କ ଭଳି ଆଉ ଜଣେ ଆଦିବାସୀ ମହିଳା  ହେଲେ “ରାଇମତି ଘିଉରିଆ’ । ଯିଏ “ଦ ମିଲେଟ୍‌ ରାଣୀ’  ଭାବେ ବେଶ୍‌ ପରିଚିତ । କୋରାପୁଟ ଜିଲା ନୂଆଗୁଡ଼ାର  ଭୂମିଆ ଆଦିବାସୀ ପରିବାରରେ ତାଙ୍କ ଜନ୍ମ । ଶିକ୍ଷାଗତ  ଯୋଗ୍ୟତା ବେଶୀ ନଥାଇ ମଧ୍ୟ ନିଜର ଜନମଙ୍ଗଳକାରୀ  କାର୍ଯ୍ୟବଳରେ ସେ ବେଶ୍‌ ପରିଚିତି ହାସଲ କରିଛନ୍ତି ।  ପରିବେଶ ଅନୁକୂଳ କୃଷିକୁ ପ୍ରୋତ୍ସାହନ ଦିଆଯିବା  ଦିଗରେ କାର୍ଯ୍ୟ କରୁଥିବା ରାଇମତି ଜୟପୁରର ଏମ୍‌. ଏସ୍‌. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍‌ ସହ ମିଶି  କାର୍ଯ୍ୟ କରିଛନ୍ତି । ଏ ନେଇ ଅନେକ କ୍ୟାମ୍ପେନ୍‌ ମଧ୍ୟ  ତାଙ୍କୁ କରିବାକୁ ପଡ଼ିଛି । ଅର୍ଗାନିକ ଫାର୍ମିଂ କ୍ଷେତ୍ରରେ  ସେ ପାଖାପାଖି ୨୫୦୦ କୃଷକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । 

ପ୍ରକୃତିର ରକ୍ଷଣାବେକ୍ଷଣା ସାଙ୍ଗକୁ ଦୀର୍ଘସ୍ଥାୟୀ କୃଷି  ପଦ୍ଧତି ପାଇଁ କୃଷକଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା  ଲାଗି ଜି-୨୦ ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଛି । ନିଜ  ଜୀବନକାଳରେ ରାଇମତି ୭୨ ପ୍ରକାରର ଧାନ ବିହନ  ଏବଂ ୩୦ ବିରଳ ପ୍ରଜାତିର ବାଜରା କିସମ ସଂଗ୍ରହ  କରିଛନ୍ତି । ଯେଉଁଥିପାଇଁ ରାଇମତି ସାରା ଦେଶର  ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଧୁନିକ କୃଷି ପଦ୍ଧତିକୁ  ଆପଣାଇ କୃଷକ ଅଧିକ ମାତ୍ରାରେ ଲାଭବାନ ହେବାକୁ  ମନ ବଳାଉଥିବାବେଳେ ରାଇମତି ବାଜରା ଉତ୍ପାଦନ  ପାଇଁ କୃଷକଙ୍କୁ ପରାମର୍ଶ ଦେଉଥିଲେ । ଏଥିପାଇଁ ସେ  କୃଷକଙ୍କ ପ୍ରଶିକ୍ଷଣ ନିମିତ୍ତ ବ୍ୟବସ୍ଥା ସାଙ୍ଗକୁ କାର୍ଯ୍ୟଶାଳା,  କ୍ଷେତ୍ର ପରିଦର୍ଶନ କରିବା ଆରମ୍ଭ କଲେ । କେବଳ  ସ୍ଥାନୀୟ କୃଷକ ନୁହଁନ୍ତି, ଆଖପାଖ ଅଞ୍ଚଳର ଲୋକେ  ମଧ୍ୟ ଏହାପ୍ରତି ଆକୃଷ୍ଟ ହେଲେ । ରାଇମତି ଏକକାଳୀନ  ଚାଷ, ପୋଷଣ ଏବଂ ଦୀର୍ଘସ୍ଥାୟୀ କୃଷିକୁ ଗୁରୁତ୍ୱ ଦେଇ  କାର୍ଯ୍ୟ କରୁଥିଲେ³ ଯାହାପାଇଁ ତାଙ୍କୁ ବିଭିନ୍ନ କୃଷି  ଏବଂ ପରିବେଶ ସଙ୍ଗଠନ ସମ୍ମାନିତ କରିଛନ୍ତି । ନିଜ  କାର୍ଯ୍ୟବଳରେ ରାଇମତି ଏବେ ଅନେକ କୃଷକ ଏବଂ  ପରିବେଶବିତ୍‌ଙ୍କ ମନୋବଳ ବଢ଼ାଇଛନ୍ତି ।

ଦଇତାରି ନାୟକ (କେନାଲ୍‌ ମ୍ୟାନ୍‌)

ସେହିପରି ଆଉ ଜଣେ ବେଶ୍‌ ଚର୍ଚ୍ଚିତ ଆଦିବାସୀ  ବ୍ୟକ୍ତିବିଶେଷ ହେଲେ, ଦଇତାରି ନାୟକ । ଜଳସେତନ  କ୍ଷେତ୍ରରେ ଦଇତାରି ଇତିହାସ ରହିଛନ୍ତି, ଯାହାପାଇଁ ସେ  ‘ଦ କେନାଲ୍‌ ମ୍ୟାନ୍‌’ ଭାବେ ପରିଚିତ । ନିଜ ଜମିରେ  ଜଳସେଚନଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ  ସେ ଏକ ସ୍ଥାୟୀ ସମାଧାନ ଚିନ୍ତା କଲେ । ଦଇତାରି  ଏକାକୀ ଗୋନାସିକା ପାହାଡ଼ରୁ ୩କି.ମି.ର ଏକ  କେନାଲ ଖୋଳିଲେ, ତାହା ପୁଣି କେବଳ କୋଡ଼ି ଓ  ଶାବଳ ସାହାଯ୍ୟରେ । କେନାଲ କାମ ସରିବାକୁ ପ୍ରାୟ  ୪ବର୍ଷ ଲାଗିଗଲା । ଏ କେନାଲ ଯୋଗୁଁ ବୈତରଣୀ  ଗାଁର ଚାରିପାଖରେ ଥିବା ୧୦୦ ଏକର ଶୁଷ୍କ ଭୂମି  ବର୍ତ୍ତମାନ ସମୟରେ ଜଳଯୋଗାଣରେ ଏକ ବିଶ୍ୱସନୀୟ  ଉତ୍ସ ପାଲଟିଛି । ଦଇତାରିଙ୍କ ଉଦ୍ୟମ ଯୋଗୁଁ ସ୍ଥାନୀୟ  ଅଞ୍ଚଳରେ ଜଳସଙ୍କଟ ଉଭେଇ ଯାଇଛି । 

୧୯୪୫ ଏପ୍ରିଲ  ୨ ତାରିଖରେ କୋରାପୁଟର ଏକ ଛୋଟିଆ ଗାଁରେ ତାଙ୍କ  ଜନ୍ମ ।

ସ୍ଥାନୀୟ ଅଞ୍ଚଳର ଲୋକେ ଜଳସେଚନଜନିତ  ଅସୁବିଧା ଭୋଗିବା ଯୋଗୁଁ ଚାଷ କରିବା ପାଇଁ ବହୁ  ହଇରାଣ ହେଉଥିବା ସେ ପିଲାବେଳୁ ଦେଖିଆସୁଥିଲେ । ଯାହାପରେ ସେ ଏହାର ସମାଧାନ ଉପାୟ ଖୋଜିବା  ଆରମ୍ଭ କରିଥିଲେ । ନିଜସ୍ୱ ଉଦ୍ୟମରେ ପାରମ୍ପରିକ  କୌଶଳ ଏବଂ କିଛିଟା ପ୍ରଯୁକ୍ତି ବିଦ୍ୟା ଖଟେଇ ଦଇତାରି  କେନାଲ ଓ ଚେକ୍‌ ଡ୍ୟାମ୍‌ ନିର୍ମାଣ କଲେ, ଯାହା ତାଙ୍କ  ଜୀବନର ବଡ଼ ଉପଲବ୍ଧି । ଏହାଦ୍ୱାରା ସ୍ଥାନୀୟ ଲୋକେ  ବେଶ୍‌ ଲାଭବାନ ହୋଇପାରିଛନ୍ତି । ତେବେ ଦଇତାରିଙ୍କ  ଏ ପ୍ରକାର ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୧୯ରେ  ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଜଳସେଚନ କ୍ଷେତ୍ରରେ ଅନ୍ୟମାନଙ୍କୁ ଦଇତାରି ତାଲିମ  ଦେବା ମଧ୍ୟ ଆରମ୍ଭ କଲେ । ସେ ଚାହୁଁଥିଲେ ତାଙ୍କ ପରି  ଅନେକ ଯୁବପିଢ଼ି ନୂଆ ଶିଖର ସ୍ପର୍ଶ କରନ୍ତୁ । ଜଳସେଚନ  ବ୍ୟବସ୍ଥା ଉପରେ ଦଇତାରିଙ୍କ ଦଖଲ ସୀମିତ ନଥିଲା,  ଖାଦ୍ୟ ସୁରକ୍ଷା, ସାମାଜିକ ଅର୍ଥ ବ୍ୟବସ୍ଥାକୁ କିପରି  ସୁଦୃଢ଼ କରାଯିବ ଏବଂ ଉତ୍ତମ ପୋଷଣ ସଂକ୍ରାନ୍ତରେ  ସେ ଲୋକଙ୍କୁ ବୁଝାଉଥିଲେ । ଦଇତାରିଙ୍କ ଏକାଗ୍ରତା ଓ  କର୍ତ୍ତବ୍ୟନିଷ୍ଠା ମନୋଭାବ ଗ୍ରାମୀଣ ଲୋକଙ୍କ ମନୋବଳକୁ  ବଢ଼ାଇବା ସହ ତାଙ୍କ ଦୂରଦୃଷ୍ଟି ସାଧାରଣ ଲୋକଙ୍କ  ବାସ୍ତବିକ ଜୀବନକୁ ବଦଳାଇଛି ।