BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶାର ଅତୀତ ଗୌରବକୁ ବିଶ୍ୱଦରବାରରେ ଉପସ୍ଥାପନ କରିବାରେ ପ୍ରାଚୀ ସାହିତ୍ୟ, ସଂସ୍କୃତି ଓ ସଭ୍ୟତାର ଅବଦାନ ଅବିସ୍ମରଣୀୟ

ଭୁବନେଶ୍ବର: ଓଡ଼ିଶାର ଅତୀତ ଗୌରବକୁ ବିଶ୍ଵଦରବାରରେ ଉପସ୍ଥାପନ ଏବଂ ଓଡ଼ିଶାର ଭୌଗୋଳିକ ପରମ୍ପରାକୁ ଉଜ୍ଜୀବିତ କରି ରଖିବାରେ ପ୍ରାଚୀ ସାହିତ୍ୟ, ସଂସ୍କୃତି ଓ ସଭ୍ୟତାର ଅବଦାନ ଦାନ ଏ ଜାତିକୁ ଏକ ନୂତନ ଦିଗଦର୍ଶନ ଦେଇପାରିଅଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ପ୍ରାଚୀ ସଭ୍ୟତା, ସାହିତ୍ୟ, ସଂସ୍କୃତି ଦି ଓ ଓ ପରିବେଶ ସଂପର୍କିତ ଏକଦିବସୀୟ ଆଲୋଚନାଚକ୍ରରେ ଆମନ୍ତ୍ରିତ ଅତିଥି ଓ ବକ୍ତାଙ୍କ କ୍ତାଙ୍କ ଦ୍ଵାରା ମତପ୍ରକାଶ ପାଇଥିଲା।

ଉତ୍କଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପରମପୂଜ୍ୟ ଯୋଗଗୁରୁ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଓ ସ୍ଵାମୀଜୀ ଶୁଦ୍ଧାନନ୍ଦ ଗିରି, ସଭାପତି, ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ, ଉଦ୍‌ଘାଟକ ଭାବେ ଯୋଗଦାନ କରି ପ୍ରାଚ୍ୟ ସାହିତ୍ୟର ତାତ୍ତ୍ଵିକ ଭିତ୍ତି ଉପରେ ଆଲୋଚନା କରିଥିଲେ। ବିଶିଷ୍ଟ ଐତିହାସିକ ତଥା ଗବେଷକ ଶ୍ରୀଯୁକ୍ତ ଅନିଲ୍ ଧୂର ମୁଖ୍ୟବକ୍ତା କ୍ତା ଭାବେ ଯୋଗଦାନ କରି ପ୍ରାଚୀ ସାହିତ୍ୟ ଓ ସଂସ୍କୃତି ଉପରେ ବିଶଦ ଭାବେ ଗବେଷଣାତ୍ମକ ସନ୍ଦର୍ଭ ପାଠ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ସଭାମୁଖ୍ୟ ଭାବେ ଯୋଗଦାନ କରି ନିଜର ସଭାପତିତ୍ୱ ଅଭିଭାଷଣରେ ପୂର୍ବରୁ ଆଲୋଚନା କରିଥିବା ଅତିଥ୍ ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ପ୍ରାଚୀ ସାହିତ୍ୟ, ସଂସ୍କୃତି ଓ ପରିବେଶ ସଂପର୍କିତ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିବା ସହ ପ୍ରାଚୀ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ସମ୍ମାନନୀୟ ଆଲୋଚକ ଭାବେ ନ୍ୟାସନାଲ ଆର୍କାଇଭସ୍ ଅଫ୍ ଇଣ୍ଡିଆର ପୂର୍ବତନ ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲଲାଟେନ୍ଦୁ ଦାସ ମହାପାତ୍ର, ଉତ୍କଳ ବିଶ୍ଵବିଦ୍ୟାଳୟ ଭୂଗୋଳ ବିଭାଗର ଡକ୍ଟର କବୀର ସେଠୀ, ସଂରକ୍ଷଣ ସୁପତି ଅନିଶା ସ୍ଵାଇଁ ଓ ସତ୍ୟମ୍ ଜ୍ୟୋତି ଆଦି ଯୋଗଦାନ କରି ଆଲୋଚ୍ୟ ବିଷୟ ପ୍ରାଚୀ ସାହିତ୍ୟର ଇତିହାସ ଓ ପ୍ରତ୍ନତତ୍ତ୍ବ ଏବଂ ପରିବେଶ ବିଜ୍ଞାନ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସେହିପରି ଦ୍ବିତୀୟ ଅଧିବେଶନରେ ମହବୋଧ ସମାଜର ସୌରେନ୍ଦ୍ର ମହାପାତ୍ର, ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ଡକ୍ଟର ସୁଲେମାନ ଅଲ୍ଲୀ, ସୁଲେଖକ ତଥା ପ୍ରାଚୀ ଗବେଷକ ହଂସନାଥ ସାହୁ, ଉତ୍କଳ ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ନିଉଜ-୭ର ପ୍ରୋଗ୍ରାମ ମୁଖ୍ୟ ବିଜୟ କୁମାର ମହାନ୍ତି ଓ ଅଡ଼ଶପୁର ଉଦୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପିକା ଡକ୍ଟର କବିତା ମିଶ୍ର ଆଦି ଯୋଗଦାନ କରି ଆଲୋଚ୍ୟ ବିଷୟ ପ୍ରାଚୀ ସମ୍ପ୍ରଦାୟର କାହାଣୀ, ମୌଖୁକ ପରମ୍ପରା ଓ ଧାର୍ମିକ ଦୃଷ୍ଟିକୋଣ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଶେଷ ଅଧିବେଶନରେ ଆଗତ ହୋଇଥିବା ପ୍ରସ୍ତାବ ଓ ଆଲୋଚନାକୁ ଭିତ୍ତି କରି ଓ୍ୱାଟର ମ୍ୟାନ ଅଫ୍ ଓଡ଼ିଶା ସୁଦର୍ଶନ ଦାସ, ସୁଲେଖକ ତଥା ସାମ୍ବାଦିକ ବିଭୂତି ବାରିକ ସମ୍ମାନନୀୟ ଆଲୋଚକ ଭାବେ ଯୋଗଦାନ କରି ପ୍ରାଚୀ ସାହିତ୍ୟ ଓ ସଂସ୍କୃତି ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ- ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିରେ ଜ୍ଞାନୀଗୁଣୀ, ସଜ୍ଜନମଣ୍ଡଳୀ, ସାହିତ୍ୟିକ/ସାହିତ୍ୟିକା ଏବଂ ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମଟିକୁ ଅତ୍ୟନ୍ତ ପ୍ରଶଂସା କରିବା ଗିବା ସହ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।