BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମୁଖ୍ୟ ଶାସନ ସଚିବଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୂଆ ବର୍ଷ କ୍ୟାଲେଣ୍ଡର-୨୦୨୬ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ

ଭୁବନେଶ୍ୱରତା: ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପ୍ରମୁଖ ଶାସନ ସଚିବଡଃ. ଅରବିନ୍ଦ କୁମାର ପାଢୀ  ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଲୋକ ସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ନୂଆ ବର୍ଷ କ୍ୟାଲେଣ୍ଡର-୨୦୨୬କୁ ପ୍ରଦାନ କରିଛନ୍ତି।

ଏହି କ୍ୟାଲେଣ୍ଡରରେ ଶ୍ରୀଜଗନ୍ନାଥ, ବଳଭଦ୍ରଓଦେବୀସୁଭଦ୍ରାଙ୍କ ପବିତ୍ର ଫଟୋ ଚିତ୍ର ସହିତ ଶ୍ରୀମନ୍ଦିରର ବାର୍ଷିକ ନୀତିକାନ୍ତି ଓ ଉତ୍ସବର ତାରିଖ, ରଥଯାତ୍ରା, ସ୍ନାନଯାତ୍ରା, ଚନ୍ଦନଯାତ୍ରା ଭଳି ପ୍ରମୁଖ ପର୍ବପର୍ବାଣି ଏବଂ ଶ୍ରୀମନ୍ଦିର ସହ ସମ୍ପୃକ୍ତ ବିଭିନ୍ନ ପରମ୍ପରା ଓ ସଂସ୍କୃତି ସମ୍ବନ୍ଧୀୟ ସଂକ୍ଷିପ୍ତ ତଥ୍ୟ ଓ ଅନ୍ୟାନ୍ୟ ଧାର୍ମିକ ତିଥି ଆଦି ଓଡ଼ିଆ ପଞ୍ଜିକା ଅନୁସାରେ ସ୍ଥାନିତ ହୋଇଛି।