BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆକର୍ଷଣର କେନ୍ଦ୍ର ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁର

ଭୁବନେଶ୍ବର: ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ ? କିନ୍ତୁ ଏହା ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶ ଡେକାନ ଉପତ୍ୟକାର ଚିତ୍ତୁର ଜିଲ୍ଲାରୁ ଆସି ଚଳିତବର୍ଷ ମତ୍ସ୍ୟ-ପ୍ରାଣୀ ସମାବେଶରେ ବିଶ୍ବର କ୍ଷୁଦ୍ରତମ କୁଜ ଥିବା ଗାଈ- ପୁଙ୍ଗାନୁର ଆକର୍ଷଣର କେନ୍ଦ୍ର ସାଜିଛି ।

‘ପୁଙ୍ଗାନୁର’ ହେଉଛି – ବିଶ୍ବର ସବୁଠାରୁ କ୍ଷୁଦ୍ରତମ କୁଜ ଥିବା ଗୋ ପ୍ରଜାତି । ଏକ ଛୋଟ ପ୍ରଜାତିର ଗୃହପାଳିତ ଗାଈର ଉଚ୍ଚତା ୭୦-୯୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ଓଜନ ୧୧୫-୨୦୦ କିଲୋଗ୍ରାମ । ଏହା ଦୈନିକ ୫ କିଲୋଗ୍ରାମ ଗୋଖାଦ୍ୟ ଆବଶ୍ୟକ କରିଥାଏ । ଶାନ୍ତ ସ୍ବଭାବର ଏହି ପ୍ରଜାତି ଉଭୟ ଶୁଷ୍କ ଓ ଉଷ୍ଣ ଜଳବାୟୁରେ ଜୀବନଯାପନ କରିପାରନ୍ତି । ଦୈନିକ ହାରାହାରି ୩.୫ ଲିଟର ଦୁଗ୍ଧ ପ୍ରଦାନ କରିଥିବା ବେଳେ ସମ୍ପୂର୍ଣ୍ଣ ଦୁଗ୍ଧ ଉତ୍ପାଦନ ଅବଧି ମଧ୍ୟରେ ପ୍ରାୟ ୫୪୦ ଲିଟର କ୍ଷୀର ଦେଇଥାନ୍ତି । ଏହାର ଦୁଗ୍ଧରେ ୮ ପ୍ରତିଶତ ଘିଅ ଅଂଶ ରହିଛି । ଏହି ଗାଈ ଆଞ୍ଚଳିକ ପର୍ବ ପର୍ବାଣୀ, ଉତ୍ସବ ଓ ସମୃଦ୍ଧିର ପ୍ରତୀକ ।