BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପୋଖରୀରେ ଫୁଲ ଓ ପନିପରିବା ସହ ମାଛଚାଷର ସୁନ୍ଦର ପ୍ରଦର୍ଶନୀ ଦେଖଣାହାରୀଙ୍କୁ ପ୍ରଭାବିତ କରିଛି

ଭୁବନେଶ୍ଵର: ଜନତା ମୈଦାନରେ ଆୟୋଜିତ ତିନି ଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶରେ ସ୍ଥାନ ପାଇଥିବା ଜୀବନ୍ତ ମତ୍ସ୍ୟ ପ୍ରଦର୍ଶନୀରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଆଧୁନିକ ତଥା ଉନ୍ନତ ପ୍ରଣାଳୀର ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ସୃଷ୍ଟି ପାଇଁ ଏଠାରେ ମାଛ, ଚିଙ୍ଗୁଡି ଓ କଙ୍କଡା ଚାଷର ଉନ୍ନତ ଜ୍ଞାନ କୌଶଳ ପ୍ରଦର୍ଶନ କରାଯାଇଛି।

ପଞ୍ଜୁରି ମଧ୍ୟରେ ମାଛଚାଷ, ଇନ୍ ପଣ୍ଡ ରେସ୍ ୱେ ସିଷ୍ଟମ୍ ମାଧ୍ୟମରେ ମାଛଚାଷ, ପୁନଃଚକ୍ରିୟ ଜଳକୃଷି ପଦ୍ଧତିରେ ମାଛଚାଷ, ଜୈବପୁଞ୍ଜ ପଦ୍ଧତିରେ ମାଛଚାଷ, ଉନ୍ନତ କଙ୍କଡା ଚାଷ, ଧାନ ସହ ମାଛଚାଷ, ପୋଖରୀରେ ଫୁଲ ଓ ପନିପରିବା ସହ ମାଛଚାଷର ସୁନ୍ଦର ପ୍ରଦର୍ଶନୀ ଦେଖଣାହାରୀଙ୍କୁ ପ୍ରଭାବିତ କରିଛି। ଏହା ସହ ରାଜ୍ୟ ମାଛ ମହାନଦୀ ମହାସୀର, ବିଭିନ୍ନ କାର୍ପ ମାଛ, ଶତାଧିକ ରଙ୍ଗୀନ ମାଛ ଦେଖିବାକୁ ଛୋଟ ପିଲାଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଛି।

ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଉନ୍ନତ ଫାଇବର ମାଛଧରା ଡଙ୍ଗା ସହ ବିଭିନ୍ନ ବ୍ରାଣ୍ଡର ଇଞ୍ଜିନ ଓ ଜାଲ ଆକୃଷ୍ଟ କରିଥିଲା।  ଏହି ଜୀବନ୍ତ ପ୍ରଦର୍ଶନୀରେ ଅନ୍ୟତମ ଆକର୍ଷଣ ଥିଲା ସାମୁଦ୍ରିକ ମାଛ ପ୍ରକ୍ରିୟାକରଣ ଓ ଲାଇଭ୍ ସି କିଚେନ୍, ଯେଉଁଠାରେ ଦର୍ଶକମାନେ ଜୀବନ୍ତ ପ୍ରକ୍ରିୟାକରଣ ଦେଖିବା ସହ ନିଜ ମନ ପସନ୍ଦର ସାମୁଦ୍ରିକ ମାଛ, ଚିଙ୍ଗୁଡି, କଙ୍କଡା ଖାଇବାର ମଜା ନେଇଥିଲେ।