BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ପ୍ରକାଶ: ଏସିଆର ଶ୍ରେଷ୍ଠ ୧୮୪ତମ ସ୍ଥାନରେ କିଟ୍‍,  ଭାରତର ଶ୍ରେଷ୍ଠ ୮ମ ସ୍ଥାନରେ କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ପ୍ରକାଶ ପାଇଛି । ବୁଧବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗରେ ପୂର୍ବବର୍ଷଗୁଡ଼ିକ ଭଳି ଏବର୍ଷ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ଅତି ଉନ୍ନତ ପ୍ରଦର୍ଶନ କରିଛି । ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୮୪ ତମ ସ୍ଥାନରେ ରହିଛି । ଏହା ସହ କିଟ୍‍ ଦେଶର ସମଗ୍ର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ୮ମ ସ୍ଥାନରେ ରହିଥିବା ବେଳେ ସମଗ୍ର ଉତ୍ତର ଓ ପୂର୍ବ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଗତବର୍ଷ ଏହି ରାଙ୍କିଙ୍ଗରେ କିଟ୍‍ ଏସିଆ ମହାଦେଶର ଶ୍ରେଷ୍ଠ ୧୯୬ତମ ସ୍ଥାନରେ ରହିଥିଲା । ଏହା ସହିତ ଟାଇମ୍‍ସ ହାଇଅର ଏଜୁକେସନ୍‍ ଦ୍ୱାରା କରାଯାଇଥିବା ସ୍ପୋର୍ଟସ ସାଇନ୍‍ସ ବର୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି ।

ଚଳିତବର୍ଷ କିଟ୍‍ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ବିଭିନ୍ନ ଆଇଆଇଟିଏନଆଇଟି ଓ ଆଇଆଇଆଇଟି ଭଳି ଦେଶର ଲବ୍‍ଧ ପ୍ରତିଷ୍ଠିତ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ପଛରେ ପକାଇ କରି ଉନ୍ନତ ପ୍ରଦର୍ଶନ କରିପାରିଛି । ଚଳିତବର୍ଷ ଶିକ୍ଷାଦାନଗବେଷଣାଜ୍ଞାନ ବିନିମୟଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଙ୍ଗ କରାଯାଇଥିଲା ।

ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ଏହି ଚୟନ ପ୍ରକ୍ରିୟା କରାଯାଇଛି । କିଟ୍‍ ମାତ୍ର ୨୭ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୨୧ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ୮ମ ଓ ଏସିଆରେ ୧୮୪ତମ ସ୍ଥାନରେ ରହି ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିପାରିଛି। ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଓ କିସ୍‍ର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍‍ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି ।

ସୂଚନାଯୋଗ୍ୟଟାଇମ୍‍ସ ହାଇଅର ଏଜୁକେସନ ଦ୍ୱାରା କରାଯାଉଥିବା ବିଭିନ୍ନ ରାଙ୍କିଙ୍ଗ ସମେତ କ୍ୟୁଏସ୍‍ ରାଙ୍କିଙ୍ଗ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ବିଶ୍ୱ ରାଙ୍କିଙ୍ଗରେ ନିରନ୍ତର ଭାବରେ ସ୍ଥାନ ପାଇବା ସହ ପ୍ରମୁଖ ଅନ୍ତର୍ଜାତୀୟ ମାନ୍ୟତା ହାସଲ କରି କିଟ୍‍ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିଛି । ଏହି ମାନ୍ୟତା କିଟ୍‍କୁ ଉଚ୍ଚଶିକ୍ଷାରେ ଉତ୍କର୍ଷତା ଭାବେ ପ୍ରମାଣିତ କରୁଛି ।