BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଦ୍ୟାର୍ଥୀ ଜୀବନରେ କ୍ରୀଡ଼ା ପାଠପଢ଼ାର ଅଙ୍ଗ

ପ୍ରଭୁଜୀରେ ୩୮ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଭି.ଏସ୍.ଏସ୍ ନଗର ସ୍ଥିତ ସ୍ୱାମୀ ଶଙ୍କରାନନ୍ଦଗିରି ମହାରାଜାଙ୍କ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଦୁଇଦିନ ଧରି ପାଳିତ ହୋଇଯାଇଅଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ଅର୍ଜୁନ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଡି.ଜି.ଏମ୍. ଶ୍ରୀମତୀ ମିନତି ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ରଣଜୀ କ୍ରିକେଟର ସଞ୍ଜୟ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବାର୍ଷିକ କ୍ରୀଡ଼ା ମହୋତ୍ସବକୁ ଉଦଘାଟନ କରିଥିଲେ। ଏହାପରେ ଅତିଥିମାନଙ୍କ ଗହଣରେ ପବିତ୍ର ମଶାଲ ଶୋଭାଯାତ୍ରା କରାଯାଇଥିଲା।

ସେହିପରି ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପନିର୍ଦ୍ଦେଶକ, କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ରୂପାନ୍ୱିତା ପଣ୍ଡା ଯୋଗଦେଇ ବିଦ୍ୟାର୍ଥୀ ଜୀବନରେ କ୍ରୀଡ଼ା ପାଠପଢ଼ାର ଅଙ୍ଗ ବୋଲି ମତବ୍ୟକ୍ତ କରିବା ସହିତ ସରକାରଙ୍କ ତରଫରୁ ବହୁବିଧ ସୁବିଧା ସୁଯୋଗ ଯୋଗାଇଦିଆଯାଉଅଛି। ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେଇ ନିଜର ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରିବେ ବୋଲି ବୁଝାଇଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଅଲେଖ ଚରଣ ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ସମବେତ ଅତିଥି, ଅଭିଭାବକ ଏବଂ ଶିଶୁମାନଙ୍କୁ ସ୍ୱାଗତ କରିଥିଲେ। ଉଦ୍ଘାଟନ ଦିବସର ମୁଖ୍ୟ ଅତିଥି ଶ୍ରୀମତୀ ମିନତି ମହାପାତ୍ର କ୍ରୀଡ଼ାର ମହତ୍ୱ ସଂପର୍କରେ ମତପ୍ରଦାନ କରିଥିବାବେଳେ ସମ୍ମାନୀତ ଅତିଥି ସଞ୍ଜୟ କୁମାର ବେହେରା ଶରୀର ସୁସ୍ଥ ଲାଗି କ୍ରୀଡ଼ା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ପ୍ରକାଶ କରିଥିଲେ।

ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶୋଭାକର ଦାସ ଫତେସିଂହ ନିଜର ଅଭିଭାଷଣରେ ଛାତ୍ରୀଛାତ୍ରମାନଙ୍କୁ ଖେଳକୁଦରେ ଅଂଶଗ୍ରହଣ କରି ନିଜର ଭବିଷ୍ୟତକୁ ଆଲୋକିତ କରିବା ପାଇଁ ଉପଦେଶ ଦେଇଥିଲେ। ସହ-ସମ୍ପାଦିକା ପ୍ରୀତିନନ୍ଦା ମହାପାତ୍ର ଓ ପରିଚାଳନା ସମିତିର ସଦସ୍ୟା ବୀଣା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ବାରିଜା ପଶୁପାଳକ, ଇନ୍ଦିରା ପଟ୍ଟନାୟକ ଓ ପ୍ରତ୍ୟାଶା ମହାନ୍ତିଙ୍କ ସଂଯୋଜନାରେ ମଂଚ ପରିଚାଳନା କରାଯାଇଥିଲା।

ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମହମ୍ମଦ ୟାକୁବ୍, ବୈକୁଣ୍ଠ ବିହାରୀ ମାସନ୍ତ, ତ୍ରିଲୋଚନ ନାୟକ, ଶୁଭେନ୍ଦୁ କୁମାର ମିଶ୍ର ଏବଂ ଶିକ୍ଷୟିତ୍ରୀ ସୁଜାତା ମିଶ୍ର ଓ ପ୍ରଣତିବାଳା ସାହୁଙ୍କ ସହଯୋଗରେ କ୍ରୀଡ଼ା ପରିଚାଳନା କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା କ୍ରୀଡ଼ା ମହୋତ୍ସବରେ ୧୦୫ରୁ ଅଧିକ ପ୍ରକାରର ଖେଳ କୁଦ ପ୍ରଦର୍ଶିତ ହୋଇଥିବାବେଳେ ବିଭିନ୍ନ ବିଭାଗରେ ଉତ୍କର୍ଷ ଆଣିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା।

କ୍ରୀଡ଼ା ଉତ୍ସବକୁ ଅଧିକ ଆକର୍ଷିତ କରିବାକୁ ଅଭିଭାବିକା ମାନଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା ଖେଳ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପରିଶେଷରେ କ୍ରୀଡ଼ା ସଂଯୋଜକ ଶ୍ରୀଯୁକ୍ତ ବୀରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।