BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସଡ଼କ ଓ ସେତୁ ନିର୍ମାଣରେ  ଗୁଣାତ୍ମକ ମାନ ବଜାୟ ରଖିବା ଓ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଗୁରୁତ୍ୱ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟକାରିତା ସଂପର୍କିତ ୩୭  ତମ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମଜିଏସ୍ଓ୍ୱାଇ) କାର୍ଯ୍ୟକାରିତା ସଂପର୍କିତ ୩୭ତମ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ ଓଡ଼ିଶାରେ ବିଗତ ବିଭିନ୍ନ ବର୍ଷରେ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟକାରିତା ଓ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ। ବୈଠକରେ କମିଟିର ସଦସ୍ୟ ଥିବା ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦିର ବରିଷ୍ଠ ପଦାଧିକାରୀ ଓ ସର୍ବୋଚ୍ଚ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶାରେ ବିଗତ ବିଭିନ୍ନ ବର୍ଷରେ କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମଜିଏସ୍ଓ୍ୱାଇ-୧),ପିଏମଜିଏସ୍ଓ୍ୱାଇ-୨,ପିଏମଜିଏସ୍ଓ୍ୱାଇ-୩  ସମେତ ପିଏମ୍-ଜନମନ୍ ଅଧିନରେ ସଡ଼କ ଓ ସେତୁ ନିର୍ମାଣ ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରୁ ଜଣାଯାଇଛି ଯେ, ଏହି ସବୁ ଯୋଜନା ଅଧିନରେ ସାମଗ୍ରିକ ଭାବେ ଅଦ୍ୟାବଧି ୭୦,୬୯୨.୬୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୧୭,୫୬୦ଟି  ସଡ଼କ ନିର୍ମାଣ କରାଯାଇଥିବା ବେଳେ ୬୩୭ଟି ସେତୁ ନିର୍ମିତ ହୋଇଛି । ଏହା ଦ୍ୱାରା ୧୬,୯୯୭ଟି ଜନବସତିକୁ ସଡ଼କ ଓ ସେତୁ ସଂଯୋଗ କରାଯାଇଛି ।

ବିଗତ ୩  ବର୍ଷରେ କାର୍ଯ୍ୟ ଅଗ୍ରଗତି  ସମେତ ଚଳିତ ବର୍ଷ କାର୍ଯ୍ୟ  ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଶେଷ କରି ସବୁଜ ଟେକ୍ନୋଲୋଜି ବ୍ୟବହାରରେ ଅଧିକ ଦୈର୍ଘ୍ୟ ବିଶିଷ୍ଟ ସଡ଼କ ଜନବସତିମାନଙ୍କୁ ସଂଯୋଗ କରାଯାଇଥିବାରୁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଠାରୁ ବିଭାଗକୁ ପ୍ରୋତ୍ସାହନ ମିଳିଛି ।

ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ଗୁରୁତ୍ୱ ଦିଆଯାଉଥିବା ପିଏମଜିଏସ୍ଓ୍ୱାଇ ଅଧିନରେ ଉଭୟ ସେତୁ ଏବଂ ଜଳ ସଂରକ୍ଷଣ ଲକ୍ଷ୍ୟ ରଖି ନିର୍ମାଣ କରାଯାଉଥିବା ସେତୁ-ତଥା-ବନ୍ଧରା (ବିସିବି) ବ୍ୟବସ୍ଥା ସଂପର୍କରେ ଉପସ୍ଥାପନ କରାଯାଇଥିଲା। ଏହା ଅଧିନରେ ଅଦ୍ୟାବଧି୯ ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଛି ଓ  ୧୮ ଟି ପ୍ରକଳ୍ପ ନିର୍ମାଣାଧିନ ରହିଛି।  ବୈଠକରୁ ଜଣାଯାଇଛି ଯେ, ରାଜ୍ୟର ମାଓ ପ୍ରଭାବିତ  ଅଂଚଳରେ  ସ୍ଥାନୀୟ ବାସିନ୍ଦା, ବିଚ୍ଛିନ୍ନାଂଚଳରେ ଏବଂ ପାହାଡ଼ିଆ ଓ ଅଣ ସଂଯୋଗକୃତ ଅଂଚଳର  ଲୋକମାନଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ  ଭଲ ଭଲ ସଡ଼କ ନିର୍ମାଣ କରାଯାଇଛି।

ବୈଠକରେ ପିଏମଜିଏସ୍ ଓ୍ୱାଇ -୪ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ପ୍ରକଳ୍ପ ପ୍ରସ୍ତାବ ସଂପର୍କରେ କମିଟିରେ ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକାରୀ ହେବାକୁ ଥିବା ଏହି ପର୍ଯ୍ୟାୟରେ  ୧୬୨୯ ଟି ବସତିକୁ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ ଲକ୍ଷ୍ୟ ରହିଛି। ଅଣ ସଂଯୋଗୀକୃତ ବସତିକୁ ସବୁଦିନିଆ ସଡ଼କ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଏହି ପର୍ଯ୍ୟାୟରେ ୫୦୦ ରୁ ଅଧିକ ଜନ ସଂଖ୍ୟା ଥିବା ବସତି, ଜନଜାତିତାଲିକା-୫  ଅନ୍ତର୍ଭୁକ୍ତ –୨୫୦ ରୁ ଅଧିକ ଜନସଂଖ୍ୟା  ବସତି ଥିବା ଅଂଚଳ , ଆକାଂକ୍ଷୀ ବ୍ଲକ ଏବଂ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୧୦୦ ରୁ ଅଧିକ ଜନ ସଂଖ୍ୟା ଥିବା ବସତିଗୁଡ଼ିକ, ଯାହାକି ୨୦୧୧  ଜନ ଗଣନା ଅନୁସାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ବିଜ୍ଞପିତ ହୋଇଥିବ, ସେସବୁ ଅଂଚଳରେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଅଂଶଧନ ବାବଦକୁ ଯଥାକ୍ରମେ ୬୦  ପ୍ରତିଶତ ଓ ୪୦  ପ୍ରତିଶତ ହାରରେ ଆର୍ଥିକ ସହାୟତାରେ ସଡ଼କ ନିର୍ମାଣ କରାଯିବ। ୮ ଟି ଜିଲ୍ଲାରେ ୧୧୭୨  ଟି ବସତିକୁ ସଂଯୋଗୀକରଣ ପାଇଁ ଉଦ୍ଦିଷ୍ଟ ୧୧୦୩  ଟି ସଡ଼କ ନିର୍ମାଣ  କାର୍ଯ୍ୟ ସଂପୃକ୍ତ ଜିଲ୍ଲା ପରିଷଦ ତରଫରୁ ଅନୁମୋଦନ କରାଯାଇ ଭାରତ ସରକାରଙ୍କୁ ପ୍ରସ୍ତାବ ପ୍ରେରଣ ପାଇଁ ଅନୁଷ୍ଠିତ ଷ୍ଟାଣ୍ତିଂ କମିଟି ବୈଠକରେ ଆଜି ଉପସ୍ଥାପନ କରାଯାଇଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ମାଣ କରାଯାଉଥିବା ସଡ଼କ ଓ ସେତୁ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରି ସେସବୁର ନିର୍ମାଣ ସମୟରେଗୁଣାତ୍ମକ ମାନ ପରୀକ୍ଷା କରିବା ପାଇଁ  କିପରି ଜ୍ଞାନ କୌଶଳ ବ୍ୟବହାର କରାଯାଉଛି, ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ  ଆଲୋଚନା କରିବା ସହିତ  ଗୁଣାତ୍ମକମାନର ସଡ଼କ ଓ ସେତୁ ନିର୍ମାଣ ସହିତ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଶେଷ ଉପରେ ସେ ଗୁରୁତ୍ୱ ଦେଇଥିଲେ।