BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବନୀକରଣ କାର୍ଯ୍ୟକ୍ରମ ପାଇଁ ୧୦୭୮.୧୦ କୋଟି ଟଙ୍କା ସୁପାରିଶ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ “କାମ୍ପା” ଓଡ଼ିଶା ରାଜ୍ୟ କର୍ତ୍ତୃପକ୍ଷଙ୍କ ୨୩ ତମ ପରିଚାଳନା କମିଟି ବୈଠକ

ଭୁବନେଶ୍ବର: “କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା”(କାମ୍ପା), ରାଜ୍ୟ କର୍ତ୍ତୃପକ୍ଷଙ୍କ ୨୩ତମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ଯକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପିସିସିଏଫ୍  ସୁରେଶ ପନ୍ଥ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମଖ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ସମେତ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଏବଂ କମିଟିର ସଦସ୍ୟ ଥିବା ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ପଦାକାରୀମାନେ ଯୋଗଦେଇଥିଲେ।

ବୈଠକରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ “କାମ୍ପା”, ଓଡ଼ିଶା ଜି.ରାଜେଶ କାର୍ଯ୍ୟସୂଚୀ ଉପସ୍ଥାପନ କରିବା ସହ ଗତ ଫେବୃୟାରୀ ୨୦୨୫ରେ ଅନୁଷ୍ଠିତ ୨୨ତମ ରାଜ୍ୟସ୍ତରୀୟ ପରିଚାଳନା କମିଟିର ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କିତ ତଥ୍ୟ ରଖିଥିଲେ।

ବୈଠକରେ କାମ୍ପା ତରଫରୁ ବାର୍ଷିକ କାର୍ଯ୍ୟ ଯୋଜନା(ଏପିଓ)-୨୦୨୫-୨୬ କାର୍ଯ୍ୟକାରିତା ସଂପର୍କିତ ଆଲୋଚନା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଗତ ୨୨ତମ ପରିଚାଳନା କମିଟିରେ ରାଜ୍ୟ ତରଫରୁ ବିଭିନ୍ନ ବନୀକରଣ କାର୍ଯ୍ୟକ୍ରମ ପାଇଁ ୧୦୭୮.୧୦ କୋଟି ଟଙ୍କା ସୁପାରିଶ କରାଯାଇ ଜାତୀୟ କର୍ତ୍ତୃପକ୍ଷ, କାମ୍ପାଙ୍କୁ ମଂଜୁର ପାଇଁ ପଠାଯାଇଥିଲା। ସେଥୁରୁ ଜାତୀୟ କର୍ତ୍ତୃପକ୍ଷ ୯୬୩.୨୧ କୋଟି ଟଙ୍କା ମଂଜୁର କରିଥିଲେ ଏବଂ ‘ବାର୍ଷିକ କାର୍ଯ୍ୟ ଯୋଜନା’ରେ ଗତ ୩୦ ସେପ୍ଟେମ୍ବର ସୁଦ୍ଧା ୫୧୯.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ପିସିସିଏଫ(ବନ୍ୟ ପ୍ରାଣୀ) ଏବଂ ମୁଖ୍ୟ ବନ୍ୟ ପ୍ରାଣୀ ୱାଡେନ, ଓଡ଼ିଶା କେତେକ ଅତ୍ୟାବଶ୍ୟକ ସ୍ଥାନ ନିର୍ଦ୍ଦିଷ୍ଟତା ଭିତ୍ତିରେ ୯୨ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ୬୧.୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ରହିଛି ଏବଂ ଏହା ୨୦୨୫-୨୬ ବାର୍ଷିକ କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହେବ। ଏସବୁ ଅନୁଗୋଳ,ଢେଙ୍କାନାଳ,ଦେବଗଡ, ବରଗଡ,ହୀରାକୁଦ ବନ୍ୟପ୍ରାଣୀ ଅଂଚଳ, ସମ୍ବଲପୁର, ରେଢ଼ାଖୋଲ, ବାମରା, କେନ୍ଦୁଝର ଆଦିରେ କାର୍ଯ୍ୟକାରୀ ହେବ।

ବାର୍ଷିକ କାର୍ଯ୍ୟ ଯୋଜନା ୨୦୨୫-୨୬ ରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ତର୍ଭୁକ୍ତ ନୂଆ ବୃକ୍ଷ ରୋପଣ, ପୁରୁଣା ରୋପିତ ବୃକ୍ଷ ଚାରାର ରକ୍ଷଣାବେକ୍ଷଣ, ପଥପାର୍ଶ୍ଵ ବୃକ୍ଷରୋପଣ, ବନ୍ୟଜନ୍ତୁ ସୁରକ୍ଷା ପାଇଁ ସୌର ଶକ୍ତି ବ୍ୟବହାରରେ ସୋଲାର ଫେନିଂ, ବନ୍ୟଜନ୍ତୁମାନେ ରହୁଥ‌ିବା ବାସସ୍ଥାନ ଏବଂ ଜଙ୍ଗଲ ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ସହ, ମଞ୍ଜି ସଂଗ୍ରହ ସହ ବୃକ୍ଷ ଚାରା ସୃଷ୍ଟି ପାଇଁ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ ରହିଛି । ବୈଠକରେ “କାମ୍ପା” ପାଣ୍ଠି ବିନିଯୋଗରେ ବିଭିନ୍ନ ବର୍ଷରେ ଲଗା ଯାଇଥିବା ଗଛଗୁଡିକର ସ୍ଥିତି କିପରି ରହିଛି ସେ ସଂପର୍କିତ ଜିଓ ଟ୍ୟାଗିଂ ଓ ଡ୍ରୋନ୍ ଟେକ୍ନୋଲୋଜି ବ୍ୟବସ୍ଥାରେ କରାଯାଇଥିବା ସର୍ବେକ୍ଷଣ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା।