BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜନୀତି ବିଜ୍ଞାନର ମୁଖ୍ୟ ବିନ୍ଧାଣୀ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଓଡ଼ିଶାରେ ଉଚ୍ଚଶିକ୍ଷା ଓ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଅବଦାନ ଅତୁଳନୀୟ

ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଥମ ମୁଖ୍ୟ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ୧୦୭ତମ ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ବର : ରାଜନୀତି ବିଜ୍ଞାନର ମୁଖ୍ୟ ବିନ୍ଧାଣୀ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଓଡ଼ିଶାରେ ଉଚ୍ଚଶିକ୍ଷା ଓ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଅବଦାନ ଅତୁଳନୀୟ। ଶ୍ରୀରାମଚନ୍ଦ୍ର ଦାଶ ଓଡ଼ିଆଙ୍କ ମଧ୍ୟରେ ଏକ ଆଚମ୍ବିତ ବ୍ୟକ୍ତିତ୍ୱ। ତାଙ୍କ ଭଳି ଜଣେ ପଣ୍ଡିତ, ଛାତ୍ରବତ୍ସଳ ଶିକ୍ଷକ, ଦକ୍ଷ ଅଧ୍ୟାପକ, ତଥା ସାହସୀ ମଣିଷ ସମାଜରେ ବିରଳ। ସେ ଥିଲେ ଜଣେ ଯୁଗଜନ୍ମା। କୁହାଯାଏ ତାଙ୍କର ଭାଷଣରେ ଏତେ ମାଦକତା ଥିଲା ଯେ ଯିଏ ତାଙ୍କୁ ଶୁଣୁଥିଲେ ଅବାକ ହୋଇ ରହିଯାଉଥିଲେ ବୋଲି ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ୧୦୭ତମ ଜନ୍ମବାର୍ଷିକୀ ପାଳନ ଅବସରରେ ବକ୍ତାମାନେ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଥମ ମୁଖ୍ୟ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ୧୦୭ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ରାଜନୀତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ବିବେକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ଭାରତୀୟ ଗଣତନ୍ତ୍ର ବନାମ ଆମେରିକୀୟ ଅରାଜକତା” ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆହ୍ବାନ ସତ୍ତ୍ବେ ଭାରତର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ କିପରି ସ୍ଥିରତା ସହିତ କାର୍ଯ୍ୟ ଜାରି ରଖିଛନ୍ତି ତାହା ପ୍ରକାଶ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ସେବା ଏବଂ ବୀମା ସବସିଡିର ସମ୍ପ୍ରସାରଣ ପ୍ରସଙ୍ଗ ଉପରେ ବକ୍ତୃତା ପ୍ରଦାନ କରିଥିଲେ ।

ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡ. ସୀମା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଡ. ସ୍ୱପ୍ନା ଏସ ପ୍ରଭୁ, ସହକାରୀ ପ୍ରଫେସର ଡ. ନିତ୍ୟାନନ୍ଦ ବାରିକ, ଅଧ୍ୟାପକ ଉମେଶ ଚନ୍ଦ୍ର ନାୟକଙ୍କ ସମେତ ଛାତ୍ରଛାତ୍ରୀ ଓ ଗବେଷକମାନେ ଉପସ୍ଥିତ ଥିଲେ ।