BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶାରେ କ୍ରନିକ୍ କିଡିନୀ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ଟେକନିକାଲ କମିଟି ବୈଠକ

ଭୁବନେଶ୍ଵର : ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟରେ ଓଡ଼ିଶାରେ କ୍ରନିକ କିଡିନୀ ରୋଗ (Chronic Kidney Disease – CKD) ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ବନ୍ଧୀୟ ସ୍ଥିତି ବିଶ୍ଳେଷଣ ଏବଂ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା ଆୟୁକ୍ତ ଅଶ୍ଵଥୀ ଏସ.ଙ୍କ ଅଧ୍ୟକ୍ଷତାରେ ଟେକନିକାଲ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକ ପାଇଁ ରୋଡମ୍ୟାପ୍, ରୋଗୀ ଙ୍କ ଅସୁବିଧା ର ସମାଧାନ ଆଦି ବିଷୟରେ ଆଲୋଚନା ହୋଇଥିଲା।

ସଭାରେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବିଶେଷଜ୍ଞ ଡାକ୍ତର ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ। ସଭାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ CKDର ବୃଦ୍ଧି ହାର, ପାଣି ଓ ପରିବେଶ ଗୁଣବତ୍ତା, ରୋଗ ନିରୀକ୍ଷଣ ଅବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ସଭାରେ ରାଜ୍ୟସ୍ତରୀୟ CKD ସର୍ଭିଲାନ୍ସ ସିଷ୍ଟମ ଗଠନ, ଜନ ଜାଗୃତି ଓ ସ୍କ୍ରିନିଂ କ୍ୟାମ୍ପ , ପଞ୍ଜୀକରଣ , ବିଶେଷଜ୍ଞ ମାନଙ୍କୁ ଅଧିକ ଗବେଷଣା ନିମନ୍ତେ ପ୍ରେରିତ କରିବା ସହ ସଚେତନତା କରାଯିବା , ସମ୍ପୃକ୍ତ ବିଭାଗ ଗୁଡିକ ଭୂମିକା ଆଦି ବିଷୟରେ ଆଲୋଚନା କରାଯାଇଛି।

ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିସନ ଏମଡି ଡ଼ ବୃନ୍ଦା ଡି., ସ୍ଵତନ୍ତ୍ର ସଚିବ ବିଜୟ ମହାପାତ୍ର, ଡିଏମଇଟି ଡ଼ ସନ୍ତୋଷ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ ନୀଳକଣ୍ଠ ମିଶ୍ର , ପରିବାରକଲ୍ୟାଣ ନିର୍ଦ୍ଦେଶକ ଡ଼ ପ୍ରଦୀପ ଗୁରୁ , ଅତିରିକ୍ତ ନିର୍ଦ୍ଦେଶକ ଡ଼ ସୁଶାନ୍ତ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଆଇସିଏମଆର ବୈଜ୍ଞାନିକ ଡ଼ ସୁବ୍ରତ ପାଲୋ , ନିମ୍ସ ହାଇଦରାବାଦ ଡ଼ ଗଙ୍ଗାଧର ଟି ପିପିଟି ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ।