BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବରିଷ୍ଟ ଶିକ୍ଷୟିତ୍ରୀଙ୍କ ଦେହାନ୍ତ

କରୋନା ଦିନକୁ ଦିନ ବେକାବୁ ହେବାରେ ଲାଗିଛି।ବିଭିନ୍ନ ନୀତିନିୟମ,ସଚେତନ ହେବା ସତ୍ତ୍ବେ କରୋନା ଆକ୍ରାନ୍ତ ବଢିବା ସହ ମୂଲ୍ଯବାନ ଜୀବନ ଚାଲି ଯାଉଛି।ଠିକ୍ ସେଭଳି କୋରାପୁଟ ବ୍ଲକ ଅନ୍ତର୍ଗତ ଫୋରେଷ୍ଟ କଲୋନୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଂଯୁକ୍ତା ପଟ୍ଟନାୟକଙ୍କ ଦେହାନ୍ତ ଘଟିଅଛି l କୋରାପୁଟ ମୁଖ୍ୟ ରାସ୍ତା ନିକଟରେ ସ୍ବର୍ଗତା ରଂଯୁକ୍ତା ପଟ୍ଟନାୟକଙ୍କ ପରିବାରବର୍ଗ ରହନ୍ତି l କିଛି ଦିନ ତଳେ ସେ କୋବିଦ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କିନ୍ତୁ ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳାୟ ରେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି।ଯାହା ଅଞ୍ଚଳରେ ଶୋକର ଛାୟା ଖେଳିବା ସହ ଶିକ୍ଷକ ସମାଜରେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ତେବେ ଶିକ୍ଷୟିତ୍ରୀ ରଂଯୁକ୍ତା ଜଣେ ମେଳାପୀ,ଛାତ୍ରବତ୍ସଳ,ମିଷ୍ଟଭାଷୀ ପ୍ରକୃତିର ଥିଲେ l ଏହି ଶିକ୍ଷୟିତ୍ରୀଙ୍କ ଦେହାନ୍ତ ପରେ ସଂପୂର୍ଣ୍ଣ ଅଞ୍ଚଳ,ଶିକ୍ଷକ ସମାଜ ବିଶେଷ କରି ତାଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଗଭୀର ଆଘାତ ପହଞ୍ଚିଛି।ଆପଣାର ଶିକ୍ଷୟିତ୍ରୀଙ୍କୁ ମନେ ପକାଇ ଛାତ୍ରଛାତ୍ରୀ,ବନ୍ଧୁ ପରିଜନ,ଗ୍ରାମବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିବା ଦେଖାଯାଇଛି।