BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧,୫୦ ଲକ୍ଷ ନିଯୁକ୍ତି ଦେବ ଟିସିଏସ

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରେମାସିକରେ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ର ନିଟ୍‌ ଲାଭ ୧୧% ବୃଦ୍ଧି ପାଇ ୧୦,୮୪୬ କୋଟିରେ ପହଞ୍ଚିଛି। ଏଥିଲାଗି କମ୍ପାନୀ ଭବିଷ୍ୟତର କାରବାରକୁ ନେଇ ଆଶାବାଦୀ ହୋଇଛି। ତେବେ ବୈଦେଶିକ ମୁଦ୍ରାରୁ ରୋଜଗାର ଏବଂ ସାମଗ୍ରିକ ଅଭିବୃଦ୍ଧି ଯୋଗୁ ଏହାର ଲାଭ ବୃଦ୍ଧି ପାଇଥିବା କମ୍ପାନୀ କହିଛି। ଏଥିସହ ବହୁ ବର୍ଷ ପରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁ ଆସନ୍ତା ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୧.୫୦ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି କମ୍ପାନୀ କହିଛି।

ଗତ ତ୍ରେମାସିକରେ ଟିସିଏସ୍‌ର କର୍ମଚାରୀ ସଂଖ୍ୟାରେ ୨,୧୯୭ ହ୍ରାସ ପାଇଛି। ଏଭଳି ଭାବେ ମୋଟ କର୍ମଚାରୀ ସଂଖ୍ୟା ୬,୧୩,୯୭୪କୁ ହ୍ରାସ ପାଇଛି। ତେବେ କମ୍ପାନୀ ଛାଡ଼ୁଥିବା ଲୋକଙ୍କ ତୁଳନାରେ ନୂତନ ନିଯୁକ୍ତି କମ୍‌ ହେଉଥିବା ଯୋଗୁ ଏଭଳି ଘଟିଥିବା ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମିଲିନ୍ଦ ଲକ୍କାଡ କହିଛନ୍ତି। ଏଣୁ କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ୧.୨୫ରୁ ୧.୫୦ ଲକ୍ଷ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ସେ କହିଛନ୍ତି।