BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଯାଜପୁର ରୋଡରେ ଟାଟା ଷ୍ଟିଲ୍ ମେଡିକାର ନୂତନ ସିଟି ସେଣ୍ଟର ଉଦଘାଟିତ, ଆତ୍ୟାଧୁନିକ ଚିକିତ୍ସା ସୁବିଧା ପାଇବେ ସ୍ଥାନୀୟଲୋକେ

ଯାଜପୁର ରୋଡ୍‌ : ଯାଜପୁର ରୋଡ୍‌ର କହ୍ନେଇପୁର ଠାରେ ‘ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ନୂତନ ସିଟି ସେଣ୍ଟର’ର ଉଦଘାଟନ ସହ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ନିଜର ସେବା ପରିସର ବିସ୍ତାର କରିଛି। ଏହି ନୂତନ ସେଣ୍ଟର ସ୍ଥାନୀୟ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ସହାୟକ ହେବ।

ଟାଟା ଷ୍ଟିଲର କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ତଥା ମେଡିକା ଟିଏସ୍ ହସ୍ପିଟାଲ ପ୍ରାଇଭେଟ୍ ଲିମିଟେଡ୍‌ର ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ଏହି ସିଟି ସେଣ୍ଟରକୁ ଉଦଘାଟନ କରିଥିଲେ। ଏହି ଅବସରରେ ନୀଳାଚଳ ଇସ୍ପାତ ନିଗମର ଏମ୍‌ଡି ତଥା ସିଇଓ ସୁଧୀର କୁମାର ମେହେଟ୍ଟା, ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ)ର ମେକାନିକାଲ ମେଣ୍ଟେନାନ୍ସ ମୁଖ୍ୟ ଶଙ୍କର ବିଶ୍ୱାସ, ଟିଏସକେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି ଓ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ସିଇଓ ଡାକ୍ତର ସନ୍ତୋଷ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ ଟାଟା ଷ୍ଟିଲ ମେଡିକା ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଉପସ୍ଥିତ ଥିଲେ।

ଟାଟା ଷ୍ଟିଲ ମେଡିକା ସିଟି ସେଣ୍ଟରରେ କ୍ରିଟିକାଲ କେୟାର ମେଡିସିନ, ଜେନେରାଲ ମେଡିସିନ, ଜେନେରାଲ ଆଣ୍ଡ ଜିଆଇ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁ ରୋଗ, ନ୍ୟୁରୋ ସାଇନ୍ସ, ଅର୍ଥୋପେଡିକ୍ସ, ନେଫ୍ରୋଲୋଜି, ଡେଣ୍ଟିଷ୍ଟ୍ରି, ଇଏନଟି, ରେଡିଓଲୋଜି, ପାଥୋଲୋଜି ସମେତ ଏକ ଫାର୍ମାସି ସମେତ ବ୍ୟାପକ ଚିକିତ୍ସା ସୁବିଧା ପଇପାରିବେ।

୨୦୨୫ ମେ ପହିଲାରୁ ଏହି ସେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏପ୍ରିଲ ୨୫ ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ରୋଗୀଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ଯୋଗାଇ ଦିଆଯିବ।

ସିଟି ସେଣ୍ଟର କଳିଙ୍ଗନଗରରେ ସ୍ଥାପିତ ଟାଟା ଷ୍ଟିଲ ମେଡିକା ହସ୍ପିଟାଲର ଏକ ସମ୍ପ୍ରସାରଣ, ଯାହା ଗୁଣାତ୍ମକ ଚିକିତ୍ସା ସୁବିଧା ଏବଂ ରୋଗୀ-କେନ୍ଦ୍ରୀତ ଆଭିମୁଖ୍ୟ ଉପରେ ଅତୁଟ ଧ୍ୟାନ ଦେବାରେ ଏକ ଖ୍ୟାତି ଅର୍ଜନ କରିଛି। ଉନ୍ନତ ଅସ୍ତ୍ରୋପଚାର ପଦ୍ଧତି ଏବଂ ବ୍ୟାପକ ନିଦାନ ସେବାକୁ ଅନ୍ତର୍ଭୁକ୍ତ କରି ଏହି ହସ୍ପିଟାଲ ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ବେଶ ଜଣାଶୁଣା।

ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ଅତୁଳନୀୟ ଚିକିତ୍ସା ସେବା ପ୍ରଦାନ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଗତି ଆଣିବା ଓ ସାଧାରଣ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛି, ଯାହା ରୋଗୀ ଓ ସମ୍ପୂର୍ଣ୍ଣ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବ।