BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୁରକ୍ଷାକର୍ମୀଙ୍କ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ, ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ନୀଳାଚଳ ଇସ୍ପାତ ନିଗମରେ ସାଧାରଣତନ୍ତ୍ର ଦିବସ ପାଳିତ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟ୍ରେନିଂ ସେଣ୍ଟରର ଡିଇଟି (DET) ପଡ଼ିଆରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ବେଶ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ (ଅପରେସନ୍ସ) ଉତ୍ତମ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଦେଶର ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସମ୍ମାନ ଜଣାଇଥିଲେ। ଏହି ସମାରୋହରେ କମ୍ପାନୀର ବରିଷ୍ଠ ଅଧିକାରୀ, ୟୁନିୟନ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ପତାକା ଉତ୍ତୋଳନ ପରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ମନୋଜ୍ଞ ପରେଡ୍ ଏବଂ ସ୍ୱତନ୍ତ୍ର ‘ମକ୍ ଡ୍ରିଲ୍’ ପ୍ରଦର୍ଶିତ ହୋଇଥିଲା। ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସାହସିକତା ପ୍ରଦର୍ଶନ କରିଥିବା କେତେକ ସୁରକ୍ଷା କର୍ମୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ କର୍ମଚାରୀ ଓ ସେମାନଙ୍କ ପରିବାର ପକ୍ଷରୁ ବିଭିନ୍ନ ଦେଶପ୍ରେମମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସେହିପରି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (NINL) ଏବଂ ଟାଟା ଷ୍ଟିଲ୍ ଡାଉନଷ୍ଟ୍ରିମ୍ ପ୍ରଡକ୍ଟସ୍ ଲିମିଟେଡ୍ (TSDPL) ପରିସରରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଏନଆଇଏନଏଲ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ପଦ୍ମପାଳ ଏବଂ ଟିଏସଡିପିଏଲ୍ କଳିଙ୍ଗନଗରର ମୁଖ୍ୟ ରାଜେଶ ଚୌଧୁରୀ ନିଜ ନିଜ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶାତ୍ମବୋଧର ବାର୍ତ୍ତା ଦେଇଥିଲେ।