BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଲିମ୍ପିକ୍ସରେ ଭାରତର ଯୋଗଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସାର୍ ଦୋରାବଜୀ ଟାଟା

ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ସାର୍ ଦୋରାବଜୀ ଟାଟାଙ୍କ ୧୬୬ତମ ଜୟନ୍ତୀ ପାଳିତ

କଳିଙ୍ଗନଗର: ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଯାଜପୁର ଜିଲ୍ଲା ଡୁବୁରିସ୍ଥିତ ପ୍ଲାଣ୍ଟରେ ବୁଧବାର ସାର୍ ଦୋରାବଜୀ ଟାଟାଙ୍କ ୧୬୬ତମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି।

ଟାଟା ଷ୍ଟିଲ କଳିଙ୍ଗନଗରର ଟିଏସକେ ସେଣ୍ଟରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ ଟିଏସକେର ଜେନେରାଲ ମ୍ୟାନେଜର ଅପେରେସନ୍ସ କରମବିର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ କଳିଙ୍ଗନଗର ୱାର୍କର୍ସ ୟୁନିୟନର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଜାମୁଦା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, ସଂଘ ପ୍ରତିନିଧି ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌), ଫେରୋ ଆଲଏଜ୍ ପ୍ଲାଣ୍ଟ ବ୍ରହ୍ମଣୀପାଳ ଓ ଫେରୋ ଆଲଏଜ୍ ପ୍ଲାଣ୍ଟ ଯାଜପୁରରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସମାରୋହରେ ଅନୁଷ୍ଠିତ ହୋଇଥିଲା।

ଶ୍ରଦ୍ଧାଞ୍ଜଳି ସମାରୋହ ପରେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଏକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀମାନେ ସୁକିନ୍ଦା ବ୍ଲକର ଓଳିଆ ପଞ୍ଚାୟତ ଅନ୍ତର୍ଗତ ଧଉରାସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଗଣେଶ ପୂଜା ପାଳନ କରିଥିଲେ ଏବଂ ପିଲାମାନଙ୍କୁ ମିଠା ଏବଂ ଉପହାର ବଣ୍ଟନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାର୍ ଦୋରାବଜୀ ଟାଟା, ଟାଟା ଷ୍ଟିଲର ପ୍ରଥମ ଅଧ୍ୟକ୍ଷ ଥିଲେ । ସେ ପ୍ରଥମେ ୮ ଘଣ୍ଟିଆ କର୍ମ ସମୟ, ମାତୃତ୍ୱ ଛୁଟି, ଭବିଷ୍ୟନିଧି ପାଣ୍ଠି, ଦୁର୍ଘଟଣା କ୍ଷତିପୂରଣ, ମାଗଣା ଚିକିତ୍ସା ସହାୟତା ଏବଂ ଅନେକ କର୍ମଚାରୀ ସୁବିଧାଗୁଡିକ ଆଇନଗତ ଦାୟିତ୍ୱରେ ପରିଣତ ହେବା ପୂର୍ବରୁ ସେ ଆରମ୍ଭ କରିଥିଲେ।

ସାର୍ ଦୋରାବ କ୍ରୀଡ଼ା ପ୍ରତି ଖୁବ୍ ଉତ୍ସାହୀ ଥିଲେ। ସେ ଭାରତୀୟ ଅଲିମ୍ପିକ୍ସ ସଂଘର ପ୍ରଥମ ସଭାପତି ଥିଲେ ଏବଂ ଅଲିମ୍ପିକ୍ସରେ ଭାରତର ଯୋଗଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।